ଭଲ ରାସ୍ତାକୁ ତାଡ଼ି ଦେଲେ : ୩ ମାସ ହେଲା ସରୁନି ୧ କି‌ମି ରାସ୍ତା

ଭଲ ରାସ୍ତାକୁ ତାଡ଼ି ଦେଲେ

ହନ୍ତସନ୍ତ ଅଞ୍ଚଳବାସୀ, ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

ବାରଙ୍ଗ: ବାରଙ୍ଗ ବ୍ଲକ୍‌ଗଡ଼ାଠାରୁ ଶ୍ରୀବନ୍ତପୁର ଗାଁ ପର୍ଯ୍ୟନ୍ତ ପୁରୀ ମୁଖ୍ୟ କେନାଲ ବନ୍ଧର ପ୍ରାୟ ୧ କିଲୋମିଟର ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ସରିବାର ନାଁ ଧରୁନି। ଭଲ ଥିବା ଏହି ପିଚୁ ରାସ୍ତାକୁ ୩ ମାସ ତଳେ ଠିକାଦାର ଜେସିବି ଲଗାଇ ତାଡ଼ି ଦେଇଥିଲେ। ତା’ ପରଠାରୁ ମାସେ ପର୍ଯ୍ୟନ୍ତ ଆଉ କାହାରି ଦେଖା ମିଳିନଥିଲା। ଏଥିଯୋଗୁଁ ଅଞ୍ଚଳବାସୀ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହାକୁ ନେଇ ପ୍ରବଳ ଅସନ୍ତୋଷ ଦେଖା‌ଦେବାରୁ ଠିକାଦାର ରାସ୍ତା ଉପରେ ଚିପସ୍‌ ବିଛାଇଦେଲେ। କିନ୍ତୁ ରାସ୍ତାକୁ ପିଚୁ କରାଗଲା ନାହିଁ। ଫଳରେ ଅବସ୍ଥା ଏବେ ଆହୁରି କଦର୍ଯ୍ୟ ହୋଇପଡ଼ିଛି। ଚିପସ୍ ସବୁ ଉଠି ଯାଇ ରାସ୍ତା ଆବଡାଖାବଡ଼ା ହେବା ସହ ପ୍ରାୟ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏହାବ୍ୟତୀତ ଯାନବାହନ ଚଳାଚଳ ବେଳେ ପ୍ରବଳ ଧୂଳି ଉଡ଼ୁଛି। ବେଶି ହଇରାଣ ହେଉଛନ୍ତି କଣ୍ଟାପାଟଣା ଓ ଶ୍ରୀବନ୍ତପୁର ଗ୍ରାମବାସିନ୍ଦା। ଲୋକଙ୍କ ଘରେ ଧୂଳି, ବାଲି ପଶି ଯାଉଛି। ବାସନକୁସନ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ବହଳ ମୋଟରେ ଧୂଳିର ଆସ୍ତରଣ ଜମି ଯାଉଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଯଥାଶୀଘ୍ର ରାସ୍ତା କାମ ଶେଷ କରାନଗଲେ ସୁରେଶ କୁମାର ଷଡ଼ଙ୍ଗୀ, ଭରତ ପ୍ରଧାନ, ଅଲେଖ ଚନ୍ଦ୍ର ପ୍ରଧାନଙ୍କ ସମେତ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Share Now:

Kalinga News Beuro

Next Post

କଂଗ୍ରେସରୁ ଇସ୍ତଫା ଦେଲେ ମହାରାଜା ହରି ସିଂଙ୍କ ନାତି ବିକ୍ରମାଦିତ୍ୟ

Tue Mar 22 , 2022
ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ଜମ୍ମୁ ଓ କଶ୍ମୀରର ପୂର୍ବତନ ମହାରାଜା ହରି ସିଂଙ୍କ ନାତି ବିକ୍ରମାଦିତ୍ୟ ସିଂ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଦଳର କଶ୍ମୀର ନୀତି ସହ ତାଙ୍କର ବ୍ୟକ୍ତିଗତ ଦୃଷ୍ଟିକୋଣ ମେଳ ଖାଉନାହିଁ ବୋଲି ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି। ନିଜର ଇସ୍ତଫା ସଂପର୍କରେ ଟୁଇଟ କରି ସେ ଲେଖିଛନ୍ତି “ ମୁଁ କଂଗ୍ରେସ ଦଳରୁ ଇସ୍ତଫା ଦେଉଛି। ଜାତୀୟ ସ୍ୱାର୍ଥ ସହ ଜଡ଼ିତ […]
ମହାରାଜା ହରି ସିଂଙ୍କ ନାତି ବିକ୍ରମାଦିତ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial