ଭାରତ ମହାସାଗରରେ ବୁଲୁଛି ଚୀନର ଯୁଦ୍ଧଜାହାଜ, ଭାରତୀୟ ନୌସେନା ସତର୍କ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱ କରୋନା ମହାମାରୀକୁ ନେଇ ବ୍ୟସ୍ତ ଥିବାବେଳେ ଏହି ଭୁତାଣୁ ର ଉତ୍ପତ୍ତିସ୍ଥଳ ଚୀନ ଗୋପନରେ ନିଜ ବିସ୍ତାରବାଦୀ କାର୍ଯ୍ୟକ୍ରମ ଜାରି ରଖିଛି। ଗତ କିଛି ଦିନ ଧରି ଚୀନର ପ୍ରାୟ ୭-୮ଟି ଯୁଦ୍ଧ ପୋତ ଭାରତ ମହାସାଗରରେ ପଇଁତରା ମାରୁଛନ୍ତି। ଏହାକୁ ନେଇ ଭାରତୀୟ ନୌସେନା ସତର୍ତ ହୋଇଉଠିଛି। ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ କହିଛନ୍ତି ଯେ ସବୁ ସ୍ଥିତିର ସାମନା କରିବାକୁ ନୌସେନା ପ୍ରସ୍ତୁତ ରହିଛି। ନୌସେନାର ଯୁଦ୍ଧ ଜାହାଜ ଓ ବୁଡ଼ାଯାହାଜଗୁଡ଼ିକ ନିୟମିତଭାବେ ଭାରତ ମହାସାଗରରେ ରହି ଭାରତୀୟ ଜଳସୀମାର ସୁରକ୍ଷା କରୁଛନ୍ତି। ଭାରତୀୟ ନୌସେନାର ଡୋନିୟର ସ୍କାର୍ଡନ ମୁତୟନ ହୋଇଛନ୍ତି। ଏହାଛଡ଼ା ଯୁଦ୍ଧ ବିମାନଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ବୋଲି ସେ କହିଛନ୍ତି। କିଛିଦିନ ତଳେ ଚୀନ ଜାହାଜ ଗୁଡ଼ିକ ଭାରତ ମହାସାଗର ଓ ଦକ୍ଷିଣଚୀନ ସାଗରକୁ ଯୋଡ଼ୁଥିବା ମାୟାକୋ ପ୍ରଣାଳୀ ଦେଇ ଗତି କରୁଥିବ ଜଣାପଡ଼ିଥିଲା। ଏହାକୁ ନେଇ ଚୀନ ଓ ଫିଲପାଇନ୍ସ, ଇଣ୍ଡୋନେସିଆ ଆଦି ଦେଶମାନଙ୍କ ସହ ବିବାଦ ଜାରି ରହିଛି।

Share Now:

Kalinga News Beuro

Leave a Reply

Next Post

କୋଭିଡ-୧୯ ପାଇଁ ଔଷଧ ବ୍ୟବହାରକୁ ନେଇ ଆଡଭାଇଜରି ଜାରି କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

Thu Apr 16 , 2020
ଭୁବନେଶ୍ୱର: ସାରା ଦେଶ ଏବେ କରୋନା ଭୂତାଣୁ ସହ ଲଢେଇ କରୁଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଏବେ ସମଗ୍ର ଦେଶରେ ଲକଡାଉନ ଘୋଷଣା କରିଛନ୍ତି। କରୋନା ଭଳି ମାରତ୍ମକ ଭୂତାଣୁ ସହ ଲଢ଼ିବା ପାଇଁ କୌଣସି ଟୀକା ଏଯାବତ୍‌ ବାହାରି ପାରି ନଥିବା ବେଳେ ଏହି ରୋଗର ଚିକିତ୍ସା ପାଇଁ ଔଷଧ ଭାବେ ହାଇଡ୍ରୋ‌କ୍ସିକ୍ଲୋରୋକୁଇନ୍ ବ୍ୟବହାର କରାଯାଉଛି। ତେବେ, ଏହି ଔଷଧକୁ କିଛି ଲୋକ ଏବେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial