ଏସ୍‌ଟିଏଫ୍‌ ଚଢ଼ାଉରେ ଧରାପଡ଼ିଲା କଲରାପତରିଆ ବାଘଛାଲ : ଅଭିଯୁକ୍ତ ଗିରଫ

ଧରାପଡ଼ିଲା କଲରାପତରିଆ ବାଘଛାଲ-1

ଚକପଦା: ପୁଣି ଏକ କଲରାପତରିଆ ବାଘଛାଲ ଜବତ ହୋଇଛି। କନ୍ଧମାଳ ଜିଲ୍ଳାର ଚକପଦା ଥାନା ଅନ୍ତର୍ଗତ ବ୍ରାହ୍ମଣୀପଡ଼ା ଗ୍ରାମରେ ଟିକାବାଲି ଜଙ୍ଗଲ ଅଧିକାରୀଙ୍କ ସହାୟତାରେ ଏସ୍‌ଟିଏଫ୍‌ର ଏକ ଟିମ୍‌ ମିଳିତ ଚଢ଼ାଉ କରି ଏହି ବାଘଛାଲ ଜବତ କରିଛି। ବାଘଛାଲ ଜବତ ହେବା ସହ ବ୍ରାହ୍ମଣୀପଡ଼ା ଗ୍ରାମର ଦିବଙ୍ଗତ ରାଘବ ନାୟକଙ୍କ ପୁଅ ବିରେନମିତ୍ର ନାୟକଙ୍କୁ ଗିରଫ କରାଯାଇଛି। ଏହି ଚଢ଼ାଉ ବେଳେ ବାଘଛାଲ ବ୍ୟତୀତ ଅନ୍ୟ ଅପରାଧିକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଆବଶ୍ୟକୀୟ ସଫେଇ ଦେଇନପାରିବାରୁ ଅଭିଯୁକ୍ତଙ୍କୁ ଧରାଯିବା ସହ ଫୁଲବାଣୀ ଫରେଷ୍ଟ ଡିଭିଜନ୍‌ ଅଧୀନସ୍ଥ ଟିକାବାଲି ଜଙ୍ଗଲ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ତଦନ୍ତ ଆରମ୍ଭ ହୋଇଛି।

Share Now:

Kalinga News Beuro

Next Post

ନରେନ୍ଦ୍ର ମୋଦୀଙ୍କ ଅନୁରୋଧ ରଖିଲେ ରାହୁଲ ଗାନ୍ଧୀ

Wed Aug 3 , 2022
ନୂଆଦିଲ୍ଲୀ: ଅଗଷ୍ଟ ୨ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ତ୍ରିରଙ୍ଗା ପତାକାକୁ ସାମାଜିକ ଗଣମାଧ୍ୟମ ‘ଡିସ୍‌ପ୍ଲେ ପିକ୍‌ଚର୍‌’(ଡିପି) କରନ୍ତୁ ବୋଲି ମଙ୍ଗଳବାର ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୯୧ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ କଥା ମାନି ଅନେକ ଦେଶବାସୀ ନିଜର ଡିପି ବଦଳାଇଥିବା ବେଳେ ସବୁ କଥାରେ ବିରୋଧ କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କଥା ମାନିଛନ୍ତି। ପ୍ରଧାନମନ୍ତ୍ରୀଙ୍କ […]
ପ୍ରଧାନମନ୍ତ୍ରୀଙ୍କ ଏହି ଅନୁରୋଧ ରଖିଲେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial