ଆଦିତ୍ୟ ମୃତ୍ୟୁ ମାମଲା: ଓକିଲଙ୍କୁ ମାରି ଦେବାର ଧମକ

ଆଦିତ୍ୟ ଦାଶ ମୃତ୍ୟୁ ମାମଲା-new

ଭୁବନେଶ୍ବର: ମାନବପ୍ରେମୀ ଆଦିତ୍ୟ ସୁନ୍ଦର ଦାଶ ମୃତ୍ୟୁ ମାମଲା କ୍ରମଶଃ ଜଟିଳ ହେବାରେ ଲାଗିଛି। ପଲିଗ୍ରାଫ୍‌ ଟେଷ୍ଟ ରିପୋର୍ଟ ପାଇ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆଗକୁ ବଢ଼ାଇଥିବା ବେଳେ ଆଜି ବିଦ୍ୟାଶ୍ରୀଙ୍କ ଓକିଲଙ୍କୁ ହତ୍ୟା ଧମକ ଆସିଛି। ଏ ନେଇ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି, ଆଦିତ୍ୟଙ୍କୁ ମାରି ଦିଆଗଲା,ଏକ ମାସ ଧରି ଜିଆରପି ତଦନ୍ତ କଲା, ମାସେ କାଳ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କଲା। ଏଥିରେ ଅସନ୍ତୋଷ ପରିବାରବର୍ଗ ତଦନ୍ତ ଠିକରେ ହେଉନି କହି ମୋ ପାଖରେ ପହଞ୍ଚିଲେ। ମୁଁ ହାଇକୋର୍ଟରେ ସିବିଆଇ ତଦନ୍ତ ପାଇଁ ଆଦେଶ ଦେବାକୁ ଆବେଦନ କଲି। ଦୀର୍ଘ ଦିନ ପରେ ଏକ ମୋବାଇଲ୍‌(୯୯୩୮୨୬୭୭୭୧)ରୁ ମାମଲାକୁ ନ ଉଠାଇଲେ ଗୁଳି କରି ମାରି ଦେବାର ଧମକ ଆସିଛି। ହେଲେ ଏନେଇ ସେ ଥାନାରେ ଅଭିଯୋଗ କରିନଥିବା କହିଛନ୍ତି।

Share Now:

Kalinga News Beuro

Next Post

ବଢୁଛି ଚାଷୀଙ୍କ ଦୁର୍ଦ୍ଦଶା : ବନ୍ୟା ପରେ କାଣ୍ଡବିନ୍ଧା ପୋକଙ୍କ ପ୍ରାଦୁର୍ଭାବ

Fri Sep 11 , 2020
ଚଢ଼ା ଦରରେ ବିକ୍ରି ହେଉଛି କୀଟନାଶକ ବାଲିଅନ୍ତା: ବନ୍ୟା ଛାଡ଼ିଛି ସିନା କିନ୍ତୁ ଚାଷୀଙ୍କ ଦୁର୍ଦ୍ଦଶାର ଅନ୍ତ ଘଟିନାହିଁ। ବନ୍ୟା ମୁହଁରୁ ବଞ୍ଚି ଯାଇଥିବା ଧାନ ଫସଲ ଏବେ କାଣ୍ଡବିନ୍ଧା ପୋକଙ୍କ ମୁହଁରେ ନଷ୍ଟ ହେବାକୁ ବସିଛି। କୀଟନାଶକ ମିଳୁନଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ତୁରନ୍ତ କୃଷି ବିଭାଗ ସହଯୋଗ ନ କଲେ ଚାଷୀମାନେ ସର୍ବସ୍ବାନ୍ତ ହେବା ନିଶ୍ଚିତ ବୋଲି ଜଳଜଳ ଦେଖାଗଲାଣି। ଭାର୍ଗବୀ ଓ ଧନୁଆ‌ ନଈ ବନ୍ୟାରେ […]
ବନ୍ୟା ପରେ କାଣ୍ଡବିନ୍ଧା ପୋକଙ୍କ ପ୍ରାଦୁର୍ଭାବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial