ସୂଚନାଧିକାର କର୍ମୀ ରଂଜନ ଦାସ ହତ୍ୟାର ସିବିଆଇ ତଦନ୍ତ ଦାବି:୧୯ରେ ନବୀନ ନିବାସ ଘେରିବ ଓସା

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ସୂଚନାଧିକାର କର୍ମୀ ରଂଜନ ଦାସ ହତ୍ୟାକାଣ୍ଡକୁ ଇତିମଧ୍ୟରେ ୪୦ଦିନ ବିତିଗଲାଣି। ମାତ୍ର ପୁଲିସ କୌଣସି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇନାହିଁ। ତଦନ୍ତକୁ ଚାପି ଦେବା ଲାଗି ପୁଲିସ ପ୍ରଚେଷ୍ଟା ଜାରି ରଖିଛି ବୋଲି ଅଭିଯୋଗ ହୋଇଛି। ତେଣୁ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଗଲେ ପ୍ରକୃତ ଘଟଣା ସାମ୍ନାକୁ ଆସିପାରିବ ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନ ବା ଓସା ପକ୍ଷରୁ ଦାବି କରାଯାଇଛି। ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓସାର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ କହିଲେ, ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ରଂଜନ ଦାସ ପାଟକୁରା ଓ ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିଲେ ହେଁ ପୁଲିସ ଅଭିଯୋଗକୁ ପଞ୍ଜୀକୃତ କରି ନ ଥିଲା। ଓସା ପକ୍ଷରୁ ପୁଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଥିଲେ ‌ହେଁ ମହାନିର୍ଦ୍ଦେଶକ କୌଣସି ତଦନ୍ତ କରାଇ ନାହାନ୍ତି। ଏହା ଭିତରେ ରାଜ୍ୟ ମାନବାଧିକାର କମିସନ, ଲୋକାୟୁକ୍ତ, ସୂଚନା କମିସନ, ଜାତୀୟ ଅନୁସୂଚିତ ଜାତି କମିସନ, ଜାତୀୟ ମାନବାଧିକାର କମିସନ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ମାତ୍ର ପୁଲିସ ଏହି ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେବା ପାଇଁ ଉଦ୍ୟମ କରୁଛି। ତେଣୁ ରଂଜନ ଦାସ ହତ୍ୟାକାଣ୍ଡର ତଦନ୍ତ ଓଡ଼ିଶା ପୁଲିସ ଦ୍ୱାରା କରାଗଲେ ତାହା ନିରପେକ୍ଷ ହୋଇପାରିବ ନାହିଁ। ଏହି ଘଟଣାର ସିବିଆଇ ତଦନ୍ତ କରାଯିବାକୁ ଓସା ପକ୍ଷରୁ ଦାବି କରାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି। ଏହି ପରିପ୍ରେକ୍ଷୀରେ ବୁଦ୍ଧିଜୀବୀ, ସୂଚନାଧିକାର କର୍ମୀ, ମାନବାଧିକାର କର୍ମୀଙ୍କୁ ନେଇ ଆସନ୍ତା ମାର୍ଚ ୧୯ତାରିଖରେ ନବୀନ ନିବାସ ଘେରାଉ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ବିପିନ ଦାସ, ସୁଧୀର ମହାନ୍ତି, ସଂଯୁକ୍ତା ପାଣିଗ୍ରାହୀ, ଶ୍ରୀକାନ୍ତ ପାକଳ, ଜିତେନ୍ଦ୍ର ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Share Now:

Kalinga News Beuro

Leave a Reply

Next Post

କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ:ମାର୍ଚ୍ଚ ୩୧ ତାରିଖ ଯାଏଁ ସବୁ ସ୍କୁଲକଲେଜ୍ ଓ ସିନେମାହଲ୍ ବନ୍ଦ

Fri Mar 13 , 2020
ଭୁବନେଶ୍ୱର: କରୋନାକୁ ରୋକିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ଦେଇ କରୋନାଭାଇରସ ସଂକ୍ରମଣକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ଏଥିସହ ଏହାର ମୁକାବିଲା ଲାଗି ରାଜ୍ୟ କ୍ୟାବିନେଟ୍ ୨୦୦ କୋଟି ଟଙ୍କାର ପାଣ୍ଠି ମଞ୍ଜୁର କରିଥବା ସୂଚନା ଦେଇଛନ୍ତି। ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୂପ ଆଜି ଠାରୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial