ଜେଲରୁ ଧମକ ଓ ଅପହରଣ ମାମଲାରେ ଛନ୍ଦି ହେଲେ ରମେଶ ଜେନା

ବ୍ରହ୍ମପୁର/ଗୋଳନ୍ଥରା : ବ୍ରହ୍ମପୁରର ବହୁଚର୍ଚ୍ଚିତ ଆର୍‌ଟିଆଇ କର୍ମୀ ଗଣେଶ ପଣ୍ଡା ଓରଫ୍‌ ବୁବୁ ପଣ୍ଡା ହତ୍ୟା ମାମଲାରେ ଏବେ ଛନ୍ଦି ହୋଇ ଯାଇଛନ୍ତି ସାନଖେମୁଣ୍ଡି ପୂର୍ବତନ ବିଧାୟକ ରମେଶ ଜେନା। ରମେଶ ଏବେ ଛତ୍ରପୁର ଜେଲ୍‌ରେ। ମାମଲାର ମୁଖ୍ୟ ସାକ୍ଷୀଙ୍କୁ ତାଙ୍କ ସହଯୋଗୀଙ୍କ ଜରିଆରେ ପ୍ରଥମେ ଅପହରଣ କରି ନେବା ଏବଂ ସେମାନଙ୍କୁ ଛତ୍ରପୁର ଜେଲ୍‌ରେ ପହଞ୍ଚାଇ ମୁଲାକାତ୍‌ ନାଁରେ ଧମକ୍‌ ଦେବା ଅଭିଯୋଗରେ ପୁଲିସ ରମେଶଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ମାମଲାରେ ରମେଶଙ୍କ ନାଁରେ କୋର୍ଟରେ ରିମାଣ୍ଡ ଦିଆଯିବ ବୋଲି ଗୋଳନ୍ଥରା ଥାନା ଅଧିକାରୀ ଆଲୋକ ଜେନା ସୂଚନା ଦେଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ଜେଲ୍‌କୁ ମୁଲାକାତ୍‌ ନାଁରେ ନେଇ ଧମକ୍‌ ଦେବା ଘଟଣା ସମ୍ପର୍କରେ ଛତ୍ରପୁର ଜେଲ୍‌ କର୍ତୃପକ୍ଷ କେମିତି କିଛି ଜାଣିପାରିଲେ ନାହିଁ। ଅନ୍ୟପଟେ ଘଟଣା ଦିନ ଜେଲ୍‌ ସାକ୍ଷାତକାର ରେଜିଷ୍ଟର୍‌ରେ ସେମାନଙ୍କ ନାଁ ଚଢ଼ାଯାଇ ନାହିଁ। ସେହିପରି ସେହିଦିନ ସିସି କ୍ୟାମେରା ମଧ୍ୟ ବନ୍ଦ କରି ଦିଆ ଯାଇଥିଲା ବୋଲି ଇନ୍‌ସ୍ପେକ୍ଟର୍‌ ଜେନା କହିଛନ୍ତି। ଏ ଦିଗରେ ପୁଲିସ ତଦନ୍ତ ଜାରି ରଖିଛି ବୋଲି ସେ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

କ୍ରିକେଟ୍‌ରେ କଳଙ୍କର ଫର୍ଦ୍ଦ ଜୋଡ଼ିଲା ଅଷ୍ଟ୍ରେଲିଆ

Mon Mar 26 , 2018
ଅଧିନାୟକ ପଦରୁ ସ୍ମିଥ୍‌ ଓ ଉପଅଧିନାୟକ ପଦରୁ ଓ୍ଵାର୍ନର ବିଦା ସ୍ମିଥ୍‌ ଗୋଟିଏ ଟେଷ୍ଟ୍‌ରୁ ବାସନ୍ଦ, ୧୦୦% ମ୍ୟାଚ୍‌ ପାଉଣା କଟିଲା ବନକ୍ରଫ୍ଟଙ୍କୁ ୩ ଡିମେରିଟ୍‌ ପଏଣ୍ଟ, ହରାଇଲେ ୭୫% ପାଉଣା ସ୍ମିଥ୍‌ ଓ ଓ୍ଵାର୍ନର ଆଗାମୀ ଆଇପିଏଲ୍‌ରେ ଖେଳିବା ନେଇ ଆଶଙ୍କା କେପ୍‌ଟାଉନ : ଦକ୍ଷିଣ ଆଫ୍ରିକା ବିପକ୍ଷ କେପ୍‌ଟାଉନ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ଖେଳାଳି ବଲ୍‌ ଟ୍ୟାମ୍ପରିଂ କରୁଥିବା ଦୃଶ୍ୟ କ୍ୟାମେରାରେ ଧରାପଡ଼ିବା ପରେ କ୍ରିକେଟ୍‌ ଜଗତରେ ଝଡ଼ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial