ଦିନାକରନ୍‌ଙ୍କୁ ସମର୍ଥନ କରିଥିବାରୁ ୯ ଏଆଇଏଡିଏମ୍‌କେ କର୍ମକର୍ତ୍ତା ବହିଷ୍କୃତ

ଚେନ୍ନାଇ: ତାମିଲନାଡ଼ୁର ବହୁ ଗୁରୁତ୍ୱପୂର୍ଣ୍ଣ ଆର୍‌କେ ନଗର ଉପନିର୍ବାଚନରେ ଶୋଚନୀୟ ଭାବେ ପରାଜିତ ହେବା ପରେ ଏଆଇଏଡିଏମ୍‌କେ ପ୍ରତିଶୋଧ ପରାୟଣ ହୋଇଛି। ବିଜୟୀ ସ୍ୱାଧୀନି ପ୍ରର୍ଥୀ ତଥା ଦଳର ବଦ୍ରୋହୀ ନେତା ଦିନାକରନ୍‌ଙ୍କୁ ସମର୍ଥନ କରିଥିବା ଅଭିଯୋଗରେ ଆଜି ୯ କର୍ମକର୍ତ୍ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଜିଲ୍ଲା ସମ୍ପାଦ ପି ଭର୍ଟିବେଲ୍‌, ଏନଜି ପାର୍ଥିବନ୍‌, ଏମ୍‌ ରେଙ୍ଗାସ୍ୱାମୀ ଏବଂ ଥାଙ୍ଗାତାମିଲସେଲଭନ୍‌ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କେ ପାଲାନିସ୍ୱାମୀ କହିଛନ୍ତି। ତେବେ ସେମାନଙ୍କ ବହିଷ୍କାର ନେଇ କୌଣସି କାରଣ ଦର୍ଶାଯାଇନି। ଅନ୍ୟପକ୍ଷରେ, ଅନ୍ୟ ୫ ଜଣ କର୍ମୀ ଦଳର ନୀତି ବିରୋଧରେ ଯାଇଥିବାରୁ ସେମାନଙ୍କୁ ବହଷ୍କାର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ଏବଂ ଉପମୁଖ୍ୟମନ୍ତ୍ରୀ ପନିରସେଲଭମ୍‌ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

କାବୁଲରେ ଆତ୍ମଘାତୀ ଆକ୍ରମଣ, ୮ମୃତ

Tue Dec 26 , 2017
କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲ ସହରରେ ସୋମବାର ଏକ ବଡ଼ଧରଣର ଆତ୍ମଘାତୀ ଆକ୍ରମଣ ହୋଇଛି। ଏଥିରେ ଅନ୍ୟୂନ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ ନିଜକୁ ଦାୟୀ କରିଛି। ଖବର ମୁତାବକ, ସକାଳ ପ୍ରାୟ ୮ଟାରେ ରାଷ୍ଟ୍ରୀୟ ସୁରକ୍ଷା ନିର୍ଦ୍ଦେଶାଳୟ(ଏନ୍‌ଡିଏସ୍‌) ସମ୍ମୁଖରେ ଏକ ଦୁର୍ବୃତ୍ତ ନିଜ ଦେହରେ ବୋମା ଖଞ୍ଜି ବିସ୍ଫୋରଣ କରାଇଥିଲା। ଉଲ୍ଲେଖଯୋଗ୍ୟ, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial