ମେଧାବୀ ବଣ୍ଡା ଛାତ୍ରୀ କର୍ମା ମୁଦୁଲିଙ୍କୁ ସହାୟତାର ହାତ ବଢ଼ାଇଲା ପ୍ରଶାସନ

ମେଧାବୀ ବଣ୍ଡା ଛାତ୍ରୀ କର୍ମା ମୁଦୁଲି

ମାଲକାନଗିରି: ମେଧାବୀ ବଣ୍ଡା ଛାତ୍ରୀ କର୍ମା ମୁଦୁଲିଙ୍କୁ ମାଲକାନଗିରି ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇଛି। ବଣ୍ଡା ମେଧାବୀ ଛାତ୍ରୀ ଦିନ ମଜୁରିଆ ଭାବେ କାମ କରୁ ଥିବା ଖବର ପ୍ରସାରଣ ପରେ ମେଧାବୀ ଛାତ୍ରୀ କର୍ମା ମୁଦୁଲିଙ୍କ ନିକଟରେ ପହଞ୍ଚିଛି ଜିଲ୍ଲା ପ୍ରଶାସନ। ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଫୁଲ୍ଲ କୁମାର ଭୁଜବଳ ତଥା ଖଇରପୁଟ ବ୍ଲକ ସମ୍ପ୍ରସାରଣ ଅଧିକାରୀ କର୍ମା ରହୁଥିବା ଠିକା କ୍ୟାମ୍ପରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବିଶେଷ କରି କର୍ମା ଯୁକ୍ତ ୨ ବାଣିଜ୍ୟରେ ଜିଲ୍ଲା ଟପର ହେବା ପରେ କଣ ସବୁ ସରକାରୀ ସହାୟତା ପାଇଛନ୍ତି, ମୁଦୁଲିପଡ଼ା ପଡେଇଗୁଡା ଗାଁରେ ରହୁ ଥିବା ତାଙ୍କ ପିତାମାତା ପେନସନ ଆଦି ପାଉଛନ୍ତି ନା ନାହିଁ ଏବଂ କେଉଁ ପରିସ୍ଥିତିରେ କର୍ମା ଦିନ ମଜୁରିଆ ହୋଇ ମାଲକାନଗିରି ସଦର ମହକୁମାରେ ମୁଲ ଲାଗୁଛନ୍ତି, ତାହା ପୁଙ୍ଖାନୁପୁଙ୍ଖ ଭାବେ ପଚାରି ବୁଝିଛନ୍ତି ଡିବ୍ଲୁଓ ଓ ଡବ୍ଲୁ.ଇ.ଓ। ତେବେ କର୍ମାଙ୍କୁ ଭୁବନେଶ୍ୱର ହଷ୍ଟେଲରେ ରହି ପାଠ ପଢିବାକୁ ଅତିକମରେ ମାସିକ ୩୦୦୦ ଟଙ୍କା ଆବଶ୍ୟକ ପଡୁଛି। ତେଣୁ ସେ ଖରା ଛୁଟିରେ ଘରକୁ ଆସି ମୁଲ ଲାଗି ଟଙ୍କା ରୋଜଗାର କରୁଥିବା ପ୍ରଶାସନିକ ଅଧିକାରୀଙ୍କୁ କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କର୍ମାଙ୍କୁ ୩୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଡାକି ତାଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କର୍ମାଙ୍କୁ ଖୁବ ଶୀଘ୍ର ଲ୍ୟାପଟପ ଯୋଗାଇ ଦିଆଯିବ ବୋଲି ବି ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲା ମଙ୍ଗଳ ଅଧିକାରୀ।

Share Now:

Kalinga News Beuro

Next Post

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Wed May 31 , 2023
ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଜୁଲାଣି ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ଚଛୁପାଲି ଗ୍ରାମର ଭିଲିଆନ କେରକେଟ୍ଟା ଜୁଲାଣି ଗ୍ରାମକୁ ଏକ ବିବାହ ଉତ୍ସବରେ ସାମିଲ ହେବାକୁ ଆସିଥିଲା। ସୋମବାର ବିଳମ୍ବିତ ରାତିରେ ସମ୍ପର୍କୀୟ ନାବାଳିକା ଘର ବାରଣ୍ଡାରେ ଶୋଇଥିବା ବେଳେ ଅଭିଯୁକ୍ତ ନାବାଳିକାକୁ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଏ […]
ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial