ବିଦେଶରୁ ଆସି ପଞ୍ଜୀକରଣ କଲେ ପ୍ରୋତ୍ସାହନ ପାଇବେ ୧୫ ହଜାର ଟଙ୍କା

ଭୁବନେଶ୍ୱର: ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ପଞ୍ଜୀକରଣକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ଯେଉଁ ବ୍ୟକ୍ତିମାନେ ବିଦେଶ ଗସ୍ତ ଶେଷ କରି ଓଡ଼ିଶାରେ ପହଞ୍ଚିବା ପରେ ନିଜର ନାମ ପଞ୍ଜୀକରଣ କରିବେ, ସେମାନେ ୧୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ପାଇପାରିବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରେସ୍‌ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, ଅସାଧାରଣ ପରିସ୍ଥିତିରେ ଅସାଧାରଣ ପଦକ୍ଷେପ ଜରୁରୀ ଅଟେ। ଓଡ଼ିଶାବାସୀକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ସବୁପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛନ୍ତି।
ରାଜ୍ୟରେ କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ବିଦେଶରୁ ଓଡ଼ିଶାକୁ ଆସୁଥିବା ବ୍ୟକ୍ତିମାନେ ହିଁ ସଂକ୍ରମଣର ପ୍ରମୁଖ କାରଣ ଅଟନ୍ତି। କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ବିଶ୍ୱର ବିଭିନ୍ନ ଦେଶରେ ସ୍କୁଲ କଲେଜ ବନ୍ଦ ହେବା ସହିତ ଘରେ ରହି ଅଫିସ୍‌ କାର୍ଯ୍ୟ ସଂପାଦନ କରିବା ପାଇଁ ପ୍ରଫେସନାଲମାନଙ୍କୁ ପରାମର୍ଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବିଦେଶରୁ ବହୁ ସଂଖ୍ୟାରେ ଲୋକ ଓଡ଼ିଶାକୁ ଫେରି ଆସିବାର ସମ୍ଭାବନା ରହିଛି।

Share Now:

Kalinga News Beuro

Leave a Reply

Next Post

ରାଜ୍ୟରେ ଦୋକାନ ବେପାର ମାନ୍ଦା: ୟୁନିଟ୍‌-୨ ମାର୍କେଟ୍ ବିଲ୍‌ଡିଂ ଖାଁ ଖାଁ

Mon Mar 16 , 2020
ଭୁବନେଶ୍ୱର: କରୋନା ଭୂତାଣୁ ବ୍ୟାପୁଥିବାରୁ ରାଜ୍ୟ ସରକାର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ ଛୁଟି କରିଦେଇଛନ୍ତି। ବାହାଘର, ବ୍ରତଘର ଭଳି ସାମାଜିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଲଗାଇ ଦେଇଛନ୍ତି। ସେହିଭଳି ଲୋକମାନେ ବହୁସଂଖ୍ୟାରେ ଏକତ୍ର ହେବାକୁ ବାରଣ କରିଛନ୍ତି। ଭାରତରେ ଏବେ କରୋନା ଷ୍ଟେଜ୍‌-୨ ବା ଦ୍ଵିତୀୟ ପର୍ଯ୍ୟାୟରେ ଥିବାରୁ ସରକାର ବ୍ୟାପକ ସଚେତନତା ସୃଷ୍ଟି କରୁଛନ୍ତି। ଏହାର ପ୍ରଭାବ ରାଜ୍ୟର ବ୍ୟବସାୟ ଉପରେ ପଡ଼ିଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial