ବିଲୁପ୍ତପ୍ରାୟ ଶାଳିଆ ପତିନି ଉଦ୍ଧାର

ବିଲୁପ୍ତପ୍ରାୟ ଶାଳିଆ ପତିନି ଉଦ୍ଧାର

ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟର ସାମ୍ବାଦିକ ବିଶ୍ୱରଞ୍ଜନ ପୃଷ୍ଟିଙ୍କ ବାଡ଼ିରେ ଥିବା ଏକ ବଡ଼ ତାଳ ଗଛରୁ ଏସିଆ ମହାଦେଶରୁ ବିଲୁପ୍ତପ୍ରାୟ ଏସିଆନ ପାମ ସିଭେଟ କ୍ୟାଟ ବା ଏସିଆର ମହାଦେଶର କସ୍ତୁରୀ ବିଲେଇ ବା ଶାଳିଆ ପତିନି ଉଦ୍ଧାର ହୋଇଛି। ବିଶ୍ୱରଞ୍ଜନ ନିଜ ବାଡ଼ିରେ ପନିପରିବା ଚାଷ କରୁଥିବା ସମୟରେ ହଠାତ ତାଳ ଗଛରୁ ମୂଷା ଭଳି ଅଙ୍ଗ ଥିବା ବଡ଼ ଏସିଆନ ପାମ ସିଭେଟ କ୍ୟାଟ ବା ଏସିଆର ତାଳ କସ୍ତୁରୀ ବିଲେଇଟି ତଳକୁ ଖସିପଡି ଗୁରୁତର ହୋଇଥିଲା। ଏନେଇ ଘଟଗାଁ ବନାଞ୍ଚଳ ଅଧିକାରୀ ପ୍ରଭାତ କୁମାର କୁଅଁର ଓ ଢେଙ୍କିକୋଟ ବନପାଳ ଶିବନାରାୟଣ ଦେବଙ୍କୁ ସୂଚନା ଦିଆଯିବାପରେ ସେମାନେ ଏହି ତାଳ କସ୍ତୁରୀ ବିଲେଇ ଟିକୁ ଚିକିତ୍ସା ପାଇଁ ଘଟଗାଁ ପ୍ରାଣୀ ଚିକତ୍ସା କେନ୍ଦ୍ରକୁ ନେଇଛନ୍ତି। ଗୁଗୁଲ ସୂଚନା ଅନୁଯାୟୀ ଏହି ପ୍ରଜାତିଟି ୧୨୯ ବର୍ଷ ହେଲା ଏସିଆ ମହାଦେଶରୁ ବିଲୁପ୍ତ ଥିଲା।

Share Now:

Kalinga News Beuro

Next Post

ମୁଖ୍ୟମନ୍ତ୍ରୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ନେତାଙ୍କ ଭିଡ଼

Sun Jan 1 , 2023
ଭୁବନେଶ୍ୱର: ଆଜି ନବବର୍ଷ ଅବସରରେ ନବୀନ ନିବାସରେ ନେତାଙ୍କ ଗହଳି ଦେଖିବାକୁ ମିଳିଛି। ବହୁ ବିଜେଡି ନେତା ଓ ମନ୍ତ୍ରୀ ସୁପ୍ରିମୋଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ପହଞ୍ଚିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ମନ୍ତ୍ରୀ ପ୍ରମିଳା ମଲ୍ଲିକ, ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ସମୀରରଞ୍ଜନ ଦାଶ, ମନ୍ତ୍ରୀ, ଅତନୁ ସବ୍ୟସାଚୀ ନାୟକ ବରିଷ୍ଠ ନେତା ଦେବୀ ମିଶ୍ର ଓ ଶ୍ରୀମୟୀ ମିଶ୍ର ପ୍ରମୁଖ ନବୀନ ନିବାସରେ ପହଞ୍ଚିଥିଲେ। […]
ମୁଖ୍ୟମନ୍ତ୍ରୀଙ୍କୁ ନବବର୍ଷର ଶୁଭେଚ୍ଛା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial