ଏସସିବିରେ କୋଟିଏ ଟଙ୍କାର ଇବସ୍‌ ମେସିନ୍

କୋଟିଏ ଟଙ୍କାର ଇବସ୍‌ ମେସିନ୍

କଟକ: ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ପଲ୍ୟୁମନାରି ମେଡିସିନ ବିଭାଗରେ ଆଜି ଅତ୍ୟାଧୁନିକ ଇବସ୍‌ (ଏଣ୍ଡୋ ବ୍ରୋଙ୍କିଆଲ ଅଲଟ୍ରାସାଉଣ୍ଡ ବ୍ରଙ୍କୋସ୍କୋପି) ମେସିନ ପ୍ରତିଷ୍ଠା କରାଯାଇଛି। ସୁଜି ସିଲମ ଇଣ୍ଡିଆ କଂପାନି ନିର୍ମିତ ଏହି ମେସିନର ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହି ମେସିନ ଦ୍ୱାରା ଛାତି ରୋଗ ପୀଡିତଙ୍କ ଚିକିତ୍ସା ସହଜ ହେବ। କୋଭିଡ ଚିକିତ୍ସାରେ ମଧ୍ୟ ଏହି ମେସିନ କାମ ଦେବ। ଯକ୍ଷ୍ମା ରୋଗୀ ଚିହ୍ନଟ, ଫୁସଫୁସ କର୍କଟରେ ଫୁସଫୁସ ସଂକ୍ରମଣ ସ୍ଥିତି ଏହି ମେସିନ ଦ୍ବାରା ଜାଣି ହେବ। ବ୍ରଙ୍କୋସ୍କୋପି ଭଳି ଏହି ମେସିନର ବ୍ୟବହାର ରହିଥିଲେ ବି ବ୍ରଙ୍କୋସ୍କୋପି ଯାହାକୁ ଚିହ୍ନଟ କରି ପାରେ ନାହିଁ ତାହା ଏହି ମେସିନ୍ ଦ୍ବାରା ଚିହ୍ନଟ ହୋଇ ପାରିବ ବୋଲି ପଲ୍ୟୁମନାରି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ କହିଛନ୍ତି।
ଏହି ମେସିନ ସାହାଯ୍ୟରେ ବିନା ଅସ୍ତ୍ରୋପଚାରରେ ଚିକିତ୍ସା ସମ୍ଭବ ହୋଇପାରିବ। ମେସିନରେ ଫୁସଫୁସସର ଭିଡିଓ ଓ ଫଟୋ ଉଠାଇ ହେବ। ସମଗ୍ର ପୂର୍ବ ଭାରତରେ ଏସସିବିରେ ପ୍ରଥମ କରି ଏହି ମେସିନ ପ୍ରତିଷ୍ଠା କରାଯାଇଛି। ପଲ୍ୟୁମନାରି ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକଙ୍କ ସମେତ ବିଭାଗର ଅନ୍ୟ ଦୁଇ ଜଣ ଡାକ୍ତର ଏହି ମେସିନ ବ୍ୟବହାର ପାଇଁ ସ୍ବତନ୍ତ୍ର ତାଲିମ ନେଇଛନ୍ତି। ଆଜି ମେସିନ ପ୍ରତିଷ୍ଠା ବେଳେ ପ୍ରଫେସର ପଟ୍ଟନାୟକଙ୍କ ସହିତ ଡାକ୍ତର ଜିତେନ୍ଦ୍ର ପାତ୍ର, କଂପାନି ମ୍ୟାନେଜର ସନ୍ତୋଷ ‌ସେଠୀ, ଅବିନାଶ ରଥ, ଅର୍ଣ୍ଣବ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

‘ପର୍ସ୍ୟୁଭିୟରାନ୍‌ସ୍‌ ରୋଭର୍‌’ ମଙ୍ଗଳ ଗ୍ରହରେ ଆଦିମ ‘ଅଣୁଜୀବ’ ସନ୍ଧାନ ଆରମ୍ଭ କଲା

Thu Jun 10 , 2021
ନୂଆଦିଲ୍ଲୀ: ଆମେରିକାର ‘ନାସା’ ପ୍ରେରିତ ‘ପର୍ସ୍ୟୁଭିୟରାନ୍‌ସ୍‌ ରୋଭର୍‌’ ଅବତରଣସ୍ଥଳ ‘ଅକ୍ଟାଭିଆ ଇ. ବଲ୍‌ଟର୍‌’ ଛାଡ଼ି ଜୁନ୍‌ ୧ ତାରିଖରୁ ମଙ୍ଗଳ ଗ୍ରହ ପୃଷ୍ଠରେ ମନ୍ଥର ଗତିରେ ବୁଲି ବୁଲି ଆଦିମ ‘ଅଣୁଜୀବ’ ସନ୍ଧାନ ଆରମ୍ଭ କରିଥିବା କଥା ‘ଜଏଣ୍ଟ୍‌ ପ୍ରପଲ୍‌ସନ୍‌ ଲାବ୍ରଟରି’ ବିବୃତି ଦେଇ କହିଛି। ଏହି ବିଜ୍ଞାନ ଅଭିଯାନର ପ୍ରଥମ ପର୍ଯ୍ୟାୟର ପ୍ରଥମ ଅଳ୍ପ କେତେ ସପ୍ତାହରେ ମଙ୍ଗଳ ଗ୍ରହର ‘ଜାଜିରୋ କ୍ରେଟର୍‌’ ବା ‘ଜାଜିରୋ ଗହ୍ବର’କୁ ସାମଗ୍ରିକ […]
ମଙ୍ଗଳ ଗ୍ରହରେ ଆଦିମ ‘ଅଣୁଜୀବ’ ସନ୍ଧାନ ଆରମ୍ଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial