ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲା : ନିର୍ଦ୍ଦୋଷରେ ଖଲାସ ହେଲେ ଅଭିନେତା ପପୁ ପମପମ୍

ନିର୍ଦ୍ଦୋଷରେ ଖଲାସ ହେଲେ ଅଭିନେତା ପପୁ ପମପମ୍

ଭୁବନେଶ୍ବର: ଭୁବନେଶ୍ୱରର ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଅଭିନେତା ପପୁ ପମପମ୍ ଓ ତାଙ୍କର ସହଯୋଗୀ ଗିଟୁ। ପୋକ୍ସୋ କୋର୍ଟ ଉଭୟଙ୍କୁ କ୍ଲିନଚିଟ୍ ଦେଇଛନ୍ତି। ଜଣେ ନାବାଳିକାଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ଦେବା ବାହାନାରେ ଓଡ଼ିଆ ଫିଲ୍ମ ଜଗତର ଚର୍ଚିତ ହାସ୍ୟ କଳାକାର ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମୁପମ୍ ଅସଦାଚରଣ କରିବା ଅଭିଯୋଗ ହୋଇଥିଲା। ଏନେଇ ପପୁ ପମପମ ଓରଫ ତତ୍ତ୍ୱ ପ୍ରକାଶ ଶତପଥୀଙ୍କ ନାମରେ ଗତ ୨୦୧୬ ମସିହା ଜୁନ୍ ୨୫ରେ ଭୁବନେଶ୍ୱର ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା। ସୂଚନାଯୋଗ୍ୟ ଯେ, ଜୁଲାଇ ୧ ତାରିଖରେ ପୋକ୍ସୋ କୋର୍ଟରେ ପପୁଙ୍କ ବିରୋଧରେ ଚାର୍ଜଫ୍ରେମ କରାଯାଇଥିଲା। ଆଇପିସିର ଧାରା ୩୪୧, ୩୨୩ ଏବଂ ୩୫୪ ଏବଂ ସେକ୍ସନ୍ ୮ ଓ ୧୨ରେ ପୋକ୍ସୋ କୋର୍ଟରେ ତାଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା। କମିସନରେଟ୍ ପୁଲିସ ଏହି ଘଟଣାରେ ପପୁ ଓ ତାଙ୍କର ଜଣେ ସହଯୋଗୀ ଗିଟୁଙ୍କୁ ପୁରୀରୁ ଗିରଫ କରିଥିଲା। ତେବେ ଉଭୟଙ୍କୁ ଅଗଷ୍ଟ ୧୦ରେ ହାଇକୋର୍ଟରୁ ଜାମିନ ମିଳିଥିଲା। ଏନେଇ ପପୁ ପମପମ୍‌ କହିଛନ୍ତି, ନ୍ୟାୟ ବ୍ୟବସ୍ଥା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା। ମୁଁ ପୁରା ନିର୍ଦ୍ଦୋଷ ଥିଲି। ଶେଷରେ ନ୍ୟାୟର ବିଜୟ ହୋଇଛି। ଓକିଲଙ୍କ ସହ ପରାମର୍ଶ ପରେ ମାନହାନି ମକଦ୍ଦମା କରିବି।

Share Now:

Kalinga News Beuro

Next Post

ଜବଲପୁର ଡାକ୍ତରଖାନା ଅଗ୍ନିକାଣ୍ଡ : ୪ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ

Tue Aug 2 , 2022
ଭୋପାଳ : ମଧ୍ୟପ୍ରଦେଶର ଜବଲପୁରରେ ସୋମବାରଦିନ ହୋଇଥିବା ହସପିଟାଲ ଅଗ୍ନିକାଣ୍ଡ ମାମଲାରେ ୪ ଜଣ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ। ଏହି ୪ ଜଣ ଡାକ୍ତର ଉକ୍ତ ହସପିଟାଲର ମାଲିକ ବୋଲି ମଧ୍ୟ ଜଣାପଡ଼ିଛି। ସେମାନଙ୍କ ବିରୋଧରେ ଆଇପିସିର ଧାରା ୩୦୪ ଓ ୩୦୮ (କୌଣସି ଉଦ୍ଦେଶ୍ୟ ନ ରଖି ହତ୍ୟା ଉଦ୍ୟମ କରିବା) ଅନୁସାରେ ମାମଲା ରୁଜୁ କରାଯାଇଛି। ମାତ୍ର ସୋମବାରଦିନଠାରୁ ଏହି ଡାକ୍ତରମାନେ ଫେରାର […]
ଜବଲପୁର ଡାକ୍ତରଖାନା ଅଗ୍ନିକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial