ପ୍ରଥମ ମୃତ୍ୟୁର ଠିକ୍ ମାସକ ପରେ ଓଡ଼ିଶାରେ ଦ୍ଵିତୀୟ କରୋନା ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ ଦ୍ଵିତୀୟ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହି ୭୭ ବର୍ଷୀୟ ବ୍ୟକ୍ତି ଜଣକ ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳର ହୋଇଥିବାବେଳେ ତାଙ୍କର ମଧୁମେହ ସହ କିଡ଼ନୀ ଜନିତ ସମସ୍ୟା ଥିଲା। ଗତକାଲି କିମସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଠିକ ମାସକ ପରେ ଓଡ଼ିଶାରେ ଦ୍ଵିତୀୟ କରୋନା ମୃତ୍ୟୁ ହୋଇଛି। ଏପ୍ରିଲ ୬ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ମୃତ୍ୟୁ ହୋଇଥିଲା। ଏଠାରେ ସୂଚନା ଥାଉ କି ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଝାରପଡ଼ାର ୭୨ ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା। କ୍ରୋନିକ ହାଇପରଟେନସନ ଯୋଗୁଁ ଝାରପଡା ଅଂଚଳର ଏହି ଵ୍ୟକ୍ତି ଜଣକ ଏମ୍ସ ଭୁବନେଶ୍ୱରରେ ଭର୍ତ୍ତି ହୋଇଥିଲେ। ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଥିଲା ଯେ ଏପ୍ରିଲ୍ ୪ ତାରିଖ ଦିନ ଗୋଟାଏରେ ବ୍ୟକ୍ତି ଜଣକ ଏମ୍‌ସକୁ ଆସିଥିଲେ। ଜ୍ୱର ଓ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେଉଥିବା କାରଣରୁ କୋଭିଡ୍‌-୧୯ ଲକ୍ଷଣ ସନ୍ଦେହରେ ତାଙ୍କୁ ତୁରନ୍ତ ଆଇସୋଲେସନ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ସଙ୍ଗେସଙ୍ଗେ ତାଙ୍କୁ ଅକ୍ସିଜେନ ଓ ଅନ୍ୟାନ୍ୟ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ମାତ୍ର ତାଙ୍କ ଅବସ୍ଥା ଗୁରୁତର ହେବାରୁ ଏହାପରେ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ତେବେ ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ୬ତାରିଖରେ ମୃତ୍ୟୁ ହୋଇଯାଇଥିଲା। ଏହି ସମୟରେ ତାଙ୍କ କୋଭିଡ୍‌-୧୯ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇ ଦିଆଯାଇଥିଲା। ପରବର୍ତୀ ସମୟରେ ସଂପୃକ୍ତ ବ୍ୟକ୍ତିଜଣକ କରୋନା ପଜିଟିଭ୍ ଥିବା ଏମ୍‌ସ ରିପୋର୍ଟରେ ସ୍ପଷ୍ଟ ହୋଇଥିଲା।

Share Now:

Kalinga News Beuro

Leave a Reply

Next Post

ବର୍ତ୍ତମାନ ପରିସ୍ଥିତିରେ ପ୍ରବାସୀ ଓଡ଼ିଆଙ୍କୁ ଆଣିବା କେତେ ଜରୁରୀ:ସରକାର ଉତ୍ତର ରଖିବେ କି..?

Wed May 6 , 2020
ଭୁବନେଶ୍ୱର : ସମଗ୍ର ପୃଥିବୀକୁ କରୋନା କବଳିତ କରି ହା ହା କାର ସୃଷ୍ଟି କରିଛି। କେତେଯେ ଧନ ଜୀବନ ନଷ୍ଟ ହେବା ସହ ଜୀବନ ଜୀବିକା ଉପରେ ତାହାର ବିଶେଷ ପ୍ରଭାବ ପଡିଛି ହିସାବ କରିବା ଦୁରୁହ ବ୍ୟାପାର। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମ ଦେଶ ଭାରତ ତଥା ବିଶେଷ କରି ଓଡିଶା କରୋନା ମହାମାରୀର କବଳରେ ମଧ୍ୟ ରହିଛି। କିନ୍ତୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନେତୃତ୍ୱରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial