ନୀରଜ ଚୋପ୍ରାଙ୍କ ସମ୍ମାନରେ ଗାଁରେ ତିଆରି ହେଲା ଗୋଲଡେନ ପୋଷ୍ଟ ବକ୍ସ

ଗୋଲଡେନ ପୋଷ୍ଟ ବକ୍ସ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ସ୍ୱର୍ଣ୍ଣ ପଦକ ଜିତି ଦେଶର ନାମ ରଖିଥିବା ନୀରଜ ଚୋପ୍ରାଙ୍କୁ ସ୍ବତନ୍ତ୍ର ସମ୍ମାନରେ ସମ୍ମାନୀତ କରିଛି ଭାରତୀୟ ଡାକ ବିଭାଗ। ହରିୟାଣାର ପାନିପତରେ ଥିବା ନୀରଜ ଚୋପ୍ରାଙ୍କ ଗାଁରେ ଏକ ସୁନେଲି ରଙ୍ଗର ପୋଷ୍ଟ ବକ୍ସ ଲଗାଇଛି। ଏହି ପୋଷ୍ଟବକ୍ସରେ ନୀରଜଙ୍କ ନାମ ମଧ୍ୟ ଲେଖାଯାଇଛି। ସୋସିଆଲ ମିଡିଆରେ ଏହି ପୋଷ୍ଟ ବକ୍ସର ଫଟୋ ଭାଇରାଲ ହେବାରେ ଲାଗିଛି। ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଅନେକ ଅଧିକାରୀ ଏବଂ ନୀରଜଙ୍କ ଅନେକ ପ୍ରଶଂସକ ଏହି ଫଟୋକୁ ସେୟାର କରିଛନ୍ତି। ହରିୟାଣାର ଖଣ୍ଡାରା ଗ୍ରାମରେ ଥିବା ଏହି ସୁବର୍ଣ୍ଣ ରଙ୍ଗର ପୋଷ୍ଟ ବକ୍ସରେ ଲେଖାଯାଇଛି ଶ୍ରୀ ନୀରଜ ଚୋପ୍ରା, ଜାଭେଲିନ ସ୍ୱର୍ଣ୍ଣ ପଦକ ବିଜେତା ଟୋକିଓ ଅଲିମ୍ପିକ୍ସ ୨୦୨୦ ସମ୍ମାନରେ। ସୋସିଆଲ ମିଡିଆରେ ଏହି ପୋଷ୍ଟକୁ ଲୋକେ ଖୁବ ପସନ୍ଦ କରୁଛନ୍ତି। ନୀରଜ ଚୋପ୍ରା ଆମେରିକାରେ ଥାଇ ପ୍ୟାରିସ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

Share Now:

Kalinga News Beuro

Next Post

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨ଟି ଶିଳ୍ପ ପ୍ରକଳ୍ପ ଉଦଘାଟିତ : ୧୧ଟିର ଶିଳାନ୍ୟାସ

Mon Jan 10 , 2022
ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ କରିଥିବାବେଳେ ୧୧ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏସବୁ ପ୍ରକଳ୍ପରେ ମୋଟ ୨୩୫୯ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଥିବାବେଳେ ୩୨୦୦ ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଉଦଘାଟିତ ହୋଇଥିବା ୨ଟି ଶିଳ୍ପ ପ୍ରକଳ୍ପ ହେଲା ଯାଜପୁର କଳିଙ୍ଗନଗରସ୍ଥିତ ୧.୫ ନିୟୁତ ଟନ କ୍ଷମତା ବିଶିଷ୍ଟ ସିମେଣ୍ଟ ଗ୍ରିଣ୍ଡିଂ ୟୁନିଟ ଓ ବଲାଙ୍ଗୀରଠାରେ ସ୍ବସ୍ତି […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ-4

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial