ଅଷ୍ଟ୍ରେଲିଆ ଆକାଶରେ ୨ ହେଲିକପ୍ଟର୍‌ ଧକ୍କାରେ ୪ ମୃତ, ୩ ଆହତ

ଅଷ୍ଟ୍ରେଲିଆ ଆକାଶରେ ଧକ୍କା ଖାଇଲେ ୨ ହେଲିକପ୍ଟର୍‌-1

ସିଡ୍‌ନି: ଆଜି ଅଷ୍ଟ୍ରେଲିଆର ପର୍ଯ୍ୟଟନସ୍ଥଳୀ ‘ଗୋଲ୍‌ଡ୍‌ କୋଷ୍ଟ୍‌’ ଆକାଶରେ ଦୁଇଟି ହେଲିକପ୍ଟର୍‌ ପରସ୍ପର ସହିତ ଧକ୍କା ଖାଇବାରୁ ୪ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର୍‌ର ଦୁଇଟିରୁ ଗୋଟିଏ ହେଲିକପ୍ଟର୍‌ର ପଙ୍ଖାଟିଏ ବାଲିରେ ପଡ଼ିଥିବା ଫଟୋଟିଏ ବି ସେମାନେ ଦେଖାଇଛନ୍ତି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଆଉ ୩ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କଥା ପୁଲିସ କହିଛି। ପବ୍ଲିକ୍‌ ବ୍ରଡ୍‌କାଷ୍ଟର୍‌ ‘ଏବିସି’ରେ ପ୍ରସାରଣ କରିଥିବା ଫଟୋରେ ଦେଖାଯାଉଛି ସମୁଦ୍ର ତଟରୁ ମାତ୍ର ଅଳ୍ପ କେତେ ଫୁଟ୍‌ ଦୂରରେ ବାଲୁକା ଉପରେ ଗୋଟିଏ ହେଲିକପ୍ଟର୍‌ କଡ଼େଇ ହୋଇ ପଡ଼ିଛି। ତା’ଠାରୁ ଟିକେ ଦୂରରେ ପଡ଼ିଛି ତା’ର ପଙ୍ଖା ସବୁ। ଜନପ୍ରିୟ ‘ସି ୱାର୍ଲଡ୍‌’ ମେରାଇନ୍‌ ଥିମ୍‌ ପାର୍କ ନିକଟରେ ପଡ଼ିଥିବା ଆର ହେଲିକପ୍ଟର୍‌ଟି ଅପେକ୍ଷାକୃତ ଅତୁଟ ଥିବା ଦେଖାଯାଉଛି। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ଆଉ ଏକ ‘ରେସ୍କ୍ୟୁ ହେଲିକପ୍ଟର୍‌’ ବାଲି ଉପରେ ଅବତରଣ କରିବା ପରେ ଅନେକ ଉଦ୍ଧାରକାରୀ ସେ ଅଞ୍ଚଳରେ ତଲାସ ଆରମ୍ଭ କରିଥିଲେ। ଦୁଇଟି ହେଲିକପ୍ଟର୍‌ର ଭଙ୍ଗାରୁଜା ଅଂଶ ବିଛାଡ଼ି ହୋଇ ପଡ଼ିଥିବା ବେଳାଭୂମି ନିକଟ ଜଳରାଶିରେ କେତେଗୁଡ଼ିଏ ପୁଲିସ ଓ ଉଦ୍ଧାରକାରୀ ବୋଟ୍‌ ପହଞ୍ଚିଥିବା ଦେଖାଯାଇଥିଲା। କୁଇନ୍‌ସ୍‌ଲାଣ୍ଡ୍‌ ପୁଲିସର କାର୍ଯ୍ୟନିର୍ବାହୀ ଇନ୍‌ପେକ୍ଟର୍‌ ଗେରି ୱରେଲ୍‌ ଘଟଣାସ୍ଥଳରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପରସ୍ପର ସହିତ ଧକ୍କା ଖାଇବା ପରେ ‘ସି ୱାର୍ଲଡ୍‌ ରିସର୍ଟ’ଠାରୁ ଅଳ୍ପ ଦୂରରେ ହେଲିକପ୍ଟର୍‌ ଦୁଇଟି କ୍ରାସ୍‌ଲ୍ୟାଣ୍ଡିଙ୍ଗ୍‌ କରିଥିଲେ। ଫଳରେ ୪ଜଣ ଲୋକ ପ୍ରାଣ ହରାଇଛନ୍ତି। ଆଉ ୩ଜଣ ଗୁରୁତର ଆହତ‌ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଅଷ୍ଟ୍ରେଲିଆର ‘ଟ୍ରାନ୍‌ସ୍‌ପୋର୍ଟ ସେଫ୍‌ଟି ବ୍ୟୁରୋ’ ଘଟଣାର ତଦନ୍ତ ଆରମ୍ଭ କରିଛି।

Share Now:

Kalinga News Beuro

Next Post

ପରଲୋକରେ ଜୟପୁର ରାଜପରିବାରର ମହାରାଣୀ ରମା କୁମାରୀ ଦେବୀ

Mon Jan 2 , 2023
ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ରାଜପରିବାରର ମହାରାଣୀ ରମା କୁମାରୀ ଦେବୀଙ୍କର ଗତକାଲି ବିଳମ୍ବିତ ରାତ୍ରିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ଦୀର୍ଘ ବର୍ଷ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପରେ ମୋତି ମହଲରେ ତାଙ୍କର ପରଲୋକ ହୋଇଛି। ମହାରାଣୀ ରମା କୁମାରୀଙ୍କ ମୃତଦେହ ନିକଟରେ ତାଙ୍କ ସାନ ବୋହୂ ସାରିକା ଦେବୀ ଓ ନାତି ଚନ୍ଦ୍ରଚୂଡ଼ ଉପସ୍ଥିତ ଅଛନ୍ତି। ଆଉଜଣେ ବୋହୂ ବିଶାଖାପାଟଣାରୁ […]
ଜୟପୁର ରାଜପରିବାରର ମହାରାଣୀ ରମା କୁମାରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial