୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜର ପୁନର୍ବିଚାର କର, ଲୋକଙ୍କୁ ଟଙ୍କା ଦିଅ: ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ: ଶନିବାର ଦିନ କଂଗ୍ରେସ ନେତା ରାହୁଳ ଗାନ୍ଧୀ କହିଛନ୍ତି ଯେ ସରକାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ର ପୁନର୍ବିଚାର କରି ଲକ୍‌ଡାଉନ୍ ଯୋଗୁଁ ଦୁର୍ଦ୍ଦଶାଗ୍ରସ୍ତ ହେଉଥିବା ଲୋକଙ୍କ ପାଖକୁ ସିଧାସଳଖ ଟଙ୍କା ପଠାଇବା କଥା ଚିନ୍ତା କରିବା ଆବଶ୍ୟକ। ଆଜି ମଧ୍ୟାହ୍ନରେ ରାହୁଳ ଇଲେକ୍ଟ୍ରୋନିକ୍ ରିଜିଓନାଲ୍ ନିଉଜ୍ ମି‌ଡିଆମାନଙ୍କର ପ୍ରଶ୍ନର ଉତ୍ତର ଦେବା ବେଳେ ଏ କଥା କହିଛନ୍ତି। ରାହୁଳ ଗାନ୍ଧୀ କହିଲେ, ଉପବାସରେ ଚାଲି ଚାଲି ଘରକୁ ଯାଉଥିବା ପ୍ରବାସୀ ଶ୍ରମିକ, କୃଷକ, ଛୋଟ ବ୍ୟବସାୟୀ ଏବଂ ସେଭଳି ଅନ୍ୟାନ୍ୟ ଲୋମାନଙ୍କର ଋଣ ନୁହେଁ ଟଙ୍କା ଆବଶ୍ୟକ। ଆଜି ଆମ ଗରିବ ଲୋକେ ଟଙ୍କା ଦରକାର କରୁଛନ୍ତି। ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରୁଛି ସେ ତାଙ୍କ ପ୍ୟାକେଜ୍‌ର ପୁନର୍ବିଚାର କରନ୍ତୁ। ଏହି ଲୋକମାନେ ଆମର ଭବିଷ୍ୟତ ହୋଇଥିବାରୁ ସେ ସିଧାସଳଖ ବ୍ୟାଙ୍କ୍ ଟ୍ରାନ୍ସଫର୍ କରିବାକୁ, ୨୦୦ ଦିନ ପାଇଁ ମ‌ନରେଗା, ସିଧାସଳଖ ଚାଷୀଙ୍କୁ ଅର୍ଥ ପ୍ରଦାନ କଥା ବିଚାର କରନ୍ତୁ। ଆମେ ତାଙ୍କୁ ସାହାଯ୍ୟ କରିବା ଉଚିତ।

Share Now:

Kalinga News Beuro

Leave a Reply

Next Post

ରାଜ୍ୟରେ ୯୧ ଜଣ ନୂଆ କରୋନା ସଂକ୍ରମିତ: ୪ ମୃତ , ସ୍ପଷ୍ଟ କଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

Sun May 17 , 2020
ଭୁବନେଶ୍ୱର: ଆଜି ସକାଳେ ଗଞ୍ଜାମ ଜିଲ୍ଲାର ଦୁଇ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଥିଲା। ହେଲେ ଏବେ ତ୍ରୁଟି ସୁଧାରି ବିଭାଗ ପକ୍ଷରୁ କୁହାଯାଇଛି ଯେ ଏ ଦୁଇ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ରିପୋର୍ଟ ନେଗେଟିଭ୍ ଥିଲା। ଏଣୁ ଏବେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ନୁହେଁ, ବରଂ ୪ ବୋଲି କୁହାଯାଇଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial