ଦିନକରେ ୩୪୨ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୬,୯୩୩ ଭୁବନେଶ୍ବର: ରାଜଧାନୀରେ କରୋନା ସଂକ୍ରମଣ ଥମୁନାହିଁ। ଗତ ୧୫ଦିନରେ ରାଜଧାନୀରେ ୬୨୦୧ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି। ଯାହାକି ଏକ ଜିଲ୍ଲାର ସମୁଦାୟ ସଂଖ୍ୟାଠାରୁ ମଧ୍ୟ ଅଧିକ। ଗତ ୨୪ଘଣ୍ଟାରେ ୩୪୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୬,୯୩୩ରେ ପହଞ୍ଚିଛି। ଚିହ୍ନଟ ୩୪୨ ପଜିଟିଭ୍‌ଙ୍କ ମଧ୍ୟରେ ୯୮ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୨୪୪ଜଣ ସ୍ଥାନୀୟ […]

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗରେ ସରକାର ସଂସଦରେ ଯେଉଁ ତଥ୍ୟ ରଖିଛନ୍ତି ତା’କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ। ଲକ୍‌ ଡାଉନ୍‌ ସମୟରେ କେତେ ସଂଖ୍ୟକ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି ସେନେଇ ମୋଦୀ ସରକାର କିଛି ଜାଣନ୍ତିନାହିଁ। କେତେ ସଂଖ୍ୟକ ଲୋକ ଚାକିରି ହରାଇଛନ୍ତି ତାହା ବି ସରକାର ଜାଣନ୍ତିନି। ଯଦି ତୁମେ ଗଣିନାହଁ ତେବେ କ’ଣ […]

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ସମୟରେ କେତେ ପ୍ରବାସୀ ଶ୍ରମିକ ଚାକିରି ହରାଇଛନ୍ତି, କେତେଜଣ ମୃତ୍ୟୁବରଣ କରିଛନ୍ତି ତାହାର ତଥ୍ୟ ସରକାରଙ୍କ ନିକଟରେ ନାହିଁ। ସଂସଦରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସରକାରଙ୍କ ପାଖରେ ମୃତ୍ୟୁ ସଂକ୍ରାନ୍ତ କୌଣସି ତଥ୍ୟ ନଥିବାରୁ ସେମାନଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଦେବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି କୁହାଯାଇଛି। ଲୋକସଭାରେ ସରକାର ଲିଖିତ ଜବାବ […]

ଭୁବନେଶ୍ବର: ଜଣେ ମୃତ ବ୍ୟକ୍ତିଙ୍କ ଜାଲ୍‌ ଦସ୍ତଖତରେ ତାଙ୍କ ସମ୍ପତ୍ତି ବନ୍ଧକ ରଖିବା ପରେ ବ୍ୟାଙ୍କରୁ ଅଢ଼େଇ କୋଟି ଟଙ୍କା ଋଣ ନେଇ ଚଳୁ କରି ଦେଇଥିବା ଅଭିଯୋଗରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ସେହିଭଳି ଋଣ ମଞ୍ଜୁର କଲାବେଳେ ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ସମସ୍ତ ରେକର୍ଡପତ୍ରକୁ ଠିକ୍‌ରେ ଯାଞ୍ଚ କରିନଥିବା ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜରଙ୍କୁ ମଧ୍ୟ ଗିରଫ କରାଯାଇଛି। ଜୟଦେବ ବିହାର ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ […]

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମାଟିଆସାହି ପୋଲ ନିର୍ମାଣ ଦୀର୍ଘଦିନ ହେବ ଶେଷ ହୋଇଛି। ପୋଲ ନିର୍ମାଣ ପରେ ଆପ୍ରୋଚ ରୋଡ଼ ନିର୍ମାଣ ହୋଇନଥିବାରୁ ପୋଲ କାର୍ଯ୍ୟକ୍ଷମ ହୋଇପାରିନଥିଲା। ଆପ୍ରୋଚ ରୋଡ଼ ନିର୍ମାଣ ପାଇଁ ବ୍ୟକ୍ତିଗତ ଜାଗା ପ୍ରତିବନ୍ଧକ ସାଜିଥିଲା। ଗତ କିଛିଦିନ ତଳେ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ଉପସ୍ଥିତିରେ ଜାଗାର ମାପଚୁପ କରାଇ ବ୍ୟକ୍ତିଗତ ଜାଗା ଥିବା ବ୍ୟକ୍ତିଙ୍କୁ ସରକାରୀ […]

କଟକ: ଚୌଦ୍ବାର ସହର ମଧ୍ୟରେ ଦୀର୍ଘବର୍ଷ ଧରି ଚାଲୁଥିବା ନକଲି କାରଖାନା ଉପରେ ଚଢ଼ଉ କରି ପୁଲିସ ବିପୁଳ ପରିମାଣର ଗୁଆଘିଅ, ଟମାଟୋ ଓ ଚିଲି ସସ୍‌ ଜବତ କରିଛି। ଏହାସହ ଏହାର ମୁଖ୍ୟ କାର୍ପଟଦାର ଦିବ୍ୟଲୋଚନ ବେହେରା(୪୩)କୁ ଗିରଫ କରିଛି। ତେବେ ଏହ‌ି କାରବାରରେ ସଂପୃକ୍ତ ଅନ୍ୟ ଦୁର୍ବୃତ୍ତମାନଙ୍କୁ ପୁଲିସ ଧରି ପାରିନାହିଁ। ମିଳିଥିବା ସୂଚନା ମୁତାବକ, ଚୌଦ୍ବାର ପୌରପାଳିକା ୯ନଂ ୱାର୍ଡ ଅନ୍ତର୍ଗତ ପୌର କାର୍ଯ୍ୟାଳୟ ଓ […]

ପୁରୀ : ଥଣ୍ଡା ଅଞ୍ଚଳରେ ଆମେ ଅଙ୍ଗୁର ଫଳୁଥିବାର ଜାଣିଛୁ। କିନ୍ତୁ ପୁରୀ ଭଳି ଉପକୂଳର ଅଞ୍ଚଳରେ ଅଙ୍ଗୁର ଫଳିବା ପରି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ପୁରୀର ଭୂଦାନ ନଗରର ଘନଶ୍ୟାମ ବେହେରା। ନିଜ ବାଡ଼ିରେ ଅଷ୍ଟ୍ରେଲିଆନ୍‌ କିସମ ଅଙ୍ଗୁର ଫଳାଇ କେବଳ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିନାହାଁନ୍ତି, ‌ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଉଦ୍ୟମ ଫଳରେ ଟାଙ୍ଗରା ଭୂଇଁ ବି ସବୁଜିମା ହୋଇପାରିବ, ଏହା ପ୍ରମାଣିତ କରି ଦେଖାଇଛନ୍ତି […]

ରକ୍ଷା ହେଉନି କୋଭିଡ୍‌ କଟକଣା ଭୁବନେଶ୍ବର: ପ୍ରତିପଦାରୁ ଅପର ପକ୍ଷ ଚାଲିଥିବା ବ‌େଳେ ପିତୃପକ୍ଷ ଶ୍ରାଦ୍ଧ ପାଇଁ ଆଉ ମାତ୍ର ୨ ଦିନ ବାକି। ତେଣୁ ଅମାବାସ୍ୟା ଯେତେ ପାଖଉଛି ବିନ୍ଦୁ ସାଗର କୂଳରେ ମହାଳୟା ଶ୍ରାଦ୍ଧ ପାଇଁ ଜନସମାଗମ ବଢ଼ିବଢ଼ି ଚାଲିଛି। ଆଜି ଦ୍ୱାଦଶୀ ଶ୍ରାଦ୍ଧ ଥିବା ବେଳେ ବହୁ ଲୋକଙ୍କ ସମାଗମ ହୋଇଥିଲା। ଏହା ମଧ୍ୟରେ କୋଭିଡ୍‌ କଟକଣା ପାଳନ ହୋଇପାରିନଥିଲା। ପଣ୍ଡିତ ସତ୍ୟବ୍ରତ ମିଶ୍ରଶର୍ମା କହିଛନ୍ତି, […]

ଭୁବନେଶ୍ୱର : ବେଆଇନ ପାର୍କିଂକୁ ନେଇ ପୁଣି ଥରେ ଚଢ଼ଉ ଜୋରଦାର ହୋଇଛି। ପୂର୍ବରୁ କୋଭିଡ୍‌ କଟକଣା ନେଇ କୋହଳ କରାଯାଇଥିବା ବେଳେ ଏବେ କୋଭିଡ୍‌ କଟକଣା କୋହଳ ହୋଇଛି। ହେଲେ ଲୋକମାନେ ଅଭ୍ୟାସ ଛାଡ଼ି ନାହାନ୍ତି। କିଛି ଦିନ ସଚେତନ କରିବା ପରେ ଆଜି କମିସନରେଟ୍‌ ଟ୍ରାଫିକ୍‌ ପକ୍ଷରୁ ଚଢ଼ଉ ଜୋରଦାର କରାଯାଇଛି। ଏକନମ୍ବର ହାଟ ସାମ୍ନାରୁ ୨୦ ଓ ନାଲ୍‌କୋ ଛକ ପାଖ ଫଳ ବଜାରରୁ ୨୦ […]

ଯାଜପୁର: ନିକଟରେ ବନ୍ୟା ଆସି ଯାଜପୁର ଜିଲ୍ଲାରେ ଘାଇ ସୃଷ୍ଟି ହେବା ଘଟଣାକୁ କେନ୍ଦ୍ରକରି ହୋଇ ଆସୁଥିବା ଚର୍ଚ୍ଚା ଥମି ନାହିଁ। ଯାଜପୁର ଡିଭିଜନ ଅଧୀନ‌ରେ ଥିବା ବୈତରଣୀ, ବୁଢା, କାଣୀ ନଦୀରେ ୫‌ଟି ଘାଇ ହୋଇଛି। ଜାରକା ଡିଭିଜନ ଅଧୀନରେ ଥିବା ବ୍ର‌ାହ୍ମଣୀ, ଖରସ୍ରୋତା ଓ କେଲୁଅ ନଦ‌ୀବନ୍ଧ ମରାମତି ହୋଇ ନଥିବାରୁ ଏକକାଳୀନ ୨୫ଟି ଘାଇ ହୋଇଥିବା ପ୍ରଶାସନ ସ୍ବୀକାର କରିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଡିନାମାଇଟ୍‌ […]

Social media & sharing icons powered by UltimatelySocial