ପ୍ରତିଶୋଧ ପାଇଁ ୫୮ଟି ଗୋମାତାଙ୍କୁ ବିଷଦେଇ ହତ୍ୟା କଲା ଯୁବକ

୫୮ଟି ଗାଈକୁ ବିଷ

ନୋଏଡା: ନିଜର ପ୍ରତିଶୋଧ ପୂରଣ ପାଇଁ ୫୮ଟି ଗୋମାତାଙ୍କୁ ବିଷ ଦେଇ ହତ୍ୟା କଲା ଯୁବକ। ଉତ୍ତରପ୍ରଦେଶ ନୋଏଡାର ସୁରଜପୁରରେ ଜଣେ ବ୍ୟକ୍ତିଙ୍କ ୫୮ଟି ଗାଈକୁ ବିଷ ଦେଇ ହତ୍ୟା କରିଥିବା ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ପୁଲିସ କମିଶନର ଆଲୋକ ସିଂ କହିଛନ୍ତି ଯେ ସୁରଜପୁର ଗାଁରେ ଓମବୀର ନାଗରଙ୍କର ଏକ ଗୋଶାଳା ଥିଲା। ଯେଉଁଠାରେ ସେ ଶତାଧିକ ଗାଈ ରଖିଛନ୍ତି। ତେବେ ଓମବୀରଙ୍କ ଫାର୍ମରେ ଗତ ୫ ଦିନ ମଧ୍ୟରେ ୫୮ଟି ଗାଈଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଯେତେବେଳେ ପୁଲିସ ପ୍ରାଣୀ ଚିକିତ୍ସକଙ୍କ ଏକ ଟିମକୁ ଡାକି ଏହାର ଅନୁସନ୍ଧାନ କଲା, ସେତେବେଳେ ବିଷଜନିତ କ୍ରିୟାରୁ ଗାଈମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା। ଏହା ପରେ ପୁଲିସ ଏହି ଘଟଣାର ଅନୁସନ୍ଧାନ କରିଥିଲା। ଆଉ ଆଜି ଫାର୍ମର ଜଣେ ପୂର୍ବତନ କର୍ମଚାରୀ ଧର୍ମେନ୍ଦ୍ରଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚୁରା କରିଥିଲା। ପଚରାଉଚରା ବେଳେ ପୁଲିସ ଜାଣିବାକୁ ପାଇଲା ଯେ ଧର୍ମେନ୍ଦ୍ର ସବୁବେଳେ ନିଶା ସେବନ କରନ୍ତି, ଯେଉଁଥିପାଇଁ ତାଙ୍କୁ ଫାର୍ମରୁ କାଢିଦିଆଯାଇଥିଲା। ଏଥିରେ ରାଗିଯାଇ ସେ ପାଣିରେ ବିଷ ମିଶାଇଦେଇଥିଲେ, ଆଉ ଏହି କାରଣରୁ ଗାଈମାନେ ବିଷାକ୍ତ ପାଣି ପିଇବା ପରେ ମରିଯାଇଥିଲେ। ଏବେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

Share Now:

Kalinga News Beuro

Next Post

ମମିତାଙ୍କ ଘରେ ବିଜେଡି ନେତା ଅଜୟ ଦାସ

Sun Oct 31 , 2021
ବଲାଙ୍ଗୀର: ବିଜେପି ଓ କଂଗ୍ରେସ ପ୍ରତିନିଧି ଦଳର ଘନଘନ ଗସ୍ତ ପରେ ପ୍ରଥମ ଥର ପାଇଁ ମମିତାଙ୍କ ପରିବାରକୁ ଭେଟିଛନ୍ତି ବିଜେଡି ନେତା। ଶନିବାର ସକାଳେ ସ୍ଥାନୀୟ ବିଜେଡି ନେତା ବଲାଙ୍ଗୀର ଝରଣୀ ଗାଁରେ ପହଞ୍ଚିଥିଲେ। ବିଜେଡି ନେତା ଅଜୟ ଦାସ ତାଙ୍କ ସମର୍ଥକଙ୍କ ସହିତ ଝରଣୀରେ ପହଞ୍ଚି ପଡ଼ୋଶୀ ଘରେ ଥିବା ମମିତାଙ୍କ ଭାଇ ବଣ୍ଟି ମେହେରଙ୍କୁ ଭେଟି ଆଲୋଚନା କରିଛନ୍ତି। ମୃତ ମମିତାଙ୍କ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ […]
ମମିତା ମେହେର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial