ବର୍ଷା ସହିତ ବଜ୍ରପାତ ଆଶଙ୍କା

ବର୍ଷା ସହିତ ବଜ୍ରପାତ ଆଶଙ୍କା

ଭୁବନେଶ୍ବର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପ୍ରକାଶ। ବର୍ତ୍ତମାନ ସୁଦ୍ଧା ଟିଟଲାଗଡ଼ରେ ୪୧.୨ଡିଗ୍ରି ସେଲସିୟସ ସର୍ବାଧିକ ତାପମାତ୍ରା ଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ୧୯.୦ ଡିଗ୍ରି ସେଲସିୟସ ତାପମାତ୍ରା ରହିଛି। ସେହିପରି ଜୁନ ୭ରୁ ୮ ତାରିଖ ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା,ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର,ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଏତଦ ବ୍ୟତୀତ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର,ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ବାଲେଶ୍ବର ଆଦି ଜିଲ୍ଲାକୁ ‌ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।

Share Now:

Kalinga News Beuro

Next Post

କୋଭିଡ୍‌ ହସ୍ପିଟାଲରୁ ତ୍ରିନାଥ ଗଲେ କୁଆଡ଼େ ? ମୃତ ନା ଜୀବିତ କହିପାରୁ ନାହାନ୍ତି କେହି

Sun Jun 6 , 2021
୧୬ଦିନ ହେଲା ବୁଲୁଛନ୍ତି ପରିବାରଲୋକ, ପୁଲିସ ଚୁପ୍ ଭୁବନେଶ୍ବର : ମେ’ ୧୯ ତାରିଖ ସକାଳେ ରାଜଧାନୀର ଏକ କୋଭିଡ୍ ହସ୍ପିଟାଲ୍‌ରୁ ଜଣେ କରୋନା ଆକ୍ରାନ୍ତଙ୍କ ପରିବାରଲୋକଙ୍କୁ ଫୋନ୍ କରି କୁହାଗଲା, ଆପଣଙ୍କ ବାପା ସୁସ୍ଥ ହୋଇଯାଇଛନ୍ତି, ଡାକ୍ତରଖାନାରୁ ଡିସ୍‌ଚାର୍ଜ କରି ନେଇଯାଆନ୍ତୁ। ବାପାଙ୍କୁ ନେବା ଲାଗି ୬୦ କିମି ଦୂରରୁ ଆକ୍ରାନ୍ତଙ୍କ ପୁଅ ଓ ପରିବାରଲୋକେ ଧାଇଁ ଆସି‌ଲେ। ମାତ୍ର ଡାକ୍ତରଖାନାରେ ପହଞ୍ଚି ଯାହା ଶୁଣି‌ଲେ, ସେମାନଙ୍କ ପାଦ […]
‌ଓଡ଼ିଶାରେ ଚିହ୍ନଟ ହେଲା ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial