କରୋନା ସାଙ୍ଗକୁ ଡେଙ୍ଗୁ ଚିନ୍ତା : ଏସ୍‌ସିବିରେ ସ୍ବତନ୍ତ୍ର ୱାର୍ଡ ଖୋଲିବାକୁ ଯୋଜନା

କରୋନା ସାଙ୍ଗକୁ ଡେଙ୍ଗୁ

କଟକ: ଏସ୍‌ସିବିରେ ବଢୁଛି ‌ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏବେ ପାଖାପାଖି ୧୦ଜଣ ଡେଙ୍ଗୁ ରୋଗୀ ମେଡିସିନ୍‌ ବିଭାଗରେ ଚିକିତ୍ସିତ ହେଉଛନ୍ତି। କଟକରେ ଗଲା ଜାନୁଆରିରୁ ଆଜି ସୁଦ୍ଧା ୨୫ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ଏଭଳି ସ୍ଥିତିରେ ଡେଙ୍ଗୁ ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏସସିବିରେ ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡ ନେଇ ଆଲୋଚନା କରାଯାଇଥିଲେ ବି କେଉଁଠି ଏହି ୱାର୍ଡ ଖୋଲାଯିବ ତାହାକୁ ନେଇ ବର୍ତ୍ତମାନ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। କରୋନା ଯୋଗୁଁ ଗଲା ଦୁଇବର୍ଷ ହେଲା ଡେଙ୍ଗୁ ପାଇଁ ପୂର୍ବରୁ ଖୋଲାଯାଉଥିବା ସ୍ବତନ୍ତ୍ର ୱାର୍ଡ ଖୋଲାଯାଇପାରୁନି। ଅନ୍ୟପଟେ ଏବେ ଏସ୍‌ସିବିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ନ୍ୟୁ ମେଡିସିନ୍‌ ବିଭାଗରେ ଥିବା କୋଭିଡ୍‌ ୱାର୍ଡରେ ୩୦ଟି ହାଇ ଡିପେଣ୍ଡେନ୍‌ସି ୟୁନିଟ୍‌ (ଏଚ୍‌ଡିୟୁ) କରାଯିବା ପାଇଁ ଯୋଜନା କରାଯାଇଛି। ପଲ୍ୟୁମୁନାରି ବିଭାଗରେ ଖୋଲାଯାଇଥିବା କୋଭିଡ୍‌ ୟୁନିଟ୍‌ ୪ରେ ମଧ୍ୟ ସାଧାରଣ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ। ଏହି ୟୁନିଟ୍‌ ଓପିଡିକୁ ୧୪୦ ରୋଗୀ ଚିକିତ୍ସା ପାଇଁ ଆସିଥିବା ବେଳେ ସେଥିରୁ ୭୦ ଜଣ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣାପଡିଛି। ଏସ୍‌ସିବିରେ ଆଜି ୨୭୭ ଜଣ କରୋନା ସଂକ୍ରମିତ ଚିକିତ୍ସିତ ହେଉଥିବା ଜଣାପଡିଛି। ଏସ୍‌ସିବିରେ ନ୍ୟୁ ମେଡିସିନ୍‌, ଚକ୍ଷୁ ବିଭାଗ ବା ବର୍ହିବିଭାଗ କୋଠା ସବୁକୁ କରୋନା ହସ୍ପିଟାଲ କରାଯାଇଥିବା ବେଳେ ଡେଙ୍ଗୁ ୱାର୍ଡ କେଉଁଠି କରାଯିବ ତାକୁ ନେଇ ୩/୪ଟି ସ୍ଥାନ କର୍ତ୍ତୃପକ୍ଷ ନଜରରେ ରଖିଛନ୍ତି।

Share Now:

Kalinga News Beuro

Next Post

ଯୁବକଙ୍କୁ ପିଟିପିଟି ମାରିଦେଲେ ସୁରକ୍ଷାକର୍ମୀ

Fri Jul 9 , 2021
ଭାଇରାଲ ହେଲା ନିର୍ମମ ଭାବେ ପିଟୁଥିବାର ଭିଡ଼ିଓ ରାଉରକେଲା: ଆରଏସପି ପରିସରକୁ ପଶିଥିବା ନିଶାଶକ୍ତ ଯୁବକଙ୍କୁ ଘରୋଇ କମ୍ପାନିର ସୁରକ୍ଷା କର୍ମୀ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ଅପମୃତ୍ୟୁ ମାମଲା ରୁଜୁ କରି ଟାଙ୍ଗରପାଲ୍ଲୀ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଏବେ ପଦାକୁ ଆସିଥିବା ଭାଇରାଲ ଭିଡିଓ ତଦନ୍ତକାରୀ ପୁଲିସ, କାରଖାନା ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫ ଏବଂ ଘରୋଇ କମ୍ପାନି ଏଲଆଣ୍ଡଟିର ସୁରକ୍ଷାକର୍ମୀଙ୍କୁ କାଠଗଡାରେ […]
ଯୁବକଙ୍କୁ ମାରିଦେଲେ ସୁରକ୍ଷାକର୍ମୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial