‘ଆତ୍ମନିର୍ଭର ଭାରତ’ ଯୋଜନାରେ ହିଁ ତିଆରି ହେବ ସାମରିକ ପରିବହନ ବିମାନ, ତୋପ, ବନ୍ଧୁକ ନୂଆଦିଲ୍ଲୀ: ‘ଆତ୍ମନିର୍ଭର ଭାରତ’ ପଦକ୍ଷେପକୁ ସୁଦୃଢ଼ କରିବାପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରତିରକ୍ଷା ଉପକରଣର ସ୍ବଦେଶୀକରଣକୁ ଅଧିକ ଶକ୍ତିଶାଳୀ କରିବା ନିମନ୍ତେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ୧୦୧ ଯୁଦ୍ଧାସ୍ତ୍ର ଏବଂ ଏ ବାବଦ ଉପକରଣର ଆମଦାନି ବନ୍ଦ ହେବ। ଏଭଳି ଏକ ନିଷ୍ପତ୍ତିକୁ ଆଜି ଟ୍ବିଟ୍‌ କରି ଘୋଷଣା […]

ଭୁବନେଶ୍ୱର : ଦୀର୍ଘ ୫ ବର୍ଷର ଘୋଷଣା ପରେ ସୋମବାର ଦିଆଯିବ ଓଡ଼ିଶା ଲଳିତ କଳା ଏକାଡେମିର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’। ଜୁଲାଇ ୩୦ ତାରିଖରେ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ବୈଠକରେ ଏ ସଂକ୍ରାନ୍ତ ନିଷ୍ପତ୍ତି ହୋଇଥିଲା। କରୋନା ଯୋଗୁଁ ଉତ୍ସବ ଆୟୋଜନ ସମ୍ଭବ ନଥିବାରୁ ଘରେ ଏହି ପୁରସ୍କାର ପ୍ରଦାନ କରାଯିବ। ୨୦୦୯ରୁ ୨୦୧୫ ମସିହା ମଧ୍ୟରେ ଏହି ପୁରସ୍କାର ଦିଆଯିବା ନେଇ ଘୋଷଣା ହୋଇଥିଲା। […]

କାଳିଆପାଣି : ବାପାର ଶବଯାତ୍ରା ପାଇଁ ୭ ବର୍ଷର ଝିଅ ନିଜ ଅଗଣାରେ ଖଇ ଭାଜୁଛି। ବିଶ୍ବ ଆଦିବାସୀ ଦିବସରେ ଗତକାଲି ଏଭଳି ଅଲୋଡ଼ା ଦୃଶ୍ୟ ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ପଞ୍ଚାୟତ ୨ ନଂ ୱାର୍ଡ ଅନ୍ତର୍ଗତ ବିର୍ସାନଗର ବସ୍ତିର ଯକ୍ଷ୍ମା ରୋଗାକ୍ରାନ୍ତ ସୁନାରାମ କିସ୍କୁ(୨୯)ଙ୍କ ଗତକାଲି ମୃତ୍ୟୁ ଘଟିଛି। ତାଙ୍କର ଦୁଇ ଶିଶୁ ଫୁଲମଣି(୭) ଓ ଦେବେନ୍ଦ୍ର(୫) ଏବେ ବେସାହାରା ହୋଇଯାଇଛନ୍ତି। ବାପାଙ୍କ […]

ଶପଥପାଠ କରାଇଲେ ସାନଭାଇ ରାଷ୍ଟ୍ରପତି ଗୋତବାୟ ରାଜ‌ପକ୍ଷେ କଲମ୍ବୋ: ଜାତୀୟ ରାଜଧାନୀ କଲମ୍ବୋର ଉପନଗରୀ କେଲାନିୟାରେ ଥିବା ରାଜମାହା ବିହାରାୟ ନାମକ ଏକ ବୌଦ୍ଧ ମନ୍ଦିରରେ ରବିବାର ଦିନ ଚତୁର୍ଥ ଥର ମହିନ୍ଦା ରାଜପକ୍ଷେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ଜନତାଙ୍କ ସେବା ନିମନ୍ତେ ପୁଣି ଥରେ ସୁଯୋଗ ଦିଆଯାଇଥିବାରୁ ମୁଁ ବାଧିତ। ଶ୍ରୀଲଙ୍କାବାସୀଙ୍କ ବିଶ୍ୱାସ ମତେ ମୋ ଦେଶର ସେବା […]

ଭୁବନେଶ୍ୱର: ଆଜି ରାଜ୍ୟରେ ୧୭୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ସର୍ବାଧିକ ୧୩ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଗଞ୍ଜାମରୁ ସର୍ବାଧିକ ୬ ଜଣଙ୍କ ଘଟିଥିବା ବେଳେ, କୋରାପୁଟ ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ଏହାଛଡ଼ା […]

ନିୟମିତ ଯୋଗ, ଧ୍ୟାନ କରିବା ଏବଂ ଉପଯୁକ୍ତ ଖାଦ୍ୟ ତାଙ୍କୁ ସୁସ୍ଥ କରିବାରେ ସାହାଯ୍ୟ କଲା କୂର୍ଣ୍ଣଲ: କରୋନା ଭୂତାଣୁ ଏବେ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ସଂକ୍ରମଣ ବଢ଼ୁଥିବା ବେଳେ ଲୋକେ ଘରୁ ବାହାରକୁ ବାହାରିବାକୁ ଡ଼ରୁଛନ୍ତି। ଏହା ସହ ଅନେକ ସ୍ଥାନରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ମୃତ୍ୟୁ ଭୟରେ ଅବସାଦଗ୍ରସ୍ତ ହୋଇଯାଉଛନ୍ତି। ଏଭଳି ସ୍ଥିତିରେ କୂର୍ଣ୍ଣଲରୁ ଜଣେ ୧୦୫ ବର୍ଷ ବୟସ୍କା ବୃଦ୍ଧା କରୋନାକୁ ସହଜରେ […]

ପୁଣି ଥରେ ଗଞ୍ଜାମକୁ ଟପିଲା ଖୋର୍ଦ୍ଧା ଭୁବନେଶ୍ବର: ଆଜି ରାଜ୍ୟରେ ୧୭୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୦୭୫ ଓ ସ୍ଥାନୀୟ ଅଞ୍ଚଳରୁ ୬୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭କୁ ବୃଦ୍ଧି ପାଇଛି। […]

ନୂଆଦିଲ୍ଲୀ: କୋଭିଡ -୧୯ ସଙ୍କଟ ମଧ୍ୟରେ ଦେଶର କୃଷି କ୍ଷେତ୍ର ତଥା କୃଷକମାନଙ୍କୁ ସହାୟତା ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ କିଷ‌ାନ ସମ୍ମାନ ନିଧି ଯୋଜନା ଅଧୀନରେ ଆନୁମାନିକ ୮.୫ କୋଟି ଚାଷୀଙ୍କୁ ୧୭,୦୦୦ କୋଟି ଟଙ୍କା ପଠାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଗତ ଦେଢ଼ ବର୍ଷ ମଧ୍ୟରେ […]

ବାରଙ୍ଗ : ବାରଙ୍ଗ ବ୍ଲକ ଅଧୀନ ଦାଢ଼ାପାଟଣା ଗ୍ରାମରେ ଦ୍ବିତୀୟ କରୋନା ମୃତ୍ୟୁ ଘଟିଛି। ଦ୍ବିତୀୟ ମୃତକ ଜଣେ ୩୮ ବର୍ଷୀୟ ଯୁବ ବ୍ୟବସାୟୀ। କଟକସ୍ଥିତ ଅଶ୍ବିନୀ କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଅବସ୍ଥା ସଂକଟାପନ୍ନଥିବାରୁ ତାଙ୍କୁ ପ୍ଲାଜ୍‌ମା ଥେରାପି ଚିକିତ୍ସା କରାଯାଉଥିଲା। ମାତ୍ର ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନାହିଁ। ସୂଚନାନୁସାରେ ମୃତକ ତାଙ୍କ ପରିବାରର ବଡ଼ ପୁଅ ଥିଲେ। କୋଭିଡ୍‌ ଚିକିତ୍ସା ପାଇଁ ତାଙ୍କୁ […]

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ରୁ ଉର୍ଧ୍ଵ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, ରାୟଗଡ଼ା, ବଲାଙ୍ଗୀର, ବରଗଡ଼, ଅନୁଗୁଳ ଓ ନୂଆପଡ଼ା ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକୁ ସତର୍କ କରାଯାଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି […]

Social media & sharing icons powered by UltimatelySocial