ରାଜଧାନୀରେ ଚାଞ୍ଚଲ୍ୟ : ସ୍ୱାମୀ ଆଗରେ ମହିଳାଙ୍କୁ ଦୁଷ୍କର୍ମ

ରାଜଧାନୀରେ ଚାଞ୍ଚଲ୍ୟ-1

ଢାବାରେ କାମ କରୁଥିଲେ ଦମ୍ପତି, ଢାବା ମ୍ୟାନେଜର୍‌ ଗିରଫ

ଭୁବନେଶ୍ୱର : ସ୍ୱାମୀ ଆଗରେ ମହିଳାଙ୍କୁ ଦୁଷ୍କର୍ମ। ଅଟକାଇବାରୁ ମାଡ଼ ମାରିବା ସହ ଚାକିରି ନେଇଯିବା ଧମକ। ଏପରି ଏକ ଲଜ୍ଜାଜନକ ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶନିବାର ରାତିରେ ରାଜଧାନୀର ଗୁରୁତ୍ୱପୂର୍ଣ୍ଣ ଓ ଜନଗହଳି ଅଞ୍ଚଳ ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ଥିବା ଏକ ନାମକରା ଢାବାରେ ଏହି ଘଟଣା ଘଟିଥିଲେ ହେଁ ଆଜି ପଦାକୁ ଆସିଛି। ଏହି ଘଟଣାରେ କ୍ୟାପିଟାଲ୍‌ ଥାନା ପୁଲିସ୍‌ ଅଭିଯୁକ୍ତ ତଥା ଢାବାର ମ୍ୟାନେଜର୍‌ ସୁକାନ୍ତ ନାୟକକୁ ଗିରଫ କରି କୋର୍ଟଚାଲାଣ କରିଛି। ସୁକାନ୍ତର ଘର ୟୁନିଟ୍‌-୩ ଅଞ୍ଚଳରେ। ଏନେଇ ପୁଲିସ୍‌ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ପୀଡ଼ିତାଙ୍କ ଡାକ୍ତରୀମାଇନା କରାଇଛି। ପୁଲିସ୍‌ଠାରୁ ମିଳିଥିବା ସୂଚନାନୁଯାୟୀ, ମାଷ୍ଟରକ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡରୁ ବାହାରିବା ରାସ୍ତାରେ ରହିଥିବା ଏହି ଢାବାରେ ଏକ ଗରିବ ଦମ୍ପତି କାମ କରନ୍ତି। ତେବେ ଦୀର୍ଘ ଦିନ ହେବ ଢାବାର ମ୍ୟାନେଜର୍‌ ସୁକାନ୍ତ ଉକ୍ତ ମହିଳାଙ୍କ ଉପରେ ଆଖି ପକାଇଥିଲା। ଶନିବାର ସଂଧ୍ୟା‌ରେ ଢାବାରେ କେହି ନଥିବା ସୁଯୋଗରେ ସେ ମହିଳାଙ୍କୁ ଦୁଷ୍କର୍ମ କରିଥିଲା। ତେବେ ଏହି ସମୟରେ ବାହାରକୁ ଯାଇଥିବା ମହିଳାଙ୍କ ସ୍ବାମୀ ଫେରି ଆସିବା ସହ ପ୍ରତିବାଦ କରିବାରୁ ସୁକାନ୍ତ ତାଙ୍କୁ ମାଡ଼ ମାରିବା ସହ କଥା ଆଗକୁ ବଢ଼ାଇଲେ ଚାକିରି ନେଇଯିବାର ଧମକ ଦେଇଥିଲା। ଏହି ଗରିବ ଦମ୍ପତିଙ୍କ ପାଖରେ ରୋଜଗାରର ଅନ୍ୟ କୌଣସି ପନ୍ଥା ନଥିବାରୁ ଉଭୟ ଚୁପ୍‌ ରହିଥିଲେ। କାଳେ ଉଭୟ ଥାନାରେ ଅଭିଯୋଗ କରିଦେବେ, ତେଣୁ ସୁକାନ୍ତ କେତେକ ଦଲାଲଙ୍କ ସହାୟତାରେ ଆପୋଷ ବୁଝାମଣା ପାଇଁ ଉଦ୍ୟମ କରିଥିଲା। କିନ୍ତୁ କ୍ୟାପିଟାଲ ଥାନା ଇନ୍ସପେକ୍ଟର ଗିରିଜା ଶଙ୍କର ଚକ୍ରବର୍ତ୍ତୀ କୌଣସି ସୂତ୍ରରୁ ଖବର ପାଇ ଢାବାରେ ଚଢ଼ଉ କରି ସୁକାନ୍ତଙ୍କୁ ଗିରଫ କରିଥିଲେ। ସୂଚନାଯୋଗ୍ୟ, ଏହି ଢାବା‌ରେ ପ୍ରତି ସଂଧ୍ୟାରେ ଭିଡ଼ ଜମିବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବା ଅଭିଯୋଗ ରହିଥିଲା। ଅସାମାଜିକ ତତ୍ତ୍ୱଙ୍କ ମଧ୍ୟ ମେଳି ଜମୁଥିଲା। ପୂର୍ବରୁ ପୁଲିସ ଅନେକଥର ଏହା ଉପରେ ଚଢ଼ଉ କରି ବନ୍ଦ କରିବାର ନଜିର ମଧ୍ୟ ରହିଛି।

Share Now:

Kalinga News Beuro

Next Post

ଗଞ୍ଜାମରେ କରୋନାର ଦ୍ୱିତୀୟ ପ୍ରବାହ!

Tue Oct 27 , 2020
ଏମ୍‌କେସିଜିରେ ବଢ଼ୁଛନ୍ତି ରୋଗୀ, ମହାନଗରକୁ ସ୍ୱତନ୍ତ୍ର ଫୋକସ‌ ଛତ୍ରପୁର : ଭାରତର କିଛି ଅଞ୍ଚଳରେ କରୋନାର ଦ୍ବିତୀୟ ପ୍ରବାହ ଆରମ୍ଭ ହୋଇଛି। ଏହା ଅନେକ ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରେ। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମଧ୍ୟ ଏଥିରେ ସଂକ୍ରମିତ ହେବା ସମ୍ଭାବନା ରହିଛି। ଗଞ୍ଜାମରେ ଦ୍ବିତୀୟ ପ୍ରବାହ ଆରମ୍ଭ ହୋଇଥିବା ସଙ୍କେତ ମିଳୁଛି। ବିଶେଷ କରି ଏମ୍‌କେସିଜି ବଡ଼ ମେଡିକାଲରେ ପ୍ରତିଦିନ ରୋଗୀ ବଢ଼ୁଛନ୍ତି। ବ୍ରହ୍ମପୁର ସହରକୁ ଅଧିକ ଫୋକସ୍ […]
ଗଞ୍ଜାମରେ କରୋନାର ଦ୍ୱିତୀୟ ପ୍ରବାହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial