ରାଜଧାନୀରୁ ଦୁଇ ବେପାରୀ ଗିରଫ : କୋଟିଏ ୮୫ ଲକ୍ଷର ଗଞ୍ଜେଇ ଜବତ

ରାଜଧାନୀରୁ ଦୁଇ ବେପାରୀ ଗିରଫ

ଭୁବନେଶ୍ୱର : ରାଜଧାନୀରୁ ଦୁଇ ଗଞ୍ଜେଇ ବେପାରୀ ଗିରଫ ହୋଇଥିବାର ଖବର ମିଳିଛି। ଗିରଫ ଅଭିଯୁକ୍ତ ଉତ୍ତରପ୍ରଦେଶ ଓ ବିହାରରୁ ଆସି ଭୁବନେଶ୍ୱରରେ ଗଞ୍ଜେଇ ବେପାର କରୁଥିଲେ। ଦୁଇ ଅଭିଯୁକ୍ତ ହେଲେ ଉତ୍ତର ପ୍ରଦେଶର ମାନସିଂ ଯାଦବ ଓ ବିହାରର ମୁକେଶ କୁମାର ଯାଦବ। ଏକ ସ୍ୱିଫ୍ଟ ଡିଜାୟାର ଓ ସୁଜୁକି ସିଆଜ କାରରେ ଗଞ୍ଜେଇ ଚାଲାଣ କରୁଥିଲେ। ଉଭୟଙ୍କୁ ଭୁବନେଶ୍ୱରସ୍ଥିତ ଓଡ଼ିଶା ଇଉନିଭରସିଟି ଅଫ ଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର ନିକଟରେ ମାଡିବସିଥିଲା ଏସଟିଏଫ୍ ଓ ଭରତପୁର ଥାନା ପୁଲିସ। ଉଭୟଙ୍କ ନିକଟରୁ ୧୮୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟିଏ ୮୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି।

Share Now:

Kalinga News Beuro

Next Post

ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂତନ କୁଳପତି

Mon Feb 20 , 2023
ଭୁବନେଶ୍ୱର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଛନ୍ତି। ଓଡ଼ିଶାର ରାଜ୍ୟପାଳ ଏବଂ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତିନି ବର୍ଷ ପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ନିଯୁକ୍ତ କରିଛନ୍ତି। ପ୍ରଫେସର ସ୍ୱାଇଁଙ୍କର ୩୧ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ଅଛି। ସେ ଦଶଟି ପୁସ୍ତକ ରଚନା କରିଛନ୍ତି […]
ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial