ରୁଷ ଚାହୁଁନି ଆଫଗାନ୍‌ ଆତଙ୍କବାଦୀମାନେ ଶରଣାର୍ଥୀ ସାଜି ଆସନ୍ତୁ: ପୁଟିନ୍‌

ପୁଟିନ୍‌

ମସ୍କୋ: କେନ୍ଦ୍ରୀୟ ଏସୀୟ ରାଷ୍ଟ୍ରମାନଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ‘ନାଟୋ’ ମିତ୍ରରାଷ୍ଟ୍ରମାନେ ଆଫଗାନ ଶରଣାର୍ଥୀମାନଙ୍କୁ ପଠାଇବା ନିଷ୍ପତ୍ତିକୁ ରବିବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ସମାଲୋଚନା କରି କହିଛନ୍ତି ଯେ, ସେମାନେ (ଶରଣାର୍ଥୀ) ମସ୍କୋ ପ୍ରତି ପ୍ରତ୍ୟକ୍ଷ ବିପଦର କାରଣ ହେବେ। ‘ରିଆ ନୋଭୋସ୍ତି’ ରିପୋର୍ଟ କରିଛି ଯେ, ପୁଟିନ୍ କହିଛନ୍ତି, ଆମେ ଚାହୁଁନା ଆଫଗାନ୍‌ ଆତଙ୍କବାଦୀମାନେ ଶରଣାର୍ଥୀ ସାଜି ଆସନ୍ତୁ। ଆଫଗାନିସ୍ତାନରୁ ଆଗତ ଶରଣାର୍ଥୀ ସମସ୍ୟା ରୁଷୀୟ ବୈଦେଶିକ ମନ୍ତ୍ରାଳୟର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେବ। ଏସିଆରେ ଆଫଗାନ ନାଗରିକମାନଙ୍କ ‘ଭିସା-ମୁକ୍ତ ଶରଣକୁ ‘ଅନୈତିକ’ ଦର୍ଶାଇ ପୁଟିନ୍‌ କହିଛନ୍ତି ଯେ, ସୋମବାର ଦିନ ସେ ଏ ପ୍ରସଙ୍ଗ ‘କଲେକ୍ଟିଭ୍ ସିକ୍ୟୁରିଟି ଟ୍ରିଟି ଅର୍ଗାନାଇଜେନସନ୍‌’ (ସିଏସ୍‌ଟିଓ) ଶିଖର ବୈଠକରେ ଉତ୍ଥାପନ କରିବେ। ଶନିବାର ଦିନ ପୁଟିନ୍ ତାଙ୍କର କାଜାଖ ପ୍ରତିପକ୍ଷ କାସିମ୍-ଝୋମାର୍ତ ତୋକେୟେଭ୍‌ଙ୍କ ସହ ଭର୍ଚ୍ୟୁଆଲ୍ ବୈଠକ କରିଥିଲେ। ଏଥିରେ ଉଭୟ ନେତା ଆଫଗାନିସ୍ତାନରେ ଉପୁଜିଥିବା ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଆଫଗାନିସ୍ତାନରୁ ଶରଣାର୍ଥୀମାନଙ୍କୁ ପଡ଼ୋଶୀ କେନ୍ଦ୍ରୀୟ ଏସୀୟ ରାଷ୍ଟ୍ରମାନଙ୍କୁ ପଠାଇବା ପାଇଁ କେତେକ ପାଶ୍ଚାତ୍ୟ ରାଷ୍ଟ୍ର ଦେଇଥିବା ପ୍ରସ୍ତାବକୁ ପୁଟିନ୍‌ ସମାଲୋଚନା କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପ ଯାତ୍ରା ଲାଗି ଉକ୍ତ ଶରଣାର୍ଥୀମାନଙ୍କର ପାସ୍‌ପୋର୍ଟ ପ୍ରସ୍ତୁତି ହେଉଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ କହିଛି। ତାଲିବାନ୍‌ ଶାସନରେ ଅସ୍ଥିର ହୋଇ ସେମାନଙ୍କ ଦେଶକୁ ଶରଣାର୍ଥୀମାନଙ୍କ ପ୍ରବେଶ ଯୋଗୁଁ ଆଫଗାନିସ୍ତାନ ସୀମାକୁ ଲାଗିଥିବା ଉଜ୍‌ବେକିସ୍ତାନ, ତାଜିକିସ୍ତାନ ଏବଂ ତୁର୍କମେନିସ୍ତାନ ସମେତ କେତେକ କେନ୍ଦ୍ରୀୟ ଏସୀୟ ରାଷ୍ଟ୍ର ଚିନ୍ତା ପ୍ରକଟ କରିଛନ୍ତି। ସେମାନଙ୍କର ଆଶଙ୍କା ଶରଣାର୍ଥୀ ବେଶରେ ‘ଇସ୍‌ଲାମିକ୍ ଷ୍ଟେଟ୍‌ ଫାଇଟରସ୍’ ଏବଂ ଅନ୍ୟ ମୌଳବାଦୀ ତଥା ଧର୍ମୀୟ କଠୋରପନ୍ଥୀମାନେ ଅନୁପ୍ରବେଶ କରିପାରନ୍ତି।

Share Now:

Kalinga News Beuro

Next Post

ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାରକୁ ବୋକାମି କହିଲେ ଟୋନି ବ୍ଲେୟାର୍‌

Sun Aug 22 , 2021
ଲଣ୍ଡନ୍‌: ୨୦ ବର୍ଷ ପୂର୍ବେ ୯/୧୧ଆକ୍ରମଣ ପରେ ଆଫଗାନିସ୍ତାନରେ ସୈନ୍ୟ ମୁତୟନ କରିଥିବା ପୂର୍ବତନ ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର୍‌ କହିଛନ୍ତି ଯେ, ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ନିଷ୍ପତ୍ତି ସମଗ୍ର ବିଶ୍ବର ପ୍ରତ୍ୟେକ ଜିହାଦୀ ସଙ୍ଗଠନକୁ ଆନନ୍ଦିତ କରିଛି। ‘ଚିରକାଳ ପାଇଁ ଯୁଦ୍ଧର ଅବସାନ ଘଟାଇବା’ ଭଳି ଏକ ନିର୍ବୋଧ ରାଜେନୈତିକ ‘ସ୍ଲୋଗାନ୍‌’ ପ୍ରତି ବାଧିତ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ‌ଜୋ ବାଇଡେନ୍‌ଙ୍କୁ […]
ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial