ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି ଗଂଜାମ ଜିଲ୍ଲାର ସମସ୍ତ ସରପଞ୍ଚମାନଙ୍କ ସହିତ କଥା ହୋଇଛନ୍ତି। ସଂଗରୋଧ କେନ୍ଦ୍ରର ପରିଚାଳନାରେ ନେତୃତ୍ୱ ନେଇ ସରପଞ୍ଚମାନଙ୍କ ସହିତ କଥା ହେବା ସମୟରେ କରୋନା ମୁକାବିଲା ପାଇଁ କ’ଣ କରାଯାଇପାରିବ ସେ ନେଇ ପାଣ୍ଡିଆନ୍ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଜିଲ୍ଲାର ସମସ୍ତ କରୋନା ଆକ୍ରାନ୍ତ ରାଜ୍ୟ ବାହାରୁ ଫେରିଛନ୍ତି। ତେଣୁ ସରପଞ୍ଚମାନେ ବ୍ୟସ୍ତ ବିବ୍ରତ ନହୁଅନ୍ତୁ। ସଂଗରୋଧ […]

ଭୁବନେଶ୍ୱର: କରୋନା ରାଜଧାନୀ ପିଛା ଛାଡ଼ୁନି। ଗତ ମାସ ୧୪ ତାରିଖ ପରେ ରାଜଧାନୀରେ କେହି କରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିଲେ। ମାତ୍ର ୨୮ ତାରିଖରେ ମଧୁସୂଦନ ନଗରର ଜଣେ ବୃଦ୍ଧ ଚିହ୍ନଟ ହେବା ଓ ପରେ ପ୍ରାଣ ହରାଇବା ପୁଣିଥରେ ରାଜଧାନୀବାସୀଙ୍କ ଡର ବଢ଼ାଇ ଦେଇଥିଲା। ଏହାର ୯ଦିନ ପରେ ପୁଣି ରାଜଧାନୀରେ ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, […]

ଓ୍ଵାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାରେ ନୋଭେଲ କୋରାନା ଭାଇରସ୍‌ ବା କୋଭିଡ୍‌-୧୯କୁ ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ରୂପେ ବିଫଳ ହୋଇଥିବା ବିଶ୍ୱର ସର୍ବ ଶକ୍ତିମାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶେଷରେ ନିଜ ଦେଶରେ କରୋନାକୁ ଆୟତ୍ତ କରିବା ପାଇଁ ଆଜି ବେଦର ଶରଣାପନ୍ନ ହୋଇଛନ୍ତି। ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନ୍ୟୁ ଜର୍ସିରେ ଥିବା ସ୍ୱାମୀନାରାୟଣ ମନ୍ଦିରର ପୂଜାରୀ ହରିଶ୍‌ ବ୍ରହ୍ମଭଟ୍ଟଙ୍କୁ ହ୍ଵାଇଟ […]

ଭୁବନେଶ୍ୱର: କିଛି ଦିନ ବ୍ୟବଧାନ ପରେ ରାଜଧାନୀ ଭୁବନେଶ୍ୱରରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁଣି ଆତଙ୍କ ଖେଳି ଯାଇଛି। ସବୁଠୁ ବଡ଼ କଥା ହେଲା ମଞ୍ଚେଶ୍ୱରରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣେ ବିରିଆନି ଡେଲିଭରି ବୟ ବୋଲି ଜଣାପଡ଼ିଛି। କରୋନା ପଜିଟିଭ୍ ବାହାରିବା ପରେ ତାଙ୍କୁ ତୁରନ୍ତ ଆଇସୋଲେସନ୍‌ରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ଟିମ୍ ସ୍ଥାନୀୟ ମଞ୍ଚେଶ୍ୱର ପୁଲିସ ଡେଲିଭରି ବୟଙ୍କ ଘରେ […]

ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ର‌ାନ୍ତଙ୍କ ସଂଖ୍ୟା ୭୧ ପହଞ୍ଚିଲା ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ପୁଣି ଏକ ଖରାପ ଖବର ଆସିଛି। ରାଜ୍ୟରୁ ପୁଣି ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗଂଜାମ ଜିଲ୍ଲାରୁ ୨୪ ଜଣ ଥିବା ବେଳେ ଭୁବନେଶ୍ୱରରୁ ଜଣେ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୨୭୧ […]

ୱାଶିଂଟନ : ମନେ କରନ୍ତୁ ଡ୍ୟୁଟି କରୁ କରୁ ଆପଣଙ୍କ ନିଦ ଲାଗି ଯାଇଛି। ଆଉ ନିଦ ଭାଙ୍ଗିଲା ପରେ ଆପଣ ଦେଖୁଛନ୍ତି, ଆପଣଙ୍କ ଚାରିଆଡେ ବିଛାଡି ହୋଇ ପଡ଼ିଛି ଶହ ଶହ ଶବ। ସେତେବେଳେ ଆପଣଙ୍କ ଅବସ୍ଥା କ’ଣ ହେବ। ଠିକ୍ ଏମିତ ଏକ ସ୍ଥିତିର ଅନୁଭବ କରିଛନ୍ତି ଆମେରିକାର ନ୍ୟୁୟର୍କ ସହରରେ ଶବ ସତ୍କାର ଦାୟିତ୍ୱରେ ଥିବା ଜଣେ ଅଧିକାରୀ। ଆମେରିକାର ସବୁଠୁ ଆଭିଜାତ୍ୟ ସଂପନ୍ନ ସହର […]

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ନେଇ ସମଗ୍ର ଦେଶରେ ଲକ୍‌ଡାଉନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି ସମୟରେ ଅଧିକାଂଶ ଲୋକ ଘରେ ରହି ଲକ୍‌ଡାଉନ୍‌ ନିୟମ ପାଳନ କରୁଛନ୍ତି। ଏହି ସମୟରେ କିଛି ଏମିତି ବି ଲୋକ ଅଛନ୍ତି ଯେଉଁମାନେ କି ହଠାତ ଲକ୍‌ଡାଉନ୍‌ କାରଣରୁ ଫସି ରହିଛନ୍ତି। ଫସି ରହିଥିବା ଲୋକମାନେ ଘରକୁ କିପରି ବାହୁଡ଼ିବେ ତାହାକୁ ବ୍ୟାକୁଳ ହୋଇ ସେମାନେ ଅପେକ୍ଷା କରି ରହିଛନ୍ତି। ଏମିତି ଏକ […]

ଭୁବନେଶ୍ୱରରେ ଆଉ ୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ଭୁବନେଶ୍ୱର: ଆଜି ରାଜ୍ୟରେ ସର୍ବାଧିକ ୩୪ ଜଣ କରୋନା ପଜିଟିଭ୍ ହୋଇଥିବା ଜଣାଯାଇଛି। ଏମାନଙ୍କ ଭିତରୁ ୨୪ଜଣ ଗଞ୍ଜାମ, ଭୁବନେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାର ୩ ଜଣ ଲେଖାଏଁ ବୋଲି ଜଣାଯାଇଛି। ଏହାଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ସୂଚନା ଦିଆଯାଇଛି। ଆଜି ମୟୂରଭଞ୍ଜ ଜିଲ୍ଲା କରୋନା ସଂକ୍ରମିତ […]

ଭୁବନେଶ୍ୱର : ସମଗ୍ର ପୃଥିବୀକୁ କରୋନା କବଳିତ କରି ହା ହା କାର ସୃଷ୍ଟି କରିଛି। କେତେଯେ ଧନ ଜୀବନ ନଷ୍ଟ ହେବା ସହ ଜୀବନ ଜୀବିକା ଉପରେ ତାହାର ବିଶେଷ ପ୍ରଭାବ ପଡିଛି ହିସାବ କରିବା ଦୁରୁହ ବ୍ୟାପାର। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମ ଦେଶ ଭାରତ ତଥା ବିଶେଷ କରି ଓଡିଶା କରୋନା ମହାମାରୀର କବଳରେ ମଧ୍ୟ ରହିଛି। କିନ୍ତୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନେତୃତ୍ୱରେ […]

ଭୁବନେଶ୍ୱର: ଆଜି ରାଜ୍ୟରେ ଦ୍ଵିତୀୟ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହି ୭୭ ବର୍ଷୀୟ ବ୍ୟକ୍ତି ଜଣକ ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳର ହୋଇଥିବାବେଳେ ତାଙ୍କର ମଧୁମେହ ସହ କିଡ଼ନୀ ଜନିତ ସମସ୍ୟା ଥିଲା। ଗତକାଲି କିମସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଠିକ ମାସକ ପରେ ଓଡ଼ିଶାରେ ଦ୍ଵିତୀୟ କରୋନା ମୃତ୍ୟୁ ହୋଇଛି। ଏପ୍ରିଲ ୬ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ମୃତ୍ୟୁ […]

Social media & sharing icons powered by UltimatelySocial