ଭୁବନେଶ୍ୱର: ଓପିଏଚଡ଼ବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଥିବା ଚଢ଼ାଉ ଶେଷ ହୋଇଛି। କାଲିଠାରୁ ଭିଜିଲାନ୍ସର ଚଢ଼ାଉ ପରେ ସମ୍ପତ୍ତିର ମୂଲ୍ୟାୟନ ଚାଲିଥିଲା। ପ୍ରତାପଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଥିବାବେଳେ ତାଙ୍କୁ ଅଟକ ରଖି ଭିଜିଲାନ୍ସ ପଚରାଉଚୁରା କରୁଛି। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ପ୍ରତାପଙ୍କ ୨୫ଟି ଜମିର ମୂଲ୍ୟ ୩ କୋଟି ୪୧ ଲକ୍ଷ ୫୮ ହଜାର ଟଙ୍କା ହୋଇଥିବାବେଳେ ଗୋଠପାଟଣାରେ ଥିବା […]

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ପୁଲିସ୍ ହାଉସିଂ ଆଣ୍ଡ ୱେଲଫେଆର୍ କର୍ପୋରେସନ(ଓପିଏଚଡବ୍ଲୁସି)ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ବେଳେ ଘରୁ ୩୮.୧୨ ଲକ୍ଷ ଟଙ୍କା ଜବତ ହୋଇଛି। ପ୍ରତାପ ପଡ଼ୋଶୀ ଘର ଛାତକୁ ଫୋପାଡ଼ି ଦେଉଥିବା ବେଳେ ଏହି ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଟିମ୍। ସେ ପ୍ରଥମେ ୨୦ ଲକ୍ଷ ଟଙ୍କାର ବିଡ଼ା ବିଡ଼ା ନୋଟ ଏକ ପେଟିରେ ଭର୍ତ୍ତି […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବିଜେପି ରେଞ୍ଜ ଲୁଣଘର ଗ୍ରାମରୁ ଦୁଇଟି ହାତୀଦାନ୍ତ ଜବତ ହୋଇଛି। ଏହି ଘଟଣାରେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବନକାଟି ଗ୍ରାମର ଚିତ୍ତରଂଜନ ବଇଠ ଏବଂ କେନ୍ଦୁଝର ସଦର ଥାନା ଅଞ୍ଜର ଗ୍ରାମର ଡାକ୍ତର ମୁଣ୍ଡାଙ୍କୁ ଗିରଫ କରାଯାଇଛି।

ଭୁବନେଶ୍ବର : ଗଞ୍ଜେଇ ଚାଲାଣ ଅଭିଯୋଗରେ ୬ ବର୍ଷ ପାଇଁ ଜେଲ୍‌ ଯାଇଥିବା ଜଣେ ନିଶା ବେପାରୀର ସ୍ତ୍ରୀ ଏକ ବିଦ୍ୟାଳୟର ଶିକ୍ଷକଙ୍କ ସହ ଘରୋଇ ଘର ଛାଡ଼ି ଛୁ’ ମାରିଛି। ନଗଦ ୩୦ ଲକ୍ଷ ଟଙ୍କା, ୬ଶହ ଗ୍ରାମ୍‌ର ସୁନାଗହଣା ଓ ଖୋର୍ଦ୍ଧା ବେଗୁନିଆରେ ଥିବା ଏକ ୩ ହଜାର ବର୍ଗଫୁଟ୍‌ର ଜମି ବିକ୍ରି ଟଙ୍କା ନେଇ ସ୍ତ୍ରୀ ଶିକ୍ଷକ ପ୍ରେମିକ ସହ ଫେରାର୍ ହୋଇଯାଇଛି। କେବଳ ସେତିକି […]

ମୁମ୍ବାଇ: ଆର୍‌ୟନ୍‌ ଖାନ୍‌ଙ୍କୁ ଅପହରଣ କରିବା ଷଡ଼ଯନ୍ତ୍ରରେ ମୁମ୍ବାଇ ‘ଏନ୍‌ସିବି’ର କ୍ଷେତ୍ରୀୟ ନିର୍ଦେଶକ ସୀମର ୱାଙ୍ଖେଡ଼େ ମଧ୍ୟ ସାମିଲ ଥିଲେ ବୋଲି ଆଜି ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଅଭିଯୋଗ କରିଛନ୍ତି। ସାମ୍ବାଦିକମାନଙ୍କୁ ମଲିକ କହିଛନ୍ତି ଯେ, ଉକ୍ତ ଷଡ଼ଯନ୍ତ୍ରର ‘ମାଷ୍ଟର୍‌ମାଇଣ୍ଡ୍‌’ ହେଉଛନ୍ତି ‘ବିଜେପି’ ନେତା ମୋହିତ ଭାରତୀୟ। ଓଶିୱାରା ଉପନଗରୀରେ ଥିବା ଗୋଟାଏ ଶ୍ମଶାନରେ ୱାଙ୍ଖେଡ଼େ ଭାରତୀୟଙ୍କୁ ଭେଟିଥିଲେ। କିନ୍ତୁ, ୱାଙ୍ଖେଡ଼େଙ୍କ ଯୋଗ ଭଲ, ପୁଲିସର ‘ସିସିଟିଭି’ କାମ […]

ବଣାଇଗଡ଼: ବଣାଇ ଉପଖଣ୍ଡର ଲହୁଣିପଡ଼ା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୫ ବର୍ଷର ଶିଶୁକନ୍ୟାକୁ ପଡ଼ୋଶୀ ଜଣେ ୧୫ ବର୍ଷର ନାବାଳକ ଦୁଷ୍କର୍ମ କରିବା ଚର୍ଚ୍ଚାର ବିଷୟ ସାଜିଛି। ଘଟଣାରୁ ପ୍ରକାଶ ଯେ ଗତକାଲି ଦିନବେଳେ ଏହି ଶିଶୁକନ୍ୟାଟି ତାଙ୍କ ପଡ଼ୋଶୀଘରେ ଏକୁଟିଆ ଥିବା ନାବାଳକ ସହିତ ଖେଳୁଥିଲା। ଏହି ସମୟରେ ନାବାଳକ ଜଣକ ଶିଶୁକନ୍ୟାକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ଶିଶୁକନ୍ୟାଟି କିଛି ଜାଣି […]

ରାୟଗଡ଼ା: ଦାଦନ ରୋକିବାକୁ ଜିଆରପି, ଆରପିଏଫ୍ ପକ୍ଷରୁ ଆଜି ରାୟଗଡ଼ା ରେଳ ଷ୍ଟେସନରେ ଚଢ଼ଉ କରାଯାଇଛି। ଯାଞ୍ଚ ସମୟରେ ନିଜାମୁଦ୍ଦିନ୍ ନ୍ୟୁଦିଲ୍ଲୀ-ବିଶାଖାପାଟଣା ସମତା ଏକ୍ସପ୍ରେସରୁ ୩୫ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଦାଦନ ଚାଲାଣରେ ସଂପୃକ୍ତ ଦଲାଲ୍ ମହେଶ୍ବର ଭାଟିକୁ ପୁଲିସ୍ ଗିରଫ କରିଛି। ତେଲେଙ୍ଗାନାର ଏକ ଇଟାଭାଟିରେ କାମ କରିବାକୁ ବଲାଙ୍ଗୀର, ବରଗଡ଼, ନୂଆପଡ଼ା ଅଞ୍ଚଳର ୩୫ ଦାଦନ ଟିଟିଲାଗଡ଼ ଷ୍ଟେସନରେ ସମତା ଏକ୍ସପ୍ରେସରେ ଚଢ଼ିଥିଲେ। ଜିଆରପି, ଆରପିଏଫ୍ […]

ନୂଆଦିଲ୍ଲୀ : ଦେଶରେ କୃଷକ ଆତ୍ମହତ୍ୟା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ହୋଇଥିବାବେଳେ ଆଉ ଗୋଟିଏ ବର୍ଗର ଆତ୍ମହତ୍ୟା ସଂଖ୍ୟା ଚିନ୍ତାଜନକଭାବେ ବଢିଚାଲିଛି। ସେମାନେ ହେଉଛନ୍ତି ବ୍ୟବସାୟୀ ବର୍ଗ। କୃଷକ ମୃତ୍ୟୁକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବାବେଳେ ଏମାନଙ୍କ ଆତ୍ମହତ୍ୟା ଚର୍ଚ୍ଚାକୁ ଆସେନାହଁ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ପରିସଂଖ୍ୟାନ ଅନୁସାରେ ୨୦୨୦ରେ ବ୍ୟବସାୟୀ ଆତ୍ମହତ୍ୟା ସଂଖ୍ୟା ଚାଷୀ ଆତ୍ମହତ୍ୟା ସଂଖ୍ୟାକୁ ଟପିଯାଇଛି। ଏହି ବର୍ଷ ୧୧୭୧୬ ଜଣ ବ୍ୟବସାୟୀ […]

ମାନସିକ ସ୍ଥିତି ଠିକ୍ ନଥିବାରୁ କଡ଼ା ନଜରରେ ଭୁବନେଶ୍ୱର : ତମାଣ୍ଡୋ ଥାନା ଅଧୀନସ୍ଥ କଳିଙ୍ଗବିହାର କେ-୪ରେ ଡବଲ୍ ମର୍ଡର ଘଟଣାରେ ପୁଲିସ ହାତରେ ଆଜି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଲାଗିଛି। ଗତ ୧ତାରିଖ ରାତି ପ୍ରାୟ ୩ଟାରେ ହତ୍ୟାକାରୀ ଅବନ୍ତି ବିଜୟ ମଙ୍ଗରାଜ ଓରଫ୍‌ ବାବି ପ୍ରଥମେ ନିଦରେ ଶୋଇଥିବା ସ୍ତ୍ରୀ ସ୍ବର୍ଣ୍ଣଲତାକୁ ଓଢ଼ଣି ଗୁଡ଼ାଇ ମାରିବା ପରେ ପୁଅ ତୃପ୍ତିଦୀପ୍ତିକୁ ମଧ୍ୟ ସମାନ ଢଙ୍ଗରେ ହତ୍ୟା […]

ପାଟନା: ବିହାରର ପଶ୍ଚିମ ଚମ୍ପାରଣରେ ଜୁଲାଇ ମାସରେ ବିଷାକ୍ତ ମଦ ପିଇ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା। କିଛିଦିନ ତଳେ ଏହି ବିଷାକ୍ତ ମଦ ପିଇ ପୁଣି ୮ ଜଣଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସମସ୍ତ ମୃତକ ଗୌତମ ଥାନା ଅନ୍ତର୍ଗତ ଦକ୍ଷିଣୀ ତେଲହୁଆ ଗାଁର ବୋଲି ଜଣାପଡିଛି। ମୃତକଙ୍କ ପରିବାର ଲୋକଙ୍କ କହିବାନୁସାରେ, ବୁଧବାର ସନ୍ଧ୍ୟାରେ ମଦ ପିଇବା ପରେ ହଠାତ୍ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। […]

Social media & sharing icons powered by UltimatelySocial