ଫଟୋରେ କୁଲଭୂଷଣଙ୍କୁ ନିର୍ଯାତନାର ଚିତ୍ର ସ୍ପଷ୍ଟ

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷା ଓ ଅନେକ ବିବାଦର ଅନ୍ତ ଘଟାଇ ଆଜି ପୂର୍ବାହ୍ନରେ ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଲଭୂଷଣ ଯାଦବଙ୍କୁ ଭେଟିବା ପାଇଁ ତାଙ୍କ ମା’ ଓ ପତ୍ନୀଙ୍କୁ ସୁଯୋଗ ପ୍ରଦାନ କରିବା ପରେ, ନିଜ ସ୍ଥିତିକୁ ସୁଧାରିବା ପାଇଁ ପାକିସ୍ତାନ ଯେଉଁ ପ୍ରକାରର ହୀନ ଉଦ୍ୟମ ଆରମ୍ଭ କରିଛି, ତା’କୁ ନେଇ ବିଶ୍ୱ ବ୍ୟାପି ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇ ଯାଇଛି।

କାରଣ, ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁଲଭୂଷଣଙ୍କର ଯେଉଁ ଫଟୋ ଓ ଭିଡିଓ ଗଣମାଧ୍ୟମକୁ ପ୍ରଦାନ କରାଯାଇଛି ସେଥିରେ ତାଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ବୋଧହୁଏ, ଏହି କାରଣ ପାଇଁ କୁଲଭୂଷଣଙ୍କୁ ନିକଟରୁ ଭେଟିବା ପାଇଁ ତାଙ୍କ ମା’ ଓ ପତ୍ନୀଙ୍କୁ ପାକିସ୍ତାନ ସରକାର ଅନୁମତି ପ୍ରଦାନ କରି ନଥିଲେ। ଉଭୟେ ମନ୍ତ୍ରାଳୟ ମଧ୍ୟରେ ଯଥେଷ୍ଟ ଦୂରରୁ ପରସ୍ପରକୁ ଦେଖିଥିଲେ। ସେମାନଙ୍କ ମଧ୍ୟରେ ଏକ କାଚର ପ୍ରାଚୀର ଥିଲା। ପୁଣି ଏକ ଇଣ୍ଟରକମ୍‌ ଫୋନ୍‌ ସାହାଯ୍ୟରେ ମା’ ଓ ପତ୍ନୀଙ୍କ ସହ କଥା ହେବାକୁ କୁଲଭୂଷଣଙ୍କୁ କୁହାଯାଇଥିଲା। ଖାଲି ଏତିକି ନୁହେଁ, କୁଲଭୂଷଣଙ୍କ ମା’ ଓ ପତ୍ନୀଙ୍କୁ ନେଇ ସେଠାକୁ ଯାଇଥିବା ଭାରତୀୟ ଦୂତାବାସର ଉପ-କମିଶନର ଜେପି ସିଂହଙ୍କୁ କୁଲଭୂଷଣଙ୍କୁ ଦେଖିବା ପାଇଁ ସୁଦ୍ଧା ଅନୁମତି ପ୍ରଦାନ କରାଯାଇ ନଥିଲା।

Share Now:

Kalinga News Beuro

Leave a Reply

Next Post

ପ୍ରତିଷ୍ଠା ଦିବସରେ ଶକ୍ତି ପ୍ରଦର୍ଶନ କଲା ବିଜେଡି

Wed Dec 27 , 2017
ପୁରୀ : ପ୍ରତିଷ୍ଠା ଦିବସ ନାଁରେ ଶକ୍ତି ପ୍ରଦର୍ଶନ ପାଇଁ ଏହିଭଳି ସୁଯୋଗ ବିଜେଡି ଛାଡ଼ିବାକୁ ଚାହିଁ ନଥିଲା। ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ବିଜେଡି ପତାକା, ତୋରଣ, ବିଜୁ ଓ ନବୀନଙ୍କ ଫଟୋ ଛାଇ ଯାଇଥିଲା। ଏହି ୬୦କିମି ରାସ୍ତା ଆଜି ପୂରା ବିଜେଡି କବ୍‌ଜାରେ ଥିବା ଭଳି ଅନୁଭୂତ ହେଉଥିଲା। ବିଭିନ୍ନ ଛକରେ ମହିଳାମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀଙ୍କୁ ହୁଳହୁଳି ସହ ଫୁଲ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial