ନ୍ୟାୟାଳୟ ଉପରେ ମୋର ପୂରା ଭରସା ରହିଛି-ପ୍ରକୃତି ଭୁବନେଶ୍ବର: ମାସକ ପରେ ପୁଣି ଥରେ ଓଲିଉଡର ଲୋକପ୍ରିୟ ନାୟକ ବାବୁସାନ୍, ତାଙ୍କ ପତ୍ନୀ ତୃପ୍ତୀ ଶତପଥୀ ଏବଂ ନାୟିକା ପ୍ରକୃତି ମିଶ୍ରଙ୍କୁ ନେଇ ଘଟିଥିବା ବିବାଦ ସାମ୍ନାକୁ ଆସିଛି। ଅଭିନେତ୍ରୀ ପ୍ରକୃତି ମିଶ୍ର ମଙ୍ଗଳବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଦ୍ବାରା ଦିଆଯାଇଥିବା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ସେ ହାଇକୋର୍ଟ ଯାଇଥିବା ଜଣାପଡ଼ିଛି। ସେ ଅଭିଯୋଗ […]

ଭୁବନେଶ୍ବର: ଲାଞ୍ଚ ନେଇ ବିଏମସିର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁ ଓ ଅବସରପ୍ରାପ୍ତ କର୍ମଚାରୀ ଯୋଗେନ୍ଦ୍ର ପ୍ରଧାନ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ବିଏମସି ୱାର୍ଡ ଅଫିସ ନମ୍ବର ୨୩ରେ ଅଭିଯୋଗକାରୀଙ୍କଠାରୁ ବିଏମସିର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁ ନିଜ ପାଇଁ ୧୫ ହଜାର ଟଙ୍କା ଓ ଯୋଗେନ୍ଦ୍ର ପ୍ରଧାନଙ୍କ ଲାଗି ସାଢ଼େ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ। […]

ଭୁବନେଶ୍ବର: ସଫ୍ଟୱେୟାର ଇଞ୍ଜିନିୟର ଶ୍ଵେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣା ନୂଆ ମୋଡ଼ ନେଇଛି। ପରିବାର ଲୋକଙ୍କ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି ଯେ ବ୍ଲାକମେଲ କରିବାରୁ ଝିଅ ଶ୍ଵେତା ଆତ୍ମହତ୍ୟା କରିଛି। ଏହି ଅଭିଯୋଗ ଆଧାରରେ ୩୦୬ରେ ମାମଲା ରୁଜୁ କରି ତଦନ୍ତ କରୁଛି ପୁଲିସ। ଡାଏରିରେ ପୁରୁଷ ବନ୍ଧୁ ସୌମ୍ୟଜିତ ନାମକ ଜଣେ ଇଞ୍ଜିନିଅରଙ୍କୁ ଭଲ ପାଉଥିଲେ ବୋଲି ଶ୍ଵେତା ଉଲେଖ କରିଥିଲେ। ସୌମ୍ୟଜିତ ମହାପାତ୍ରଙ୍କ […]

ଭୁବନେଶ୍ବର: ରାଜଧାନୀରେ ଜଣେ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏକ ଭଡା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ଏଭଳି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଞ୍ଚଳରେ। ଯୁବତୀଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ମୃତ ଯୁବତୀଜଣକ ଭଦ୍ରକ ଅଞ୍ଚଳର ଶ୍ଵେତା ଉତ୍କଳ କୁମାରୀ ବୋଲି ଜଣାଯାଇଛି। ଘଟଣା ସଂପର୍କରେ ମୃତ ଯୁବତୀଙ୍କ ପରିବାର ଲୋକଙ୍କୁ ପୁଲିସ୍ ଜଣାଇଛି। […]

ଭୁବନେଶ୍ବର: ମାଲିକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଘରୁ ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନାଗହଣା ନେଇ ଚମ୍ପଟ୍ ମାରିଥିବା ଘରୋଇ ସହାୟକକୁ ଗିରଫ କରିଛି ନୂଆପଲ୍ଲୀ ଥାନା ପୁଲିସ। ସେ ହେଲା, ମୟୂରଭଂଜ ବୈଶିଙ୍ଗାର ରାକେଶ ମହାନ୍ତି। ତା’ ପାଖରୁ ପୁଲିସ ଚୋରି ହୋଇଥିବା ସମସ୍ତ ଗହଣା ଜବତ କରିଛି।ଅଭିଯୋଗକାରୀ ଲିଲିପ୍ କୁମାର ଜେନାଙ୍କ ଏତଲା ଅନୁଯାୟୀ ରାକେଶ ଗତ ୮ବର୍ଷ ହେଲା ତାଙ୍କ ନୂଆପଲ୍ଲୀ ନୀଳକଣ୍ଠନଗର ଲେନ୍‌-୨‌ସ୍ଥିତ ଘରେ […]

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଏମ୍ସରେ ଏକ ଅଘଟଣ ଘଟିଯାଇଛି। ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଚିକିତ୍ସାଧୀନ ଥିବା ଜଣେ ରୋଗୀ ଛାତରୁ ଡେଇଁପଡ଼ିଛନ୍ତି। ଏହି ବ୍ୟକ୍ତି ଜଣକ ଛାତରେ ହ୍ୱିଲ ଚେୟାରରେ ବୁଲୁଥିବାବେଳେ ହଠାତ ଛାତ ତଳକୁ ଡେଇଁପଡ଼ି ମୃତ୍ୟୁମୁଖରେ ପଡ଼ିଥିଲେ। ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତର ସୁନୀଲ କୁମାର ରାଉତଙ୍କର ତତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଥିଲା। ମୃତ ରୋଗୀ ପୁରୀ ଜିଲ୍ଲାର ବୀରପ୍ରତାପପୁର ଅଞ୍ଚଳର ଓ ତାଙ୍କନାମ ମହେନ୍ଦ୍ର ସ୍ୱାଇଁ […]

ମୟୂରଭଞ୍ଜ: ଚିତ୍ରଡ଼ା: କିଏ ଜାଣିଥିଲା ଭାଇଙ୍କ ଘରକୁ ବୁଲିବାକୁ ଆସିବା ହେବ କାଳ। ଭାଇ ଘରକୁ ବୁଲିବାକୁ ଆସି ପଡୋଶୀଙ୍କ ଘରକୁ ଯାଇ ପଡୋଶୀଙ୍କ ଘର ପିଣ୍ଡାରେ ଖଟରେ ବସିଥିବା ବେଳେ ହଠାତ ରାଜ୍ୟ ରାଜପଥରୁ ଦ୍ରୁତଗତିରେ ଏକ କାର ଆସି ବୃଦ୍ଧା ବସିଥିବା ଖଟ ଉପରେ କାର ଚଢିଯାଇଥିଲା ଏବଂ ବୃଦ୍ଧା ଗୁରୁତର ଆହତ ହୋଇଥିଲେ। ତେବେ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଯାଇଥିବା ଜଣାପଡିଛି। ଖବରରୁ […]

୨୧୭ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ ଭୁବନେଶ୍ବର: ଭୁବନେଶ୍ବର ଅବକାରୀ ବିଭାଗ ଆଜି ବାପୁଜୀନଗରସ୍ଥିତ କେଦାରପଲ୍ଲୀ ବସ୍ତିରୁ ଜଣେ ଅଭ୍ୟାସଗତ ନିଶା ମାଫିଆକୁ ପୁଣିଥରେ ଗିରଫ କରିଛି। ସେ ହେଲା, ଉକ୍ତ ବସ୍ତିର ଟୁନା ନାୟକ। ଅବକାରୀ ବିଭାଗ ଟୁନା ପାଖରୁ ୨୧୭ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୨୧ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, […]

ରାଉରକେଲା: ଦେଶୀ ମଦ କାରବାର ଉପରେ ଅବକାରୀ ପୁଲିସ ଚଢ଼ଉ ଜାରି ରଖିଛି। ଆଜି ଓ ଗତକାଲି ବିଳମ୍ବିତ ରାତିରେ ରାଉରକେଲା ସମେତ ଲାଠିକଟା ଅଞ୍ଚଳରେ ବ୍ୟାପକ ଚଢ଼ଉ କରାଯାଇଥିଲା। ଚଢ଼ଉବେଳେ ଦେଶୀ ମଦ ଚୋରାଚାଲାଣ କରୁଥିବାବେଳେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଜିଆବାହାଲର ସୁଶାନ୍ତ ବାଗ, ଗୋପବନ୍ଧୁପଲ୍ଲୀର ଲଳିତ ଧଳ, ଲୋକବରକାନୀର ଝାଲ୍‌ କୁଜୁର ଓ ମନକୋର ଗୁଣ୍ଡାଲା ଏକ୍କା। ଏମାନଙ୍କ ପାଖରୁ […]

ଖୋର୍ଦ୍ଧା: ରାଜ୍ୟରେ ଗତ କିଛି ମାସ ଧରି ଚାଲିଥିବା ହାତୀମଡ଼କ ଘଟଣାରେ ଏକ ଚାଞ୍ଚଲ୍ୟକର ମୋଡ ଆସିଛି। ଆଜି ରାଜ୍ୟ ସରକାରଙ୍କ ଗଠିତ ଏସ୍ଆଇଟି ଖୋର୍ଦ୍ଧାର ବେଗୁନିଆ ଥାନା ଅଞ୍ଚଳରୁ ରଜାକ ଖାଁନ ନାମକ ଜଣେ ଶିକାରୀକୁ ଗିରଫ କରିବା ସହ ବିପୁଳ ହାତୀଦାନ୍ତ ଜବତ କରିଥିବା ଜଣାଯାଇଛି। ଗିରଫ ବ୍ୟକ୍ତି ଜଣକ ଆଠଗଡ଼ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ୧୬ଟି ହାତୀ ଶିକାର ମାମଲାରେ ସମ୍ପୃକ୍ତ ରହିଥିବା ସୂଚନା […]

Social media & sharing icons powered by UltimatelySocial