ସୂର୍ଯ୍ୟବଂଶୀ ଓ ବାବା ହରେକୃଷ୍ଣଙ୍କୁ ଟକ୍କର ଦେବେ ବିଜେଡିରୁ ଅବନ୍ତୀ ଦାସ

ବିଜେଡିରୁ ପ୍ରାର୍ଥୀ ହେଲେ ଅବନ୍ତୀ ଦାସ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶେଷରେ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ଘୋଷଣା କରିଛି। ଅବନ୍ତୀ ଦାସଙ୍କ ନାଁରେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ମୋହର ମାରିଛନ୍ତି। ଶ୍ରୀମତୀ ଦାସ ଏବେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଛନ୍ତି। ଏହି ଉପନିର୍ବାଚନରେ ବିଜେପିର ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଏବଂ କଂଗ୍ରେସର ନେତା ବାବା ହରେକୃଷ୍ଣ ସେଠୀଙ୍କୁ ଅବନ୍ତୀ ଦାସ ଟକ୍କର ଦେବେ। ଉପନିର୍ବାଚନ ପାଇଁ ସମୟ ପାଖେଇ ଆସୁଥିବା ବେଳେ କଂଗ୍ରେସ ଆଜି ଅପରାହ୍ନରେ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବାବା ହରେକୃଷ୍ଣ ସେଠୀଙ୍କ ନାମକୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଅନୁମୋଦନ କରିଛନ୍ତି। ଏନେଇ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ସାଧାରଣ ସଂପାଦକ ମୁକୁଲ ୱାସନିକ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଥିଲେ।
ସେହିଭଳି ଦୁଇଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଛି। ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଜେପି ପ୍ରାର୍ଥୀ କରିଛି। ସୂର୍ଯ୍ୟବଂଶୀ ସୂରଜ ହେଉଛନ୍ତି ବିଜେପି ରାଜ୍ୟ ସୋସିଆଲ ମିଡିଆ କୋର୍ଡିନେଟର। ଗତ ସାଧାରଣ ନିର୍ବାଚନ ସମୟରେ ସେ ଇଂଜିନିୟରିଂ ଚାକିରି ଛାଡ଼ି ବାପାଙ୍କ ରାଜନୈତିକ ଜୀବନରେ ସହଯୋଗ କରିଥିଲେ। ଏଥି ସହିତ ସେ ସାଂଗଠନିକ କାମ ମଧ୍ୟ ବୁଝୁଥିଲେ। ଧାମନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ଜଣେ ଯୁବନେତା ଓ ଯୁବସଂଗଠକ ଭାବେ ତାଙ୍କର ସାରା ଭଦ୍ରକ ଜିଲ୍ଲାରେ ସୁନାମ ରହିଛି। ଉଲ୍ଲେଖଯୋଗ୍ୟ ଯେ, ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଧାମନଗରରେ ଉପନିର୍ବାଚନ ହେବାକୁ ଯାଉଛି। ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ମତଦାନ ହେବ। ଏଥିପାଇଁ ବିଜେପି ପ୍ରଥମ ରାଜନୈତିକ ଦଳ ଭାବେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ନିଜର ପ୍ରାର୍ଥୀ କରିଛି।

Share Now:

Kalinga News Beuro

Next Post

ରେଳ କର୍ମଚାରୀଙ୍କୁ କେନ୍ଦ୍ରସରକାରଙ୍କ ଦୀପାବଳୀ ଉପହାର : ମିଳିବ ୭୮ ଦିନର ବୋନସ

Wed Oct 12 , 2022
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରେଳ କର୍ମଚାରୀଙ୍କୁ ୭୮ଦିନର ବେତନ ସହ ସମାନ ଉତ୍ପାଦକତା ଆଧାରିତ ବୋନସ ପ୍ରଦାନ କରିବା ପ୍ରସ୍ତାବକୁ ପିଛିଲା ଭାବେ ମଞ୍ଜୁର କରାଯାଇଛି। ପ୍ରତିବର୍ଷ ଦଶହରା/ପୂଜା ଛୁଟି ପୂର୍ବରୁ ଯୋଗ୍ୟ ରେଳ କର୍ମଚାରୀମାନଙ୍କୁ ଉତ୍ପାଦକତା ଆଧାରିତ ବୋନସ (ପିଏଲବି) ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ, ୧୧.୨୭ ଲକ୍ଷ ଅଣ-ଗେଜେଟେଡ ରେଳ କର୍ମଚାରୀଙ୍କୁ […]
ରେଳ କର୍ମଚାରୀଙ୍କୁ ସରକାରଙ୍କ ଦୀପାବଳୀ ଉପହାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial