ରାଉରକେଲାରେ ପୁଣି ଲଜ୍ଜା:ଚକୋଲେଟର ପ୍ରଲୋଭନ ଦେଇ ନାବାଳିକାକୁ ଦୁଷ୍କର୍ମ କଲେ ୪୫ ବର୍ଷିୟ ପଡ଼ୋଶୀ

ରାଉରକେଲା: ସ୍ମାର୍ଟ ସିଟି ରାଉରକେଲାରେ ପୁଣି ଲଜ୍ଜା। ଏବେ ସହରରେ ଲକ ଡାଉନ ଚାଲିଥିବା ବେଳେ ଜଣେ ୪୫ ବର୍ଷିୟ ବ୍ୟକ୍ତି ନାବାଳିକାକୁ ଚକୋଲେଟର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ଅଭିଯୁକ୍ତ ମଧୁସୂଦନପାଲିର ରମେଶ ଦାସକୁ ପ୍ଲାଣ୍ଟସାଇଟ ପୁଲିସ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ରାଉରକେଲାର ମଧୁସୂଦନପାଲିରେ ଜଣେ ୪୫ ବର୍ଷିୟ ବିବାହିତ ବ୍ୟକ୍ତି ଘର ଭଡ଼ା ନେଇ ରହୁଥିଲେ। ତାଙ୍କ ପରିବାର ଗାଁରେ ରହୁଥିଲେ। ଏହାର ସୁଯୋଗ ନେଇ ବ୍ୟକ୍ତିଜଣକ ଘର ପାଖରେ ରହୁଥିବା ଜଣେ ୧୦ ବର୍ଷର ନାବାଳିକାକୁ ଚକୋଲେଟର ଲୋଭ ଦେଖାଇ ଘର ଭିତରକୁ ଡାକି ନେଇଥିଲେ। ସେଠାରେ ସେ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକାଜଣକ କାନ୍ଦି କାନ୍ଦି ପରିବାର ଲୋକଙ୍କ ଆଗରେ ସବୁ କଥା କହିଥିଲେ। ଗତକାଲି ରାତିରେ ପରିବାରଲୋକ ପ୍ଲାଣ୍ଟସାଇଟ ଥାନାରେ ଏସଂପର୍କରେ ଏତଲା ଦେଇଥିଲେ। ଘଟଣାର ତଦନ୍ତ କରି ପୁଲିସ ଆଜି ସକାଳେ ଅଭିଯୁକ୍ତ ରମେଶକୁ ଗିରଫ କରି ଅନୁସନ୍ଧାନ ଜାରି ରଖିଛନ୍ତି। ଏ ବାବଦରେ ପ୍ଲାଣ୍ଟସାଇଟ ଥାନାରେ ଆଇପିସି ଧାରା ୩୭୬ ଓ ୬ ଏବଂ ପୋକ୍ସୋ ଆକ୍ଟରେ ମାମଲା ଦାୟର ହୋଇଛି।

Share Now:

Kalinga News Beuro

Leave a Reply

Next Post

ରାଜଧାନୀ ଉପକଣ୍ଠ ଚୂଡ଼ଙ୍ଗଗଡ଼ : ଜାଣନ୍ତିନି ଲକଡାଉନ୍

Mon Apr 20 , 2020
କାମଧନ୍ଦା ନାହିଁ, ଦୁଇ ଓଳି ଖାଇବାକୁ ମିଳୁନି, ଆଜି ଯାଏ ପହଞ୍ଚିନି ସରକାରୀ ସହାୟତା ଚନ୍ଦ୍ରଶେଖରପୁର : ବ୍ୟାପି ଚାଲିଛି ମହାମାରୀ କରୋନା। ଯେଉଁଥିପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଆଡ଼େ ଲକ୍‌ଡାଉନ୍‌। ଲୋକେ ଘରୁ ପଦାକୁ ଗୋଡ଼ କାଢ଼ି ପାରୁନାହାନ୍ତି। ମାତ୍ର ଭୁବନେଶ୍ୱର ଉପକଣ୍ଠରେ ଏମିତି ଏକ ଗାଁ ରହିଛି, ଯେଉଁଠାକାର ଲୋକେ କରୋନା ଓ ଲକଡାଉନ୍‌ ସମ୍ପର୍କରେ କିଛି ବି ଜାଣନ୍ତି ନାହିଁ। ଖାଲି ଏତିକି ଜାଣନ୍ତି ଯେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial