କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣା: କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା

ମାନସ ସ୍ୱାଇଁ ହତ୍ୟା ଘଟଣା

ଭଦ୍ରକ/ଚାନ୍ଦବାଲି: ନୟାଗଡର ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟାକାଣ୍ଡରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଖେଳ ଖତମ୍ ହୋଇଛି। ଶର୍ମିଷ୍ଠା ଆଉ ଲୁଚକାଳି ଖେଳି ପୁଲିସକୁ ଚକମା‌ ଦେଖାଇ ଖସି ଯିବାକୁ ଚେଷ୍ଟା କରିଥିଲା। ମାତ୍ର କ୍ରାଇମ୍ ବ୍ରାଞ୍ଚ ଟିମ୍ ଜାଲରୁ ଶର୍ମିଷ୍ଠା ଖସି ଯିବାରେ ସକ୍ଷମ ହୋଇ ପାରିଲା ନାହିଁ। ଶର୍ମିଷ୍ଠା ଓ ତାର ସହଯୋଗୀ ଝୁନା ଭୋଇକୁ ଧରିବା ପାଇଁ କ୍ରାଇମ୍ ବ୍ରାଞ୍ଚ ଟିମ ର ଦୁଇଟି ସ୍ୱତନ୍ତ୍ର ଟିମ୍ ଓ ଭଦ୍ରକ ପୁଲିସ ର ସହାୟତାରେ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଶର୍ମିଷ୍ଠାକୁ ଧରିବାକୁ ଜାଲ ବିଛାଇ ଥିଲା। ଆଜି ଏଇ ଜାଲରେ ଧରାପଡିଛନ୍ତି ହତ୍ୟା‌କାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା। ଶର୍ମିଷ୍ଠାଙ୍କୁ ଚାନ୍ଦବାଲି ଥାନା ନିଆଯିବା ପରେ କୋର୍ଟରେ ମଧ୍ୟ ହଜାର କରାଯାଇଛି। ଘଟଣାରୁ ପ୍ରକାଶ ଯେ, ଆଜି ଦିନ ପ୍ରାୟ ବାରଟା ବେଳେ କ୍ରାଇମ ବ୍ରାଞ୍ଚ ଟିମ ଚାନ୍ଦବାଲି ପୁଲିସର ଏକ ମିଳିତ ଟିମ୍ ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ନଳାଙ୍ଗ ଠାରୁ ଶର୍ମିଷ୍ଠା ଓ ତାର ସହଯୋଗୀ ଝୁନା ଭୋଇକୁ ଏକ ଘରୁ ଧରିବାରେ ସଫଳ ହୋଇଥିଲା। ‌ଶର୍ମିଷ୍ଠାଙ୍କର ସଂପର୍କୀୟଙ୍କ ଫୋନ୍ ଟ୍ରାକିଂ କରି ତଦନ୍ତକାରୀ ଟିମ୍ ଆଜି ଶର୍ମିଷ୍ଠାଙ୍କୁ ଧରିବାରେ ସଫଳ ହୋଇଛି। ଶର୍ମିଷ୍ଠା ଓ ଝୁନାଙ୍କୁ କ୍ରାଇମ ବ୍ରାଞ୍ଚ ଟିମ୍ ଗିରଫ କରିବା ପରେ ତାଙ୍କୁ ଚାନ୍ଦବାଲି ଥାନା ଅଭିମୁଖେ ନେଇଥିଲେ। ଅପରାହ୍ନ ୪ଟା ବେଳେ ଅଭିଯୁକ୍ତଙ୍କୁ ଚାନ୍ଦବାଲି ଥାନା ପରିସରକୁ ନିଆଯାଇଥିଲା। ମାନସ ସ୍ୱାଇଁ ଅପହରଣ ଓ ହତ୍ୟା‌ ଘଟଣାରେ ସଂପୃକ୍ତ ରହିଥିବା ଶର୍ମିଷ୍ଠା ଓ ଝୁନାକୁ ପୁଲିସ ଓ କ୍ରାଇମ ବ୍ରାଞ୍ଚ ଟିମ୍ ପଚରାଉଚରା କରିବା ପରେ ଅପରାହ୍ନ ସାଢେ ୫ଟାରେ ଦୁଇ ଅଭିଯୁକ୍ତଙ୍କୁ ଚାନ୍ଦବାଲି ଜେଏମଏଫସି କୋର୍ଟ ଚାଲାଣ କରାଯାଇଥିଲା।
ହତ୍ୟାକାଣ୍ଡ ସଂପର୍କରେ ଅଧିକ ତଦନ୍ତର ଆବଶ୍ୟକତା ଥିବା ବେଳେ କ୍ରାଇମ ବ୍ରାଞ୍ଚ ଟିମ୍ ସେମାନଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇ ପାରନ୍ତି ବୋଲି ଜଣାପଡିଛି। କ୍ରାଇମ ବ୍ରାଞ୍ଚ ଟିମ୍ ହାତରେ ଧରାପଡି ଗିରଫ ହେବା ପରେ ଏବେ ଶର୍ମିଷ୍ଠାଙ୍କର ସବୁ ଚାଲ ଧରାପଡିଯାଇଛି। ଏହା ପୂର୍ବରୁ ଏଇ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏଇ ସବୁ ଅଭିଯୁକ୍ତମାନେ ଏବେ ଜେ ଲ ଭିତରେ ରହିଥିବା ବେଳେ ଶର୍ମିଷ୍ଠାଙ୍କ ସହ ସାମିଲ ଥିବା ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠୀ ଏବେ ଭଦ୍ରକ ଜେଲରେ ଦିନ କାଟୁଛନ୍ତି।

Share Now:

Kalinga News Beuro

Next Post

ମେଡ଼ିସିନ ଦେବ ଟେନସନ: ପାରାସିଟାମଲ୍‌ ସହ ୮୦୦ଟି ଔଷଧର ବଢିବ ମୂଲ୍ୟ

Mon Mar 28 , 2022
ନୂଆଦିଲ୍ଲୀ: ଆଉ ମାତ୍ର ୪ ଦିନ ପରେ ଆପଣ ବ୍ୟବହାର କରୁଥିବା ଔଷଧ ଆପଣଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିପାରେ। କରୋନା ପାଇଁ ମହଙ୍ଗା ବୋଝରେ ସନ୍ତୁଳି ହେଉଥିବା ଲୋକଙ୍କ ପାଇଁ ଏବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ତେବେ ଏପ୍ରିଲ ୧ ତାରିଖରୁ ଆଉ ଏକ ମହଙ୍ଗା ବିସ୍ଫୋରଣ ହେବାକୁ ଯାଉଛି। କାରଣ ଘରେ ଘରେ ବ୍ୟବହୃତ ହେଊଥିବା […]
ମେଡ଼ିସିନ ଦେବ ଟେନସନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial