ଆଜି ସ୍ଥାନାନ୍ତରଣ ହୋଇପାରନ୍ତି ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’ରେ ଥିବା ଭାରତୀୟ କ୍ରୁ’ମେମ୍ବର୍‌

ମଦୁରାଇ: ୟୋକୋହାମା ବନ୍ଦରରେ ପୃଥକ କରି ରଖାଯାଇଥିବା ବିଳାସମୟ ଜାହାଜ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’ରୁ ଭାରତୀୟ ପରିଚାରକମାନଙ୍କୁ (କ୍ରୁ’ ମେମ୍ବର୍ସ) ସ୍ଥାନାନ୍ତର କରାଯାଇପାରେ। ଏଥି ନିମନ୍ତେ ପ୍ରସ୍ତୁତ ରହିବାକୁ ଜାପାନସ୍ଥିତ ଭାରତୀୟ ଦୂତାବାସ ତରଫରୁ ମଙ୍ଗଳବାର ଦିନ ସେମାନଙ୍କୁ କୁହାଯାଇଛି। ଏକ ଚାଟର୍ଡ ବିମାନରେ ସେମାନଙ୍କୁ ପାଣିଜାହାଜ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’ରୁ ଉଦ୍ଧାର କରାଯିବ। କେତେକ ଯାତ୍ରୀ ‘କରୋନାଭାଇରସ୍‌’ ଆକ୍ରାନ୍ତ ହୋଇଥିବା କଥା ଜଣାପଡ଼ିବା ପରେ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’କୁ ପୃଥକ୍‌ ରଖାଯାଇଛି।
ମଙ୍ଗଳବାର ସନ୍ଧ୍ୟା ବେଳେ ଚାଟାର୍ଡ ଫ୍ଲାଇଟ୍‌ ସେଠାରେ ପହଞ୍ଚିବ ବୋଲି ସ୍ଥିର କରାଯାଇଥିଲା। ଆଜି ଅପରାହ୍ନ ପ୍ରାୟ ୨ଟା ବେଳକୁ ଜାହାଜରୁ ଭାରତୀୟ କ୍ରୁ’ ମେମ୍ବର୍‌ମାନଙ୍କୁ ବାହାରକୁ ଅଣାଯିବ। ସ୍ଥାନାନ୍ତର ପ୍ରକ୍ରିୟାର ନିମନ୍ତେ ଧାର୍ଯ୍ୟ କରାଯାଇଥିବା ନିୟମ ଓ ସର୍ତ୍ତାବଳି ସହ ସମସ୍ତ କ୍ରୁ’ମେମ୍ବରଙ୍କ ପାଖକୁ ଇ-ମେଲ୍‌ ପଠାଯାଇଛି। ଏଥିନିମନ୍ତେ ଆଠ ଦିନ ପୂର୍ବରୁ ସେମାନଙ୍କୁ ଏକ ଫର୍ମ ମଧ୍ୟ ପୂରଣ କରିବାକୁ କୁହାଯାଇଥିଲା। ଯେଉଁମାନେ ସେ ଫର୍ମ ପୂରଣ କରିନାହାନ୍ତି ସେମାନେ ବୁଧବାର ସକାଳ ୧୦ଟା ସୁଦ୍ଧା ତାହା ପୂରଣ କରି ଦାଖଲ କରିପାରିବେ। ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’କୁ ନିର୍ଦ୍ଧିଷ୍ଟ କିଛି ଦିନ ପାଇଁ ବାଧ୍ୟତାମୂଳକ ଭାବେ ପୃଥକ୍‌ ରଖାଯାଇଛି। ‘ପୃଥକ୍‌ ରଖାଯିବା ସମୟ’ର ଅବ୍ୟବହିତ ପୂର୍ବରୁ ସେମାନେ ଜାହାଜରୁ ବାହାରକୁ ଆସିବାକୁ ଚାହୁଁଛନ୍ତି କି, ନାହିଁ ସେ କଥା ଉକ୍ତ ଫର୍ମରେ ପଚରା ଯାଇଛି। ଏହାଛଡ଼ା, ଯେଉଁମାନଙ୍କ ଠାରେ କରୋନାଭାଇରସ୍‌ ସଂକ୍ରମଣ ହୋଇନାହିଁ କେବଳ ସେମାନଙ୍କୁ ହିଁ ସ୍ଥାନାନ୍ତର କରାଯିବ। ସଂକ୍ରମଣ ହୋଇଛି କି, ନାହିଁ ଜାଣିବାକୁ ଜାପାନୀ କର୍ତ୍ତୃପକ୍ଷ ‘ପଲିମର୍‌ ଚେନ୍‌ ରିଆକ୍‌ସନ୍‌’ ପରୀକ୍ଷା କରିଥିଲେ।

Share Now:

Kalinga News Beuro

Leave a Reply

Next Post

ରାଜ୍ୟସଭା ରେସ୍ : ଓଡ଼ିଶାର ୪ରୁ ୩ ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ, ଚତୁର୍ଥ ଆସନ ପାଇଁ ଛକାପଞ୍ଝା

Wed Feb 26 , 2020
ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ ଭୁବନେଶ୍ୱର: ଆସନ୍ତା ଏପ୍ରିଲ ମାସରେ ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ଆସନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ଏଥିପାଇଁ ମାର୍ଚ୍ଚ ୬ ତାରିଖରୁ ୧୩ ତାରିଖ ଯାଏଁ ନାମାଙ୍କନ ଦାଖଲ ହେବ । ଆରମ୍ଭ ହୋଇଛି ରାଜ୍ୟସଭା ରେସ୍‌ । ଆସନ୍ତା ଏପ୍ରିଲ ମାସରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial