ଭୁବନେଶ୍ୱର: ରାଜଧାନୀର ୨ଟି ସ୍ଥାନରୁ ହଟିଲା ଅବରୋଧ ଅଞ୍ଚଳ କଟକଣା। ୫ଟି କଣ୍ଟେନମେଣ୍ଟ ଜୋନରୁ ୨ଟି ସ୍ଥାନରୁ ହଟିଲା କଣ୍ଟେନମେଣ୍ଟ ଜୋନ୍। ସୁନ୍ଦରପଦା ଏବଂ ଯଦୁପୁର ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନରୁ ବାଦ ଦିଆଯାଇଛି। ଏଥିସହ ବେଗୁନିଆ ଅଞ୍ଚଳର କିଛି ସ୍ଥାନରୁ ମଧ୍ୟ କଟକଣା ଉଠିଛି। ତେବେ ଘର ଘର ବୁଲି ସର୍ଭେ ଏବଂ ପରୀକ୍ଷା କରିବା ପରେ ମିଳିଥିବା ରିପୋର୍ଟ ଅନୁସାରେ କଣ୍ଟେନମେଣ୍ଟ ଜୋନ୍ ଉଠାଇବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି […]

ଭୁବନେଶ୍ୱର: କୋଭିଡ ୨୯କୁ ମୁକାବିଲା କରିବାକୁ ରାଜ୍ୟରେ ଥିବା ମେଡିକାଲମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଔଷଧ ଓ ମେଡିକାଲ ଉପକରଣ ପହଂଚାଇବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଓଡିଶା ରାଜ୍ୟ ଔଷଧ ନିଗମର ଅଧ୍ୟକ୍ଷା ଶ୍ରୀମତୀ ଯାମିନୀ ଷଡ଼ଙ୍ଗୀ ନିଗମ ପକ୍ଷରୁ କଣ କଣ ପଦକ୍ଷେପ ନିଆଯାଇଛି ସେ ବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି। ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ କୋଭିଡ ୨୯କୁ ମୁକାବିଲା କରିବା ପାଇଁ ଜାନୁୟାରୀ ମାସରୁ […]

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରର ୫ଟି ବିଦ୍ୟାଳୟରେ କରୋନା ପରୀକ୍ଷା ଲାଗି ନମୁନା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି। ରାଜଧାନୀର ଉକ୍ତ ୫ଟି ବିଦ୍ୟାଳୟରେ ମେଡିକାଲ୍ ଟିମ୍ କରୋନା ସନ୍ଦିଗ୍ଧଙ୍କଠାରୁ ସ୍ବାବ୍ ସଂଗ୍ରହ କରୁଛନ୍ତି। ରାଜ୍ୟ ସରକାର କରୋନା ପରୀକ୍ଷା ଲାଗି ନମୁନା ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି। ଆଜିଠାରୁ ରାଜଧାନୀର ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ସହିଦ ନଗର ସରକାରୀ […]

ସହର ଲୋକଙ୍କଠାରୁ ଅଧିକ ସଚେତନ ଉପକଣ୍ଠବାସୀ ପୁରୁଣା ଭୁବନେଶ୍ୱର : ଭିଡ଼ ନ କରିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ରାଜଧାନୀର ବିଭିନ୍ନ ପରିବା ହାଟକୁ ଖୋଲା ସ୍ଥାନ ଓ ରାସ୍ତାପାର୍ଶ୍ୱକୁ ଉଠାଇ ଦିଆଯାଇଛି। ସେହିଭଳି ହାଟ ବଜାର ଉପରେ ମଧ୍ୟ କଟକଣା ଲଗାଯାଇଛି। ବିଭିନ୍ନ ଦୋକାନ ସମ୍ମୁଖରେ ଦିଆଯାଉଥିବା ଗୋଲ ଚିହ୍ନରେ ଠିଆ ହୋଇ ଜିନିଷ କିଣିବା ପାଇଁ ବାରମ୍ବାର ପରାମର୍ଶ ଦିଆଯାଉଛି। ଗରାଖମାନେ ଠିକ୍‌ […]

ଚନ୍ଦ୍ରଶେଖରପୁର : ବର୍ତ୍ତମାନ ସୁଦ୍ଧା ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ରାଜଧାନୀ‌‌ରେ ଚିହ୍ନଟ ହୋଇଛନ୍ତି। କିନ୍ତୁ ରାଜଧାନୀ ଉପକଣ୍ଠରେ ଥିବା ଆପାର୍ଟମେଣ୍ଟଗୁଡ଼ିକରେ ଏବେ ବି ଅନେକ ସଂଦିଗ୍ଧ ଆତ୍ମଗୋପନ କରି ରହିଥିବା ସୂଚନା ମିଳିଛି। ଏମାନେ ସଂକ୍ରମିତ ଦେଶ କିମ୍ବା ବାହାର ରାଜ୍ୟରୁ ଫେରିଥିଲେ ହେଁ ନିଜକୁ ପଞ୍ଜୀକୃତ କରାଇନାହାନ୍ତି କିମ୍ବା ଗୃହ ସଙ୍ଗରୋଧରେ ମଧ୍ୟ ରହୁନାହାନ୍ତି। ତେଣୁ ଆଗାମୀ ଦିନରେ ଏମାନେ ଯେ ଏକ ବିପଦକୁ ଡାକି ନ […]

ଢେଙ୍କାନାଳ: ନୂଆଦିଲ୍ଲୀର ନିଜାମୁଦ୍ଦିନସ୍ଥିତ ତବଲିଗି ଜମାତ ସହ ଢେଙ୍କାନାଳର କରୋନା ଆକ୍ରାନ୍ତଙ୍କ ଲିଙ୍କ ଥିବା ଜଣାପଡ଼ିଛି। ତବଲିଗିରୁ ଫେରିଥିବା ଜଣେ ଧର୍ମ ପ୍ରଚାରକ ଗତ ମାସରେ ଢେଙ୍କାନାଳ ଆସିଥିଲେ। ଢେଙ୍କାନାଳ ସହରରେ ସେ ଆକ୍ରାନ୍ତଙ୍କ ପରିବାର ସହ ରହିଥିଲେ ବୋଲି ଜିଲ୍ଲାପାଳ ଉମେଶ ଚନ୍ଦ୍ର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହା କରୋନା ସଂକ୍ରମଣର କାରଣ ହୋଇପାରିଥାଏ ବୋଲି ସନ୍ଦେହ କରାଯାଉଛି। ଡେଙ୍କାନାଳର ମହିଳା ଆକ୍ରାନ୍ତଙ୍କର କୌଣସି ଯାତ୍ରା ଇତିହାସ […]

ଭୁବନେଶ୍ୱର: ପୁଣି ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। ଢ଼େଙ୍କାନାଳ ଟାଉନରୁ ଜଣେ ୫୧ ବର୍ଷୀୟ ମହିଳା କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଏଥିସହ ପଶ୍ଚିମବଙ୍ଗର ମେଦିନ ପୁରରୁ ଆସି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୬୯ ବର୍ଷିୟ ବ୍ୟକ୍ତି କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି। […]

ନିୟୁୟର୍କ: କରୋନାଭାଇରସ୍ ବିରୋଧରେ ସଂଗ୍ରାମ ନିମନ୍ତେ ଭାରତ ମ୍ୟାଲେରିଆ ନିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପଠାଇବାକୁ ନିଷ୍ପତ୍ତି ନେଇଥିବାରୁ ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ ଭାରତକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଟୁଇଟ୍ କରି ଟ୍ରମ୍ପ୍ ଲେଖଛନ୍ତି ଯେ ଅସ୍ୱାଭାବିକ ପରିସ୍ଥିତିରେ ବନ୍ଧୁମାନଙ୍କର ସହଯୋଗ ଆହୁରି ନିବିଡ଼ ହୋଇଉଠେ। ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ନିଷ୍ପତ୍ତି ନିମନ୍ତେ ଭାରତ ଓ ଭରତବାସୀଙ୍କୁ ଧନ୍ୟବାଦ! ଏହା ଅବିସ୍ମରଣୀୟ! ଏହି ଲଢ଼େଇରେ ଖାଲି ଭାରତ ନୁହେଁ […]

ଭୁବନେଶ୍ୱର: ସତ୍ୟନଗରକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ। ଆଉ ଏହା ପରେ ରାଜଧାନୀର ସତ୍ୟନଗର ଅଞ୍ଚଳକୁ ଏକପ୍ରକାର ସିଲ୍ କରାଯାଇଛି। ମୁଖ୍ୟରାସ୍ତା ସହିତ ସଂଯୁକ୍ତ କରୁଥିବା ରାସ୍ତାଗୁଡ଼ିକୁ ବାରିକେଡ୍ କରାଯାଇ ବନ୍ଦ କରାଯାଇଛି। କରୋନା ସଂକ୍ରମଣ ରୋକିବା ଲାଗି ବିଏମସି ଏଭଳି ପଦକ୍ଷେପ ନେଇଛି। ବିଏମସି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛିି କି ସତ୍ୟ ନଗର ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା […]

ଭୁବନେଶ୍ୱର: ଆଜି ସକାଳେ ଭୁବନେଶ୍ୱରର ସତ୍ୟନଗରରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ନେଇ ବଡ଼ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ସତ୍ୟନଗରରୁ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସତ୍ୟନଗରର ତୋଷାଳି ଭବନ ସମ୍ମୁଖରେ ଥିବା ଏକ ଓମଫେଡ ପାର୍ଲରକୁ ଯାଉଥି‌ଲେ ବୋଲି ବିଏମସି ସୂଚନା ଦେଇଛି। ଏହି ନିର୍ଦ୍ଦିଷ୍ଟ ପାର୍ଲରକୁ ସେ ବାରମ୍ବାର ଆସୁଥିବା ସୂଚନା ବିଏମସିକୁ ହସ୍ତଗତ ହୋଇଛି। ଏଥିସହ ସତ୍ୟନଗରର ସାଧାରଣ ବାସିନ୍ଦାଙ୍କୁ […]

Social media & sharing icons powered by UltimatelySocial