ବିଭ୍ରାଟ ସୃଷ୍ଟି କରିବାରୁ ବିଜେପି ନେତାଙ୍କୁ ଠେଲାପେଲା, ଚିରିଗଲା ଡ୍ରେସ

ଆସିକା: ଆଜି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅଫିସ୍‌ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିଲା। ଏଥିରେ ଘୁମୁସର ସାଂଗଠନିକ ଜିଲ୍ଲା କୃଷକ ସେଲ୍‌ ସଭାପତି ପ୍ରଦୀପ ପତ୍ରୀ ଓ ତାଙ୍କର କିଛି କର୍ମୀ ଯୋଗଦେଇ ବାହାଡାଗୁଡା ଗ୍ରାମରେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଥିଲେ।

ଏହି ଦୁର୍ନୀତିରେ ସଂପୃକ୍ତ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ପ୍ରଦୀପ। କିନ୍ତୁ ବିଜେଡି କର୍ମୀଙ୍କୁ ଏହା ହଜମ ହୋଇନଥିଲା। ପରେ ତାଙ୍କୁ ସେମାନେ ଏ ବିଷୟରେ ପଚାରିବାରୁ ସେ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ବିଜେଡି କର୍ମୀଙ୍କ ସହ ବଚସା ହେବାରୁ ତାଙ୍କୁ କିଛି କର୍ମୀ ଠେଲାପେଲା କରିବା ସହ ତାଙ୍କ ସାର୍ଟ ଅଭିଯୋଗ ହୋଇଛି। ତେବେ ଏନେଇ ଉଭୟ ଦଳର କର୍ମୀଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।

Share Now:

Kalinga News Beuro

Leave a Reply

Next Post

ଏକାମ୍ରକ୍ଷେତ୍ରରେ କୋଣାର୍କ ଢାଞ୍ଚାର ମନ୍ଦିର

Tue Jul 31 , 2018
ପୁରୁଣା ଭୁବନେଶ୍ୱର : ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ଦି୍ଵତୀୟ କୋଣାର୍କ ପରିକଳ୍ପନାକୁ ନେଇ ସାରା ରାଜ୍ୟରେ ଚର୍ଚା ଲାଗି ରହିଥିବା ବେଳେ ସମସ୍ତେ କିନ୍ତୁ ପାସୋରି ଯାଇଛନ୍ତି ଏକାମ୍ର କ୍ଷେତ୍ରର ଯମେଶ୍ୱର ଓ ଚିତ୍ରକାରିଣୀ ମନ୍ଦିରକୁ। ଦୂରରୁ ପ୍ରାୟ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ପରି ଦେଖାଯାଉଥିବା ଏହି ଦୁଇ ମନ୍ଦିରର ନିର୍ମାଣ ଶୈଳୀଠାରୁ ଆରମ୍ଭ କରି ମନ୍ଦିରରେ ହୋଇଥିବା ବିଭିନ୍ନ କାରୁକାର୍ଯ୍ୟକୁ ଦେଖିଲେ ଜଣେ ସେଠାରେ ଘଡ଼ିଏ ଅଟକି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial