ସିଡବ୍ଲ୍ୟୁସିରୁ ବାଦ‌ପଡ଼ିଲେ ରାମ ଖୁଣ୍ଟିଆ,ପଦ ହରାଇଲେ ଆଜାଦ, ଭୋରା, ଖଡ୍‌ଗେ ନୂଆଦିଲ୍ଲୀ/ଭୁବନେଶ୍ୱର : କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ଗତକାଲି ଦଳୀୟ ସଂଗଠନରେ ବଡ଼ ଧରଣର ପୁନର୍ବିନ୍ୟାସ କରିଛନ୍ତି। ଓଡ଼ିଶା ପ୍ରଭାରୀ ଥିବା ଦଳର ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହଙ୍କୁ ବଦଳାଇ ସାଂସଦ ଡ. ଚେଲ୍ଲା କୁମାରଙ୍କୁ ଏହି ଗୁରୁ ଦାୟିତ୍ବ ଦିଆଯାଇଛି। ଏହାସହିତ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲୁସି) ସଦସ୍ୟ ଓ ତେଲେଙ୍ଗାନା ପ୍ରଭାରୀ ଥିବା ବରିଷ୍ଠ କଂଗ୍ରେସ […]

ୱାଶିଂଟନ : କରୋନା ଭୂତାଣୁର ସଂକ୍ରମଣ ରୋକିବା ଲାଗି ଉତ୍ତର କୋରିଆ ପ୍ରଶାସନ ବିଶେଷ କରି ଚୀନ୍‌ରୁ ଆସୁଥିବା ଆଗନ୍ତୁକମାନଙ୍କୁ ଦେଖିଲା ମାତ୍ରେ ଗୁଳି କରିଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଦକ୍ଷିଣ କୋରିଆରେ ଥିବା ଜଣେ ଆମେରିକୀୟ ସାମରିକ ଅଧିକାରୀ ରବର୍ଟ ଆବ୍ରାହାମ୍‌ଙ୍କ ଠାରୁ ଏପରି ଚାଞ୍ଚଲ୍ୟକର ସୂଚନା ମିଳିଛି। ଉତ୍ତର କୋରିଆର ଭୁଶୁଡ଼ିପଡ଼ିଥିବା ସ୍ବାସ୍ଥ୍ୟ ସେବା କୌଣସି ପ୍ରକାର ସଂକ୍ରମଣର ମୁକାବିଲା କରିବାକୁ ଅସମର୍ଥ। ଅପରପକ୍ଷେ, ଚୀନ୍‌ରୁ ଉତ୍ପତ୍ତି […]

ଚଢ଼ା ଦରରେ ବିକ୍ରି ହେଉଛି କୀଟନାଶକ ବାଲିଅନ୍ତା: ବନ୍ୟା ଛାଡ଼ିଛି ସିନା କିନ୍ତୁ ଚାଷୀଙ୍କ ଦୁର୍ଦ୍ଦଶାର ଅନ୍ତ ଘଟିନାହିଁ। ବନ୍ୟା ମୁହଁରୁ ବଞ୍ଚି ଯାଇଥିବା ଧାନ ଫସଲ ଏବେ କାଣ୍ଡବିନ୍ଧା ପୋକଙ୍କ ମୁହଁରେ ନଷ୍ଟ ହେବାକୁ ବସିଛି। କୀଟନାଶକ ମିଳୁନଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ତୁରନ୍ତ କୃଷି ବିଭାଗ ସହଯୋଗ ନ କଲେ ଚାଷୀମାନେ ସର୍ବସ୍ବାନ୍ତ ହେବା ନିଶ୍ଚିତ ବୋଲି ଜଳଜଳ ଦେଖାଗଲାଣି। ଭାର୍ଗବୀ ଓ ଧନୁଆ‌ ନଈ ବନ୍ୟାରେ […]

ଭୁବନେଶ୍ବର: ମାନବପ୍ରେମୀ ଆଦିତ୍ୟ ସୁନ୍ଦର ଦାଶ ମୃତ୍ୟୁ ମାମଲା କ୍ରମଶଃ ଜଟିଳ ହେବାରେ ଲାଗିଛି। ପଲିଗ୍ରାଫ୍‌ ଟେଷ୍ଟ ରିପୋର୍ଟ ପାଇ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆଗକୁ ବଢ଼ାଇଥିବା ବେଳେ ଆଜି ବିଦ୍ୟାଶ୍ରୀଙ୍କ ଓକିଲଙ୍କୁ ହତ୍ୟା ଧମକ ଆସିଛି। ଏ ନେଇ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି, ଆଦିତ୍ୟଙ୍କୁ ମାରି ଦିଆଗଲା,ଏକ ମାସ ଧରି ଜିଆରପି ତଦନ୍ତ କଲା, ମାସେ କାଳ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କଲା। ଏଥିରେ ଅସନ୍ତୋଷ ପରିବାରବର୍ଗ ତଦନ୍ତ ଠିକରେ […]

ତଦନ୍ତ ରିପୋର୍ଟକୁ ନଷ୍ଟ କରିବାକୁ ଉଦ୍ୟମ ଅଭିଯୋଗ ପୁରୀ : ପୁରୀରେ ବଗଲା ଧର୍ମଶାଳାକୁ ବିସ୍ଥାପିତଙ୍କୁ ବିକ୍ରି କରିବାକୁ ନେଇ ଗତ ୧୮ ଦିନ ହେବ ଆନ୍ଦୋଳନ ଚାଲିଛି। ବଗଲା ଜମିକୁ ଫେରାଇ ଆଣିବା ଓ ଏଠାରେ ଗରିବଙ୍କ ପାଇଁ ଏକ ଧର୍ମଶାଳା ନିର୍ମାଣ କରିବାକୁ ଜୋରଦାର ଆନ୍ଦୋଳନ ଚାଲିଛି। ଏହି ପ୍ରସଙ୍ଗକୁ ଜନସାଧାରଣଙ୍କ ସମର୍ଥନ ମଧ୍ୟ ରହିଛି। ବଗଲା ଧର୍ମଶାଳା ପ୍ରସଙ୍ଗ ସହିତ ଭାବାବେଗ ଥିବା କାରଣରୁ ବିଜେପି […]

ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କିଶୋରନଗର/ଶୁଳିଆପଦା : ଗତକାଲି କନ୍ଧମାଳ-କଳାହାଣ୍ଡି ସୀମାନ୍ତ ସିର୍‌କି ଜଙ୍ଗଲରେ ପୁଲିସ୍‌ ଓ ମାଓବାଦୀଙ୍କ ଗୁଳିବିନିମୟରେ ୫ ଜଣ ମାଓବାଦୀ ନିହତ ହୋଇଥିବାବେଳେ ୨ ଜଣ ଯବାନ ସହିଦ୍‌ ହୋଇଥିଲେ। ୨ ଜଣ ହେଉଛନ୍ତି, କିଶୋରନଗର ଥାନା ଅଙ୍ଗପଡ଼ା ଗାଁର ଏସ୍‌ଓଜି ଯବାନ ଦେବାଶିଷ ସେଠୀ(୨୭) ଓ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍ ବାଘଡ଼ା ପଞ୍ଚାୟତ ଅନ୍ତର୍ଗତ ସାନଭଦୁଆ ଗ୍ରାମର ସୁଧୀର କୁମାର […]

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡିକୁ ଶକ୍ତ ଝଟ୍‌କା ପାଟନା : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ମୁଖ୍ୟ ବିରୋଧୀ ଦଳ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) କୁ ଶକ୍ତ ଝଟ୍‌କା ଲାଗିଛି। ବରିଷ୍ଠ ଆର‌ଜେଡି ନେତା ରଘୁବଂଶ ପ୍ରସାଦ ସିଂହ ଆଜି ଆର୍‌ଜେଡିରୁ ଇସ୍ତଫା ଦେଇଛନ୍ତି। ସିଂହ କହିଛନ୍ତି, କରପୁରୀ ଠାକୁରଙ୍କ ମୃତ୍ୟୁ ପରେ ସେ ଦୀର୍ଘ ୩୨ ବର୍ଷ ଧରି ଆର‌ଜେଡିକୁ ସମର୍ଥନ କଲେ। କିନ୍ତୁ […]

ଆନ୍ସିଲାରି ଫି’ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ପ୍ରସ୍ତାବ, ୧୪ରେ ହାଇକୋର୍ଟ ଶୁଣାଇବେ ଚୂଡ଼ାନ୍ତ ରାୟ ଭୁବନେଶ୍ୱର : କୋଭିଡ୍‌-୧୯ ସମୟରେ ସ୍କୁଲ ଫି’ ଛାଡ଼କୁ ନେଇ ଅଭିଭାବକ ଓ ସ୍କୁଲ କର୍ତୃପକ୍ଷଙ୍କ ମଧ୍ୟରେ ଲାଗିରହିଥିବା ବିବାଦର ଆପୋସ ସମାଧାନ ହୋଇଛି। ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନ ଥିଲେ ମଧ୍ୟ ସର୍ବାଧିକ ୩୦% ସ୍କୁଲ ଫି’ ଛ‌ାଡ଼ କରିବାକୁ ସହମତି ପ୍ରକାଶ ପାଇଛି। ଓଡ଼ିଶା ହାଇକୋର୍ଟଙ୍କ ପରାମର୍ଶକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା […]

ସର୍ବ ଧର୍ମ ପୂଜା ଶେଷ କଲେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ ପୁରୋହିତ ଅମ୍ବାଲା: ଭାରତୀୟ ବାୟୁସେନା ପାଇଁ ଆଜି ଏକ ଐତିହାସିକ ଦିନ। ଆଜିର ଦିନରେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ଲଢ଼ୁଆ ବିମାନ ରାଫେଲ। ଏବେ ଶତ୍ରୁଙ୍କ ଆଖିରେ ଆଖି ମିଳାଇ ସେମାନଙ୍କୁ ଜବାବ ଦେବ ଭାରତ। ଆଜି ଅମ୍ୱାଲା ଏୟାରବେସରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ୫ଟି ଲଢ଼ୁଆ ବିମାନକୁ ବାୟୁସେନାରେ ସାମିଲ କରାଯାଇଛି। […]

ଭୁବନେଶ୍ୱର : କୋଭିଡ୍‌-୧୯ ଚିକିତ୍ସା ସମ୍ବନ୍ଧୀୟ ଭାଇରାଲ ଅଡିଓ ପ୍ରସାରଣକୁ ନେଇ ପୂର୍ବରୁ ୩ ଥର ଜେରା ହୋଇସାରିଥିବା ଏକ ବୈଦୁତିକ ଗଣମାଧ୍ୟମ କର୍ମଚାରୀଙ୍କୁ ଆଜି କ୍ୟାପିଟାଲ ଥାନା ପୁଲିସ ପୁଣି ଥରେ ଜେରା କରିଛି। ଆଜି ଅପରାହ୍ନରେ ତାଙ୍କୁ ଦୀର୍ଘ ତିନିଘଣ୍ଟା ଧରି ଜେରା କରାଯାଇଛି। ଗତ ଅଗଷ୍ଟ ୨୦ ତାରିଖରେ ଶେଷ ଥର ପାଇଁ ଜେରା ହୋଇଥିବା ଏହି କର୍ମଚାରୀଙ୍କୁ ୨୦ ଦିନ ପରେ ପୁଣି ଜେରା […]

Social media & sharing icons powered by UltimatelySocial