କୁହୁଡ଼ି ପାଇଁ ତିନିଦିନ ୟେଲୋ ୱାର୍ଣ୍ଣିଂ ଜାରି

କୁହୁଡ଼ି ପାଇଁ ତିନିଦିନ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ଢ଼େଙ୍କାନାଳ ଓ କେନ୍ଦୁଝର ରହିଛି। ଏହି ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ଥିବାରୁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏତଦ ବ୍ୟତୀତ ଉପକୂଳ ଓଡ଼ିଶା ସମେତ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଆଦି ଜିଲ୍ଲାରେ ହାଲକା ବର୍ଷା ହେବା ସହିତ ଅନ୍ୟ ସବୁ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଏଯାବତ ଭୁବନେଶ୍ବରରେ ସର୍ବାଧିକ ୨୯.୨ ଡିଗ୍ରି ସେଲସିୟସ ତାପମାତ୍ରା ରହିଥିବା ବେଳେ ଟିଟଲାଗଡ଼ରେ ସର୍ବନିମ୍ନ ୧୨.୩ ଡିଗ୍ରି ସେଲସିୟସ ତାପମାତ୍ରା ରହିଛି। ଜାନୁଆରି ୨୫ରୁ ୨୬ ତାରିଖ ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ, ଖୋର୍ଦ୍ଧା ଓ କଟକ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଜାନୁଆରି ୨୬ରୁ ୨୭ ତାରିଖ ମଧ୍ୟରେ କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି।

Share Now:

Kalinga News Beuro

Next Post

ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ୨୨ ଜଣଙ୍କୁ ମିଳିବ ପୁଲିସ ପଦକ

Tue Jan 25 , 2022
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ତିନୋଟି ବର୍ଗରେ ୯୩୯ ଜଣଙ୍କୁ ପୁଲିସ ପଦକ ଲାଗି ମନୋନୀତ କରାଯାଇଛି। ଏ ସଂକ୍ରାନ୍ତରେ ଆଜି ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ସୂଚନା ଅନୁସାରେ ଚଳିତବର୍ଷ ଓଡ଼ିଶାରୁ ମୋଟ ୨୨ ଜଣଙ୍କୁ ପୁଲିସ ପଦକ ମିଳିବ। ପ୍ରତିଷ୍ଠିତ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ, […]
ପୁଲିସ ପଦକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial