ପ୍ରବଳ ବର୍ଷା ପାଇଁ ତାମିଲନାଡୁର ୧୩ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ : ୬ଟି ଏନଡିଆରଏଫ ଟିମ ମୁତୟନ

ପ୍ରବଳ ବର୍ଷା ପାଇଁ ତାମିଲନାଡୁର ୧୩ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ନୂଆଦିଲ୍ଲୀ: ପ୍ରବଳ ବର୍ଷା ପାଇଁ ତାମିଲନାଡୁର ୧୩ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ। ମୁତୟନ ହେଲା ୬ଟି ଏନଡିଆରଏଫ ଟିମ। ଡିସେମ୍ବର ୮ ପାଇଁ ତାମିଲନାଡୁର ୧୩ଟି ଜିଲ୍ଲାକୁ ଭାରତୀୟ ପାଣିପାଗ ବିଭାଗ ରେଡ ୱାର୍ଣ୍ଣିଂ ଜାରି କରିଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ପାଇଁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରି ଭାରତୀୟ ପାଣିପାଗ ବିଭାଗ ରେଡ ୱାର୍ଣ୍ଣିଂ ଜାରି କରିଛି। ପ୍ରବଳ ବର୍ଷା ସହ ପବନର ବେଗ ମଧ୍ୟ ଅଧିକ ରହିବ ବୋଲି କହିଛି ପାଣିପାଗ ବିଭାଗ। ତାମିଲନାଡୁର ଭିଲୁପୁରମ୍, ଚେଙ୍ଗଲପାଟ୍ଟୁ, କୁଡାଲୋର, କାଞ୍ଚିପୁରମ୍, ଥିରୁଭାଲୁର, ଆରିୟାଲୁର, ପେରାମବାଲୁର, ଚେନ୍ନାଇ, କଲ୍ଲକୁରିଚି, ମାୟିଲାଦଥୁରାଇ, ଥାନଜାଭୁର, ଥିରୁଭରୁର ଏବଂ ନାଗାପାଟ୍ଟିନମ୍ ଭଳି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଡିସେମ୍ବର ୭ରେ ତାମିଲନାଡୁ, ପୁଡୁଚେରୀ ଏବଂ କରାଇକଲର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ। ବର୍ଷା ସହିତ ବିଜୁଳି ଓ ଘଡଘଡ଼ି ମାରିବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ଏକ ବିଜ୍ଞପ୍ତିରେ କହିଛି। ଅନ୍ୟପକ୍ଷରେ ଡିସେମ୍ବର ୮ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ତାମିଲନାଡୁରେ ଏନଡିଆରଏଫର ୬ଟି ଟିମ୍ ମୁତୟନ କରାଯାଇଛି। ଏନଆଇଆରଏଫ୍ ଟିମ୍ ନାଗପାଟ୍ଟିନମ୍, ଥାନଜାଭୁର, ଥିରୁଭରୁର, କୁଡାଲୋର, ମାୟିଲାଦଥୁରାଇ ଏବଂ ଚେନ୍ନାଇରେ ମୁତୟନ ହୋଇଛି ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Next Post

ନବୀନ ନିବାସରେ ପଦ୍ମପୁର ନିର୍ବାଚନ ନେଇ ସମୀକ୍ଷା କଲେ ସୁପ୍ରିମୋ

Wed Dec 7 , 2022
ଭୁବନେଶ୍ୱର: ପଦ୍ମପୁର ନିର୍ବାଚନ ଫଳାଫଳ ପୂର୍ବରୁ ନବୀନ ନିବାସରେ ମାନସ ମନ୍ଥନ ହୋଇଛି। ୫୦ରୁ ଉର୍ଦ୍ଧ୍ୱ ବିଜେଡି ନେତା ସୁପ୍ରିମୋଙ୍କୁ ରିପୋର୍ଟ କାର୍ଡ ଦେଇଛନ୍ତି। ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରଗଡ଼ ପର୍ଯ୍ୟବେକ୍ଷକଙ୍କ ସହ ପଦ୍ମପୁର ଦାୟିତ୍ୱରେ ଥିବା ନେତାଙ୍କୁ ନବୀନ ନିବାସ ଡକାଯାଇଥିଲା। ଆଉ ନବୀନ ନିବାସରେ ଶାସକ ଦଳର ରୁଦ୍ଧ ଦ୍ୱାର ବୈଠକ ହୋଇଛି। ମିଳିଥିବା ସୂଚନା ମୁତାବକ ଏହି ବୈଠକରେ ସଂଗଠନ ସମ୍ପାଦକ ପ୍ରଣବ […]
ନବୀନ ନିବାସରେ ପଦ୍ମପୁର ନିର୍ବାଚନ ନେଇ ସମୀକ୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial