ଅରିଲୋରେ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଭାଜପାର ବିରୋଧ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଭାଜପାର ବିରୋଧ, କଳାପତକା ପ୍ରଦର୍ଶନ

କଟକ: ଆଜି କଟକର ଅରିଲୋରେ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଓମଫେଡ୍ ମେଗା ଡାଏରୀ ପ୍ଲାଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓମଫେଡ୍ ଡାଏରୀ ପ୍ଲାଣ୍ଟ ଉଦଘାଟନ କରି ମୁଁ ବହୁତ ଖୁସି। ରାଜ୍ୟ ସରକାର ସର୍ବଦା ଚାଷୀମାନଙ୍କ ସହିତ ଅଛନ୍ତି। ଓମଫେଡ଼ର ବିକାଶରେ ୩ ଲକ୍ଷ ଚାଷୀଙ୍କ ଅବଦାନ ରହିଛି। ଏହି ଡାଏରୀ ପ୍ଲାଣ୍ଟ ଦ୍ୱାରା ୬ ଲକ୍ଷ ଦୁଗ୍ଧ ଚାଷୀ ଉପକୃତ ହେବେ। ଏହି ୟୁନିଟରୁ ପ୍ରତିଦିନ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ ହେବ। ଉନ୍ନତମାନର ଘିଅ, ଲସି ସାଙ୍ଗକୁ ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନ ହେବ। ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ଲାଣ୍ଟ ଦ୍ୱାରା ରାଜ୍ୟର ଦୁଗ୍ଧଚାଷୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଏହି ପ୍ଲାଣ୍ଟ ବୁଲି ଦେଖିଥିଲେ। ଅନ୍ୟପଟେ ଆଜି କଟକରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରାଯାଇଛି। ବିଜେପି ପକ୍ଷରୁ କଳା ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ବିରୋଧ କରାଯାଇଛି। ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡରେ ଉଦାସୀନତା ପାଇଁ ବିଜେପି ପକ୍ଷରୁ ବିରୋଧ କରାଯାଇଛି।

Share Now:

Kalinga News Beuro

Next Post

ରାଜ୍ୟ ସରକାରଙ୍କୁ ଚିଠି‌ ଲେଖିଲେ ଗଜପତି: ‘ଶ୍ରୀମନ୍ଦିର ପାଇଁ ସ୍ଥାୟୀ ପ୍ରଶାସକ ଦିଅ’

Wed Nov 10 , 2021
ପୁରୀ: ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ଦିଅ। ରାଜ୍ୟ ସରକାରଙ୍କୁ ଏଭଳି ଚିଠି ଲେଖିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଗଜପତି ମହାରାଜ ବି ଏ ପ୍ରସଙ୍ଗରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସହ ଆଲୋଚନା କରି ଆବଶ୍ୟକ ପରାମର୍ଶ ନେଇଛନ୍ତି। ସେପଟେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା ଓ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଶଙ୍କରାଚାର୍ଯ୍ୟଙ୍କୁ […]
ରାଜ୍ୟ ସରକାରଙ୍କୁ ଚିଠି‌ ଲେଖିଲେ ଗଜପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial