ଦାଦନ ଦୁଃଖ: ଦଲାଲ କାଟିଦେଲା ପାଦ ଓ ପାପୁଲି

ଦଲାଲ କାଟିଦେଲା ପାଦ ଓ ପାପୁଲି

ମୋହନା: ଟଙ୍କା ମାଗିବାରୁ ଦଲାଲ କାଟିଦେଲା ପାଦ ଓ ପାପୁଲି। ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଦାମଦୁଆ ପଞ୍ଚାୟତ ନିକଟସ୍ଥ କୋଲବା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଗ୍ରାମର ସାଙ୍କ ମୁର୍ମୁ(୪୫) ଗତ ସେପ୍ଟେମ୍ବର ୧୩ ତାରିଖରେ ହରଭାଙ୍ଗି ଅଞ୍ଚଳର ଆଦର ବର୍ଦ୍ଧନ ନାମକ ଜଣେ ଯୁବକ ସାଙ୍କଙ୍କ ସହ ଆଉ ୫ ଜଣକୁ ଦାଦନ ଖଟେଇବା ପାଇଁ ଉତ୍ତରପ୍ରଦେଶ ନେଇଥିଲେ। ସେଠାରେ ଦିନ ମଜୁରିଆ ଭାବେ ୨ ଦିନ କାମ କରିବା ପରେ ଦରମା ପାଇ ମଦ ପିଇଥିଲେ। ନିଶା ହୋଇଯିବାରୁ ଠିକାଦାର ସହ ତାଙ୍କର ବଚସା ହୋଇଥିଲା। ଏହାପରେ ତାଙ୍କୁ ନିଶା ହୋଇ ଯାଇଥିଲା।
ତାଙ୍କର ହୋସ ଆସିବା ପରେ ଦେଖିବା ବେଳକୁ ତାଙ୍କର ହାତ ପାପୁଲି ଏବଂ ଗୋଡ ପାଦ ନାହିଁ। ଏହା ସହ ମାଡ଼ ମରା ଯାଇଥିବା ଚିହ୍ନ ଦେଖିବାକୁ ମିଳିଛି। ଏନେଇ ଯଦି ଥାନାରେ ଅଭିଯୋଗ କରିବ ତାହାହେଲେ ଅସୁବିଧା ହେବ ବୋଲି ଧମକ ଦେଇଥିବା କହିଛନ୍ତି ପରିବାର ଲୋକେ। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ସରକାର ଚିକିତ୍ସା ପାଇଁ ସାହାଯ୍ୟ କରିବା ସହ ଦୋଷୀଙ୍କ ବିରୋଧ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି।

Share Now:

Kalinga News Beuro

Next Post

କାବୁଲ ସ୍କୁଲରେ ଆତ୍ମଘାତୀ ବିସ୍ଫୋରଣ: ୪୬ନାବାଳିକାଙ୍କ ସମେତ ୫୩ଜଣଙ୍କର ମୃତ୍ୟୁ

Mon Oct 3 , 2022
କାବୁଲ: କାବୁଲ ସ୍କୁଲରେ ଆତ୍ମଘାତୀ ବିସ୍ଫୋରଣ। ଚାଲିଗଲା ୪୬ନାବାଳିକାଙ୍କ ସମେତ ୫୩ଜଣଙ୍କର ଜୀବନ।ହୋଇଥିବା ବୋମା ବିସ୍ଫୋରଣରେ ଆଫଗାନିସ୍ତାନ ପୁଣି ଥରେ କମ୍ପିବା ସହ ଅନେକ ନୀରିହ ଲୋକଙ୍କ ଜୀବନ ଯାଇଛି। ସୂଚନା ଅନୁଯାୟୀ ପଶ୍ଚିମ କାବୁଲର ଶାହିଦ ମାଜ୍ରି ରୋଡରେ ଥିବା ଏକ ବିଦ୍ୟାଳୟରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ୫୩ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୪୬ଜଣ ନାବାଳିକା ଏବଂ ମହିଳା ମଧ୍ୟ ଅଛନ୍ତି। […]
କାବୁଲ ସ୍କୁଲରେ ଆତ୍ମଘାତୀ ବିସ୍ଫୋରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial