ଚାକିରି କରାଇ ଦେବା ନାଁରେ ଦେଢ଼ ଲକ୍ଷ ଚଳୁ

ଚାକିରି ନାଁରେ ଦେଢ଼ ଲକ୍ଷ ଚଳୁ

ଧଉଳି: ଚାକିରି କରାଇ ଦେବାକୁ କହି ଜଣେ ଧୂର୍ତ୍ତ ବହୁ ବେକାର ଯୁବକ/ଯୁବତୀଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୂନ ମାରିଛି। ଏ ସଂପର୍କରେ ଠକାମିର ଶିକାର ହୋଇଥିବା କନ୍ଧମାଳ ଜିଲ୍ଲାର ଫିରୋଜ ନାୟକ ଧଉଳି ଥାନାରେ ଅଭିଯୋଗ କରିଛନ୍ତି। ଫିରୋଜ ତାଙ୍କଠାରୁ ମଧ୍ୟ ଦେଢ଼ ଲକ୍ଷ ଟଙ୍କା ନେଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗ ଆଧାରରେ ପୁଲିସ୍‌ ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା କରିଥିଲା। କିନ୍ତୁ ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଥିବାରୁ ପୁଲିସ୍‌ ତାଙ୍କୁ ଛାଡ଼ି ଦେଇଥିବା ଜଣାଯାଇଛି। ତେଣୁ ଫିରୋଜ କୋର୍ଟର ଆଶ୍ରୟ ନେଇଛନ୍ତି।
ଫିରୋଜଙ୍କ ଅଭିଯୋଗ ହେଲା, କନ୍ଧମାଳ ଜିଲ୍ଲାରେ ଏକ ଅଫିସ୍‌ ଖୋଲି ଉକ୍ତ ଯୁବକ ଓ ତା’ର କିଛି ସହଯୋଗୀ ବେକାର ଯୁବକ/ଯୁବତୀଙ୍କୁ ଟାର୍ଗେଟ୍‌ କରିଥିଲେ। ବିଭିନ୍ନ ସରକାରୀ ଓ ବେସରକାରୀ ଚାକିରି କରାଇ ଦେବାର ଲୋଭ ଦେଖାଇ ସେମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ। ତେବେ ଦୀର୍ଘ ଦିନ ଧରି ଚାକିରି ନ ମିଳିବାରୁ ଆଶାୟୀ ଯୁବକ/ଯୁବତୀମାନେ ବାରମ୍ବାର ପଚରାଉଚରା କରିବାରୁ ସେ ଓ ତା’ ସହଯୋଗୀ କନ୍ଧମାଳ ଅଫିସ୍‌ ବନ୍ଦ କରି ଭୁବନେଶ୍ବର ଚାଲି ଆସିଥିଲେ। ଏଠାରେ ଧଉଳି ଥାନା ଅଧୀନ ନୂଆଗାଁ ବଳରାମ ବିହାର ଲେନ୍‌-୨‌ରେ ଆଉ ଏକ ଅଫିସ୍‌ ଖୋଲି ପୁଣି ଠକିବା ପାଇଁ ଯୋଜନା ଚଳାଇଥିଲା। ଖବର ପାଇ ଠକାମିର ଶିକାର ଯୁବକ/ଯୁବତୀ ଉକ୍ତ କାର୍ଯ୍ୟାଳୟ ଘେରିଥିଲେ।

Share Now:

Kalinga News Beuro

Next Post

ରାଜା ୩ୟ ଚାର୍ଲସ୍‌ଙ୍କ ଅଭିଷେକ ପାଇଁ ଐତିହାସିକ ରାଜମୁକଟରେ କରାଯିବ ଆଂଶିକ ପରିବର୍ତ୍ତନ

Sun Dec 4 , 2022
ଲଣ୍ଡନ୍‌: ରାଜା ୩ୟ ଚାର୍ଲସ୍‌ଙ୍କ ଅଭିଷେକ ନିମନ୍ତେ ବ୍ରିଟେନ୍‌ର ୧୭ଶ ଶତାବ୍ଦୀରେ ନିର୍ମିତ ସେଣ୍ଟ୍‌ ଏଡ୍‌ୱାର୍ଡଙ୍କ ମୁକୁଟରେ ଆଂଶିକ ପରିବର୍ତ୍ତନ କରାଯିବ ବୋଲି ଶନିବାର ଦିନ ବକିଙ୍ଗ୍‌ହାମ୍‌ ପାଲେସ୍‌ସୂତ୍ରରୁ ପ୍ରକାଶ। ଆସନ୍ତା ବର୍ଷ ମେ ୬ ତାରିଖରେ ୱେଷ୍ଟ୍‌ମିନ୍‌ଷ୍ଟର୍‌ ଆବେରେ ରାଜା ୩ୟ ଚାର୍ଲସ୍‌ଙ୍କ ଅଭିଷେକ ନିମନ୍ତେ ପଦ୍ମରାଗ ମଣି, ଫିରୋଜା ମଣି, ମରକତ ମଣି, ରକ୍ତମଣି, ପୋଖରାଜ ମଣି, ତୁର୍‌ମଲୀ ଖଚିତ ସୁନାରେ ନିର୍ମିତ ଏହି ନିଦା ମୁକୁଟରେ […]
ରାଜମୁକଟରେ କରାଯିବ ଆଂଶିକ ପରିବର୍ତ୍ତନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial