ବିଜେପିରେ କନ୍ଦଳ, କର୍ମୀଙ୍କୁ ମାଡ଼

ଭୁବନେଶ୍ୱର: ଭୁବନେଶ୍ୱରରେ ବିଜେପିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର ଆକ୍ରମଣରେ ବିଜେପି କର୍ମୀ ସୌମ୍ୟ ସାମଲ ଗୁରୁତର ହୋଇଛନ୍ତି। ତାଙ୍କୁ ପୁଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଇଛି। ସୌମ୍ୟ ଏନେଇ ଅଭିଯୋଗ କରିଥିଲେ ମଧ୍ୟ ମାମଲାର ଆପୋସ ସମାଧାନ ପ୍ରୟାସ ଚାଲିଥିବା ଜଣାପଡ଼ିଛି। ତେବେ ମାମଲା ଏୟାରପୋର୍ଟ ଥାନାକୁ ଯାଇଛି। ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏୟାରପୋର୍ଟ ଥାନା ଇନ୍‌ସ୍‌‌ପେକ୍ଟର ଉମାକାନ୍ତ ରାଉତ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ପୁଲିସ ମୁଖ୍ୟାଳୟରେ ମହିଳାଙ୍କ ଧାରଣା

Fri Aug 30 , 2019
କଟକ: ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ମହିଳାଙ୍କ ଘରେ ବନ୍ଧୁକ ଦେଖାଇ ଦୁର୍ବ୍ୟବହାର ଓ ଲୁଟ୍‌ ଘଟଣାରେ ପୁଲିସ ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିଯୋଗକାରିଣୀ ପୁଲିସ ମୁଖ୍ୟାଳୟରେ ଆଜି ଧାରଣାରେ ବସିଥିଲେ। ତେବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ପ୍ରଭାତୀ ବିହାରୀ ୨୦୧୮ ମାର୍ଚ୍ଚରୁ ରହି ଆସୁଥିଲେ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial