ରାଜ୍ୟରେ କମୁଛି କରୋନା : ଆଜି ସୁସ୍ଥ ହେଲେ ୧୦୮୪୧, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୩୨

covid-19-1

ଭୁବନେଶ୍ୱର: ଲଗାତାର ୩ୟ ଦିନରେ କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୧୦ ହଜାର ୮୪୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୩୨ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୨୧ହଜାର ୬୦୮ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୪୪୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୮୦୧, ସମ୍ବଲପୁରରୁ ୩୮୬, ମୟୂରଭଞ୍ଜରୁ ୩୮୬, ବାଲେଶ୍ୱରରୁ ୩୪୨, ନୟାଗଡ଼ରୁ ୩୦୭, ବଲାଙ୍ଗୀରରୁ ୨୯୭, ରାୟଗଡ଼ାରୁ ୨୦୬ ଓ ପୁରୀରୁ ୧୯୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
ସେହିପରି କଳାହାଣ୍ଡିରୁ ୧୮୨, ଜଗତସିଂହପୁରରୁ ୧୬୨, ଅନୁଗୁଳରୁ ୧୫୯, ସୁବର୍ଣ୍ଣପୁରରୁ ୧୪୭, କୋରାପୁଟରୁ ୧୪୬, ଯାଜପୁରରୁ ୧୪୩, କେନ୍ଦୁଝରରୁ ୧୪୧, ଗଞ୍ଜାମରୁ ୧୩୫, ଢେଙ୍କାନାଳରୁ ୧୩୪, ନବରଙ୍ଗପୁରରୁ ୧୩୩, ଝାରସୁଗୁଡ଼ାରୁ ୧୨୨, ଗଜପତିରୁ ୧୨୦, ଭଦ୍ରକରୁ ୧୦୧, କେନ୍ଦ୍ରାପଡ଼ାରୁ ୮୫, ବରଗଡ଼ରୁ ୭୬, କନ୍ଧମାଳରୁ ୫୯, ମାଲକାନଗିରିରୁ ୫୬, ନୂଆପଡ଼ାରୁ ୨୫ ଓ ରାଜ୍ୟପୁଲରୁ ୭୯୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୮୫୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Share Now:

Kalinga News Beuro

Next Post

ଭୋଟର୍‌ ତାଲିକାରୁ ବାଦ୍‌ ପଡ଼ିଲେ ୫୪ ମତଦାତା : ଆମରଣ ଅନଶନ ପାଇଁ ଚେତାବନୀ

Sun Jan 23 , 2022
ଭଦ୍ରକ: ସାମ୍ବିଧାନିକ ଅଧିକାର ପାଇଁ ଭଦ୍ରକ ବ୍ଲକ କେଦାରପୁର ପଞ୍ଚାୟତ ରସାଳପୁର ଗ୍ରାମର ଅନେକ ଗ୍ରାମବାସୀ ଆମରଣ ଅନଶନ କରିଵା ପାଇଁ ଚେତାବନୀ ଦେଇଛନ୍ତି। ଗ୍ରାମର ୫୪ ଜଣଙ୍କ ନାମ ଭୋଟର ତାଲିକାରୁ ବାଦ ପଡିବାରୁ ଅସନ୍ତୋଷ ଜାହିର କରିଛନ୍ତି ଗ୍ରାମବାସୀ। ସୂଚାନୁଯାଇ ଭଦ୍ରକ ବ୍ଲକ କେଦାରପୁର ଗ୍ରାମପଞ୍ଚାୟତର ଏକ ନମ୍ବର ୱାର୍ଡ ପରିବିନ୍ଧା ରସାଳପୁର ଗ୍ରାମର ୫୪ ଜଣ ଭୋଟର ପଞ୍ଚାୟତ ଭୋଟର ତାଲିକାରୁ ବାଦ ପଡିଛନ୍ତି। ଗ୍ରାମବାସୀଙ୍କ […]
ଭୋଟର୍‌ ତାଲିକାରୁ ବାଦ୍‌ ପଡ଼ିଲେ ୫୪ ମତଦାତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial