ନୂଆଦିଲ୍ଲୀ: ଅବିଭକ୍ତ ହିନ୍ଦୁ ପରିବାର ସମ୍ପତ୍ତିରେ ଝିଅମାନଙ୍କର ସମାନ ଦାୟାଦ ଅଧିକାର ରହିଛି ବୋଲି ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏପରିକି ହିନ୍ଦୁ ଉତ୍ତରାଧିକାର ଆଇନ-୧୯୫୬ର ୨୦୦୫ ମସିହା ସଂଶୋଧନ ପୂର୍ବରୁ ସେମାନେ ଜନ୍ମ ହୋଇଥିଲେ ମଧ୍ୟ ପିତା ଥାଆନ୍ତୁ ବା ନ ଥାଆନ୍ତୁ, ଝିଅମାନଙ୍କର ପୈତୃକ ସମ୍ପତ୍ତିରେ ପୁଅଙ୍କ ଭଳି ସମାନ ଅଧିକାର ରହିଛି ବୋଲି ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଏସ୍‌ ଅବଦୁଲ ନଜିର […]

ବାଲିଅନ୍ତା: ଶନିବାର ସକାଳେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ବୃଦ୍ଧା ଶଶି ବେୱା(୮୫)। ପରିବାର ଲୋକେ ଆମ୍ବୁଲାନ୍‌ସ ଡକାଇଲେ। ଆମ୍ବୁଲାନ୍‌ସ ମଧ୍ୟ ଠିକଣା ସମୟରେ ପହଞ୍ଚିଥିଲା। କିନ୍ତୁ ଗାଁଠାରୁ ପାଖାପାଖି ଏକ କିଲୋମିଟର ଦୂରରେ ଆମ୍ବୁଲାନ୍‌ସ ଅଟକିଗଲା। ରାସ୍ତା ଭଲ ନଥିବାରୁ ଆମ୍ବୁଲାନ୍‌ସ ଗାଁ ଭିତରକୁ ପଶି ପାରିଲା ନାହିଁ। ଫଳରେ ବାଧ୍ୟ ହୋଇ ଗ୍ରାମବାସୀମାନେ ଶଶିଙ୍କୁ ଭାରରେ ବସାଇ ଆମ୍ବୁଲାନ୍‌ସ ପର୍ଯ୍ୟନ୍ତ ବୋହି‌ଲେ। ଠିକ୍ ସେମିତି ଗତ ସପ୍ତାହରେ ଘଟିଥିଲା […]

ବିଭିନ୍ନ ଜିଲ୍ଲା ପାଇଁ ବିଜେଡି ମହିଳା ପ୍ରଭାରୀ ନିଯୁକ୍ତ ଭୁବନେଶ୍ୱର : ବିଜେଡି ସଭାପତି ନବୀନ ପଟ୍ଟନାୟକ ସବୁ ଜିଲ୍ଲା ପାଇଁ ବରିଷ୍ଠ ମହିଳା ନେତ୍ରୀମାନଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଏହି ନେତ୍ରୀମାନେ ସେମାନଙ୍କୁ ଦିଆଯାଇଥିବା ଜିଲ୍ଲାର ବିଜେଡି ମହିଳା ଶାଖାର ସାଂଗଠନିକ କାର୍ଯ୍ୟର ତଦାରଖ କରିବେ। ଏ ସଂକ୍ରାନ୍ତରେ ଦଳର ସାଧାରଣ ସଂପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପ୍ରେସ ଇସ୍ତାହାର ଜରିଆରେ ଜଣାଇଛନ୍ତି। ଗଞ୍ଜାମ ଜିଲ୍ଲା […]

ସ୍କୁଲ ଓ ଯୁକ୍ତ୨ କଲେଜ ପାଠ୍ୟକ୍ରମ କମ୍‌ କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର : ରାଜ୍ୟର ୫୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ଦିଆଯିବ। ଏହି ପ୍ରକ୍ରିୟା ଚଳିତ ମାସ ସୁଦ୍ଧା ‌ଶେଷ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଅନ୍ୟପକ୍ଷରେ ବିଭାଗ ଅଧୀନସ୍ଥ ସମସ୍ତ ନିର୍ଦ୍ଦେଶାଳୟକୁ ଚଳଚଞ୍ଚଳ କରିବା ଲାଗି […]

ଭୁବନେଶ୍ୱର : ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଓ ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସାଢେ ସାତକୋଟି ଟଙ୍କା ଦାନ କରିଛନ୍ତି। କୋଭିଡ୍ ଦ୍ୱାରା ପ୍ରଭାବିତ ପୁରୀ ଜିଲ୍ଲାର ଅସହାୟା ବୃଦ୍ଧା ମହିଳାମାନଙ୍କ ପାଇଁ ଏହି ଅର୍ଥବିନିଯୋଗ ହେବ। ମୁଖ୍ୟମନ୍ତ୍ରୀ ଆଜି ଉଭୟଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଥିଲେ। ଭିଡିଓ କନଫରେନ୍ସି ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ […]

ପିପିଲି : ପିପିଲି ଥାନା ଲକ୍ଷ୍ମୀନାରାୟଣପୁର ଗାଁରେ ରବିବାର ରାତିରେ ବଡ଼ଭାଇକୁ ସାନଭାଇ ମରଣାନ୍ତକ ଆକ୍ରମଣ କରିବା ପରେ ଗିରଫ ଭୟରେ ନିଜ ମା’କୁ ମୁଣ୍ତଜାମିନ ରଖିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟାଇଥିବା ଯୁବକ ହେଉଛି ଉକ୍ତ ଗାଁର ଦିଲୀପ ରଥ। ଏଥିପାଇଁ ପୁଲିସ ରବିବାର ରାତିଠାରୁ ସେହି ଘର ବାହାରେ ଜଗି ରହିଥିବାବେଳେ ଦିଲୀପ କବାଟ ନ ଖୋଲିବା ଯୋଗୁ ଗମ୍ଭୀର ପରିସ୍ଥିତି […]

ରିଜର୍ଭ ବ୍ୟାଙ୍କ ନିୟମ ମାନୁନାହାନ୍ତି ୟୁକୋ ବ୍ୟାଙ୍କ ତିହିଡି ଶାଖା କର୍ତ୍ତୁପକ୍ଷ ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦଳ ଗ୍ରାମର ପଦନ ଚରଣ ନାୟକ ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକ ୟୁକୋ ବ୍ୟାଙ୍କ ତିହିଡି ଶାଖାରୁ ନିଜର ପେନସନ ଟଙ୍କା ଉଠାଣ କରିଥାନ୍ତି। ଆଜି ଉକ୍ତ ୭୦ ବର୍ଷୀୟ ବୃଦ୍ଧ ଶିକ୍ଷକ ଜଣକ ନିଜର ପେନସନ ନେବାକୁ ଏକ ଟ୍ରଲିରେ ଆସି ବହୁ ସମୟଧରି ଟାଣ ଖରାରେ […]

ମସ୍କୋ: ରୁଷିଆର ଗମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏପିଡର୍ମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ବିକଶିତ ଏକ ଟିକା ଆସନ୍ତା ୧୨ ତାରିଖରେ ବିଶ୍ବର ପ୍ରଥମ କୋଭିଡ୍‌ ଟିକା ଭାବେ ସାର୍ବଜନୀନ ବ୍ୟବହାର ପାଇଁ ଲୋକାର୍ପିତ ହେବ ବୋଲି ରୁଷିଆର ଉପସ୍ବାସ୍ଥ୍ୟମନ୍ତ୍ରୀ ଓଲେଗ ଗ୍ରିଦନେଭ ଶୁକ୍ରବାର ଘୋଷଣା କରିଛନ୍ତି। ଅପରପକ୍ଷେ, ଉକ୍ତ ଟିକାର ସମ୍ପୂର୍ଣ୍ଣ ତିନି ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସରିଛି ନା ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ […]

ସୂଚନା ଓ ଲୋକସଂପର୍କ ବିଭାଗ, ଜିଲ୍ଲାପାଳ, ବିଏମ୍‌ସି ତଥ୍ୟ‌‌ରେ ତାଳମେଳ ନାହିଁ ଭୁବନେଶ୍ୱର : କରୋନା ସଂକ୍ରମିତଙ୍କ ସୂଚନା ନେଇ ସୂଚନା ଓ ଲୋକସଂପର୍କ ବିଭାଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ବିଏମ୍‌ସିର ତଥ୍ୟରେ ତାଳମେଳ ରହୁନି। ପ୍ରତିଦିନ ଜିଲ୍ଲାରୁ ଯେତିକି ରୋଗୀ ଚିହ୍ନଟ ହେଉଛନ୍ତି, ସେ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ଦିଆଯାଉଛି। ପରବର୍ତୀ ସମୟରେ ଜିଲ୍ଲା ପ୍ରଶାସନ ଓ ବିଏମ୍‌ସି ନିଜ ନିଜ […]

Social media & sharing icons powered by UltimatelySocial