ମାସକରେ ୧୧ରୁ ଅଧିକ ମଲେଣି, ଲୋପ ପାଇଯିବେ ଶଙ୍ଖଚିଲ, କିଙ୍ଗକୋବ୍ରା ଭୁବନେଶ୍ବର: ୧୮୫ଦିନ ହେଲା ନନ୍ଦନକାନନ ବନ୍ଦ। ପର୍ଯ୍ୟଟକଙ୍କ ଆଗମନ ନାହିଁ କି ଗହଳିଚହଳି ହେଉନି। ସବୁ ଯେମିତି ଶୂନ୍‌ଶାନ। ଯୁଆଡ଼େ ଚାହିଁଲେ ଖାଲି ଖାଁ ଖାଁ। କାଁ ଭାଁ କର୍ମଚାରୀ ଜୀବଜନ୍ତୁଙ୍କୁ ଖାଦ୍ୟ ପାନୀୟ ଯୋଗାଇ ଦେଉଛନ୍ତି। ଦେଖାରଖା ବି କରୁଛନ୍ତି। ଏକପ୍ରକାର ନିଶବ୍ଦ ହୋଇପଡ଼ିଥିବା ଦେଶର ଏହି ପ୍ରମୁଖ ପ୍ରାଣୀଉଦ୍ୟାନ ଗୋଟିଏ ପରେ ଗୋଟିଏ ଜୀବଜନ୍ତୁଙ୍କୁ ହରାଇ […]

ଘଣ୍ଟା ପ୍ରତି ବେଗ ୫୦୦ରୁ ୮୦୦କିମି ନୂଆଦିଲ୍ଲୀ: ବୁଲେଟ୍ ଟ୍ରେନ୍ ପରେ ମୋଦୀ ସରକାର ଆଣିବାକୁ ଯାଉଛନ୍ତି ମ୍ୟାଗଲୋବ୍ ଟ୍ରେନ୍। ଏଥିପାଇଁ ଭାରତୀୟ କମ୍ପାନୀ ଭେଲ୍ , ସ୍ୱିସ୍ ରାପିଡେ ଏଜି ସହିତ ଚୁକ୍ତି କରିଛି। ଏହି ଟ୍ରେନ୍ ଅଧଘଣ୍ଟାରେ ମୁମ୍ୱାଇରୁ ଚଣ୍ଡିଗଡ଼ ପହଞ୍ଚିବ। ଚୁମ୍ୱକୀୟ ଶକ୍ତି ସହାୟତାରେ ଚାଲିବ ଏହି ଟ୍ରେନ୍। ଭାରତ ହେଭି ଇଲେକ୍ଟ୍ରିକ୍ ଲିମିଟେଡ୍, ଭେଲ୍ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ମ୍ୟାଗଲୋବ୍ ଟ୍ରେନ୍ ଚୁମ୍ୱକୀୟ […]

ଆୟୁଷ ଡାକ୍ତର ଏଲୋପାଥିକ ଔଷଧ ପରାମର୍ଶ କରିବା ବେଆଇନ-ସ୍ୱାସ୍ଥ୍ୟ ବିଭାଗ ଭୁବନେଶ୍ୱର : ରାଜଧାନୀରେ ଏବେ ଅଜବ ପ୍ରକାରର ଚାଲିଛି କରୋନା ମୁକାବିଲା। ରାଜ୍ୟର ସବୁଠୁ ହଟସ୍ପଟ୍‌ ପାଲଟିଥିବା ଭୁବନେଶ୍ବର ପାଇଁ ରାଜ୍ୟ ସରକାର କେତେ ତତ୍ପର, ତାହା ହସ୍ପିଟାଲ ଭିତ୍ତିଭୂମି ଓ ଚିକିତ୍ସା ପଦ୍ଧତିକୁ ଦେଖିଲେ ଜଳଜଳ ଦିଶୁଛି। ଲୋକ କରୋନାରେ ମରନ୍ତୁ କି ଚିକିତ୍ସା ନପାଆନ୍ତୁ, ସେଥିପ୍ରତି ଟିକେ ବି ଦରଦ ଥିଲା ଭଳି ଅନୁଭବ ହେଉନି। […]

ଟୁଇଟ୍ ଯୋଗେ ସୂଚନା ଦେଲେ ଡିସିପି ଭୁବନେଶ୍ବର: କଟକ- ଭୁବନେଶ୍ବର ଦ୍ବୈତ ନଗରୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କୋଭିଡ୍ ନିୟମ ପାଳନକୁ କଡ଼ାକଡ଼ି କରିବା ପାଇଁ ଅଣ୍ଟା ଭିଡିଛି କମିସନରେଟ୍ ପୁଲିସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ନିର୍ଦ୍ଦେଶ ଦେବା ପରେ ଆକ୍ସନ ମୋଡକୁ ଆସିଛି ପୁଲିସ। ଦୋକାନଗୁଡିକୁ ଯାଞ୍ଚ କରାଯାଉଛି। ଯେଉଁଠି ଅତ୍ୟଧିକ ଭିଡ଼ ଦେଖାଦେଉଛି କିମ୍ବା ଲୋକେ ସାମାଜିକ ଦୂରତା ମାନୁନାହାନ୍ତି ଓ […]

ଭୁବନେଶ୍ବର: ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ। ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର୍ ସମୟରେ ଖୋର୍ଦ୍ଧାର ଭରତପୁର ନିକଟରେ ଏକ ବୋଲେରୋରେ ବିପୁଳ ପରିମାଣର ଗଞ୍ଜେଇ ଚେରାଚାଲାଣ ହେଉଥିବାର ଖବର ମିଳିଥିଲା। ଏହାପରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଉକ୍ତ ବୋଲେରୋରୁ ବିପୁଳ ପରିମାଣର ଗଞ୍ଜେଇ […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି ହେଉଛି ୭୦ ତମ ଜନ୍ମଦିନ। ବିଶ୍ୱର ଅନ୍ୟତମ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୦ ବର୍ଷ ବୟସରେ ପାଦ ଥାପିଛନ୍ତି । ଏହି ଅବସରରେ ତାଙ୍କୁ ଦେଶ ବିଦେଶରୁ ଜଣାଶୁଣା ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି। ହେଲେ କିଛି ଯୁବପିଢ଼ି ଟୁଇଟରରେ #ନ୍ୟାସନାଲଅନଏମ୍ପଲଏମେଣ୍ଟଡେ ଅଭିଯାନ ଆରମ୍ଭ କରିଛନ୍ତି। କିଛି ଟ୍ୱିଟର ବ୍ୟବହାରକାରୀ ଆଜି ସର୍ବନିମ୍ନ ଜିଡିପି (-୨୩.୯%), ସ୍ୱଳ୍ପ କୃଷି ଆୟ, ଉଚ୍ଚ […]

ସ୍ଥାନୀୟ ପଞ୍ଚାୟତ ପ୍ରଶାସନ ଦୃଷ୍ଟି ଦେବେ କି…? ଧରାକୋଟ: ଧରାକୋଟ ଗଡଜାତ ଅଞ୍ଚଳର ଆରାଧ୍ୟ ଦେବତା ଭାବରେ ଦୀର୍ଘ ୩୦୦ବର୍ଷରୁ ଅଧିକ ହେବ ପୂଜାପାଇ ଆସୁଛନ୍ତି ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ। ଧରାକୋଟ ରାଜପରିବାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମନ୍ଦିରର ସମସ୍ତ ନୀତିକାନ୍ତି ହୋଇଆସୁଛି।ଧରାକୋଟ ସହରର ମୁଖ୍ୟ ସ୍ଥାନରେ ମନ୍ଦିରଟି ଥିବାରୁ ପ୍ରତିଦିନ ଭକ୍ତ ଓ ସ୍ଥାନୀୟ ଲୋକଙ୍କର ଚଳପ୍ରଚଳ ସେହି ଅଞ୍ଚଳରେ ହୋଇଥାଏ। ଏହି ଅଞ୍ଚଳର ରାସ୍ତାଘାଟ ,ବିଜୁଳି ଆଲୋକ […]

ଭୁବନେଶ୍ବର: ଆଜି ଭୁବନେଶ୍ବରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଅଞ୍ଚଳରେ ଥିବା ଅର୍କିଡ୍ ରିଜେନସି ଆପାର୍ଟମେଣ୍ଟରେ ଜଣେ ମହିଳାଙ୍କୁ ତାଙ୍କ ଦୁଇ ନାବାଳକ ପୁଅ ପିଟି ମାରିଥିବାର ଖବର ମିଳିଛି। ମୃତକଙ୍କ ନାମ ବିନୋଦିନୀ ମିଶ୍ର ବୋଲି ଜଣାପଡ଼ିଛି। ତାଙ୍କର ବୟସ ୩୮ ବର୍ଷ ବୋଲି ସୂଚନା ମିଳିଛି। ଯଦିଓ ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ, ତେବେ ପାରିବାରିକ କଳହ ଏହି ଘଟଣାର ମୁଖ୍ୟ କାରଣ ହୋଇଥିବା […]

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୩୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଙ୍ଗରୋଧରୁ ୧୦୦ ଜଣ ଓ ସ୍ଥାନୀୟ ଅଂଚଳରୁ ୨୨୫ ଜଣ ଅଛନ୍ତି। ସଙ୍ଗରୋଧରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତମାନେ ପୂର୍ବରୁ ସଂକ୍ରମିତ ହୋଇଥିବା ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି। ବିଏମ୍‌ସିର ସୂଚନା ଅନୁସାରେ ହଂସପାଳସ୍ଥିତ ଏକ ସଙ୍ଗରୋଧ କେନ୍ଦ୍ରରୁ ୯ ଜଣ କରୋନା […]

ନୂଆଦିଲ୍ଲୀ: ୨୦୨୧ ଆରମ୍ଭ ବେଳକୁ ଭାରତରେ କୋଭିଡ୍‌-୧୯ ଟିକା ଉପଲବ୍ଧ କରାଯିବ ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ରାଜ୍ୟସଭାରେ ହର୍ଷବର୍ଦ୍ଧନ କହିଛନ୍ତି, ଅନ୍ୟ ଦେଶମାନଙ୍କ ପରି ଭାରତ ମଧ୍ୟ ଚେଷ୍ଟା କରୁଛି। ତିନୋଟି ଟିକା ଭିନ୍ନ ଭିନ୍ନ ସ୍ତରରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ, ଦଳେ ବିଶେଷଜ୍ଞ ଏହାର ତତ୍ତ୍ୱାବଧାନ କରୁଛନ୍ତି। ଟିକା ନିମନ୍ତେ ଅଗ୍ରଣୀ ଯୋଜନା ମଧ୍ୟ ରହିଛି। ଆମେ ଆଶାବାଦୀ ଯେ, ଆସନ୍ତାବର୍ଷ ଆରମ୍ଭ […]

Social media & sharing icons powered by UltimatelySocial