ଗୁଳିମାଡ଼ ପରେ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା

ବାଲେଶ୍ଵରରେ ଚାଞ୍ଚଲ୍ୟ

ବାଲେଶ୍ଵର: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା ଘଟଣା ବାଲେଶ୍ଵରରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଯୁବକଙ୍କୁ ପ୍ରଥମେ ଗୁଳିମାଡ଼, ତାପରେ ଭୁଜାଲିରେ ହାଣି ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ଜଗନ୍ନାଥ ପାଟଣା ଗାଁର ରବୀନ୍ଦ୍ର ମୋହନ ଦାସଙ୍କ ପୁଅ ବିନୋଦ(୩୪) ଏକ ବାଇକରେ ଜଣଙ୍କ ସହ ମେଡିସିନ ପାଇଁ ସଦର ଥାନା କୁରୁଡା ଛକକୁ ଆସୁଥିଲେ। ପୂର୍ବାହ୍ନ ପ୍ରାୟ ୯ ଟା ୩୦ ମିନିଟ୍ ସମୟରେ ୩/୪ ଜଣ ଯୁବକ ବିନୋଦଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ବିନୋଦ ତଳେ ପଡ଼ିଯିବା ପରେ ସେମାନେ ଭୁଜାଲିରେ ହାଣି ଫେରାର ହୋଇ ଯାଇଥିଲେ। ଘଟଣାସ୍ଥଳରେ ବିନୋଦଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଛନଭିନ୍ ଚଳାଇ ଥିଲେ ବି ଅଭିଯୁକ୍ତଙ୍କ ପତ୍ତା ମିଳି ପାରି ନାହିଁ। ତେବେ ବିନୋଦଙ୍କ ସାଙ୍ଗରେ ଥିବା ଯୁବକଙ୍କ ମୋବାଇଲ୍ ସୁଇସ୍ ଅଫ ରହିଛି। ଏ ନେଇ ପୁଲିସ ଅନୁସନ୍ଧାନ ଜାରି ରଖିଛି।

Share Now:

Kalinga News Beuro

Next Post

ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ: ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଉଥିବାର ସୂଚନା

Sun Oct 31 , 2021
ଫୁଲବାଣୀ: ପଞ୍ଚାୟତିରାଜ, ନଗର ଉନ୍ନୟନ ତଥା ଆଇନମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ଥିବାର ସୂଚନା ରହିଛି। ତିନିଦିନିଆ କନ୍ଧମାଳ ଗସ୍ତରେ ଥିବା ମନ୍ତ୍ରୀ ପ୍ରତାପ ଜେନା ଫୁଲବାଣୀ ସର୍କିଟ ହାଉସରେ ଥିବା ବେଳେ ଅସୁସ୍ଥ ହୋଇଛନ୍ତି। ଦେହରେ ଜ୍ୱର ସହ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ନେଇ ସୂଚନା ମିଳିଛି। ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଡାକ୍ତରୀ ଟିମ୍ ନଜର ରଖିଛି। ଉତ୍ତମ ଚିକିତ୍ସା ପାଇଁ ଆଜି ମନ୍ତ୍ରୀଙ୍କୁ ଭୁବନେଶ୍ୱର […]
ପ୍ରତାପ ଜେନା ପୁଣି ଅସୁସ୍ଥ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial