ଛାତ୍ରୀକୁ ଅସଦାଚାରଣ ଅଭିଯୋଗ : କୋଠରୀରୁ ଉଦ୍ଧାର ହେଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ

ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ୍‌ର ଏକ ବିଦ୍ୟାଳୟର କୋଠରୀରୁ ପ୍ରଧାନଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପ୍ରଧାନଶିକ୍ଷକ ହେଲେ ରାଜେନ୍ଦ୍ର ଶତପଥୀ (୫୯)। ଛାତ୍ରୀକୁ ଅସଦାଚରଣ ଅଭିଯୋଗରେ ଗ୍ରାମବାସୀ ଏହି ସ୍କୁଲ ଗେଟ୍‌ରେ ତାଲା ପକାଇଥିଲେ। ସୂଚନା ଅନୁଯାୟୀ ଜାମଦା ଥାନା ଅର୍ନ୍ତଗତ ତାରଣା ଆଶ୍ରମ ସ୍କୁଲ ପରିସରରେ ଥିବା କୋଠରୀରୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେନ୍ଦ୍ର ଶତପଥୀଙ୍କ ଗୁରୁବାର ରାତିରେ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ଜାମଦା ଥାନା ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି।
ଗ୍ରାମବାସୀ ବିଦ୍ୟାଳୟର ଜଣେ ଛାତ୍ରୀକୁ ଅସଦାଚାରଣ କରାଯାଇଥିବା ଅଭିଯୋଗରେ ବିଦ୍ୟାଳୟରେ ତାଲା ପକାଇଥିଲେ। ତାଲା ଖୋଲିବା ପରେ ପ୍ରଧାନଶିକ୍ଷକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ତେବେ ଛାତ୍ରୀଙ୍କୁ ଅସଦାଚାରଣ ନେଇ ଗ୍ରାମବାସୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନେଇ ଏକ ସମାଧାନୀ ବୈଠକ ବସିଥିଲେ ମଧ୍ୟ ସମାଧାନ ହୋଇପାରିନଥିଲା ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ଘଟଣାସ୍ଥଳରେ ଜାମଦା ପୁଲିସ, ବାରିପଦା ସାଇଣ୍ଟିଫିକ୍‌ ଟିମ୍ ପହଞ୍ଚି ତଦନ୍ତ କରି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି। ଗ୍ରାମବାସୀ ଉକ୍ତ ଘଟଣାକୁ ଆତ୍ମହତ୍ୟା କହୁଥିବା ବେଳେ ପରିବାର ଲୋକେ ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି। ଏନେଇ ଜାମଦା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

Share Now:

Kalinga News Beuro

Next Post

ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ବୁଲିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

Fri Mar 10 , 2023
ଭୁବନେଶ୍ୱର: ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଜି ସକାଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ରାଜଧାନୀର ସୟଦ ମମତାଜ ଅଲି ହାଇସ୍କୁଲ(ଡୁମଡୁମା) ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହାପରେ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ପରୀକ୍ଷା କେନ୍ଦ୍ରରେ ଏଥର ଖୁବ୍ ଭଲ ବ୍ୟବସ୍ଥା ହୋଇଛି। ପିଲାମାନେ ୭ଟା ୪୫ରେ ପ୍ରଶ୍ନପତ୍ର ପାଇଛନ୍ତି। ପରୀକ୍ଷା ଠିକ ସମୟରେ ଆରମ୍ଭ ହୋଇଛି। ପିଲାଙ୍କ ଚେହେରାରୁ ସ୍ପଷ୍ଟ ବାରି ହୋଇପଡୁଛି […]
ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial