ନୟାଗଡ଼: ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ନୟାଗଡ଼ ଚିଲ୍ଡ୍ରେନ୍ସ କୋର୍ଟରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡା ମିଳିଛି। ଏଥି ସହିତ ଅଦାଲତ ଦୋଷୀକୁ ୬ ହଜାର ଟଙ୍କା ଦଣ୍ଡାଦେଶ ଦେଇଛନ୍ତି। ସରକାରୀ ଓକିଲ କହିଛନ୍ତି ଦୋଷୀ ନାବାଳକ ଥିଲା। ଯଦି ସେ ସାବାଳକ ଥାଆନ୍ତା, ତାହେଲେ ମୃତ୍ୟୁଦଣ୍ଡ ମିଳିଥାନ୍ତା। ଅଦାଲତ ୩୧ ଜଣ ସାକ୍ଷୀ, ୧୩୫ଟି ଦସ୍ତାବିଜ ଏବଂ ୧୮ଟି ପ୍ରମାଣକୁ ଭିତ୍ତିକରି […]
ଅପରାଧ
ଭୁବନେଶ୍ୱର: ଆଜି ଅପରାହ୍ନରେ ଖାରବେଳନଗର ଥାନା ୟୁନିଟ୍-୩ ଅଞ୍ଚଳରେ ଜଣେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ୟୁନିଟ୍-୩ କ୍ୱାର୍ଟର୍ସ ନମ୍ବର ୨୫/୧ରେ ରହୁଥିବା ସରକାରୀ କର୍ମଚାରୀ ସନ୍ତୋଷ ପରିଡ଼ାଙ୍କ ପୁଅ ସ୍ୱୟଂଶୁ(୧୪)। ସ୍ୱୟଂଶୁ ପାଠପଢ଼ା ଓ ପରୀକ୍ଷା ଚାପରୁ ଆତ୍ମହତ୍ୟା କରିଥିବା ନେଇ ବାପା ସନ୍ତୋଷ ପୁଲିସକୁ କହିଛନ୍ତି। କିନ୍ତୁ ତାଙ୍କ ଶାଶୂ ‘‘ମୋ’ ନାତିକୁ ଜୋଇଁ ମାରିଦେଲେ’’ କାନ୍ଦି କାନ୍ଦି କହୁଥିବାରୁ ସନ୍ଦେହ ସୃଷ୍ଟି ହୋଇଛି। […]
ବାଦାମପାହାଡ଼: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅର୍ନ୍ତଗତ ଦଲକି ଗ୍ରାମର ନବ ବିବାହିତା ମହିଳାଙ୍କ ମୃତ୍ୟୁ ଘଟଣାରେ ପୁଣି ଦୁଇଜଣ ଅଭିଯୁକ୍ତ କୋର୍ଟ ଚାଲାଣ ହୋଇଛନ୍ତି। ସୂଚନା ଅନୁଯାୟୀ ଦଲକି ଗ୍ରାମର ବିଏସଏଫ୍ ଯବାନ ଗଣେଶ ମହାନ୍ତଙ୍କ ସ୍ତ୍ରୀ ରିଙ୍କି ମହାନ୍ତ(୨୨)ଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ନେଇ ବାପଘର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ଏନେଇ ବାଦାମପାହାଡ଼ ଥାନାରେ ଏକ ମାମଲା ରୁଜୁ କରି ସ୍ୱାମୀ ଗଣେଶ […]
ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ବେଆଇନ ସମ୍ପତ୍ତି ଉପରେ ପୁଲିସ କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ନେଉଛି। ସମ୍ପ୍ରତି ଖବର ଆସିଛି କି ଅତିକର ଗ୍ରେଟର ନୋଏଡା ସେକ୍ଟର-୩୬ସ୍ଥିତ କୋଠା ଉପରେ ଉତ୍ତରପ୍ରଦେଶ ପୁଲିସ ବୁଲଡୋଜର ଚଢ଼ାଇବାକୁ ପ୍ରସ୍ତୁତ ହୋଇଛି। ଏହି କୋଠାର ମୂଲ୍ୟ ୩.୭ କୋଟି ଟଙ୍କା ରହିଥିବା ବେଳେ ନାମ ରହିଛି ମନ୍ନତ। ମନ୍ନତ ଯାହାକି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ବଙ୍ଗଳାର ନାମ। ତେବେ ଅତିକ ଶାହାରୁଖଙ୍କ […]
କୁଆରମୁଣ୍ଡା: ବୀରମିତ୍ରପୁର ଥାନା ଅନ୍ତର୍ଗତ ରାମପାଲ ଛକ ନିକଟରେ ଯୁବକକୁ ଚୋରି କରିଥିବା ଅଭିଯୋଗରେ ଦୁଇଭାଇ ମିଶି ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା ଘଟଣାରେ ଆଜି ପୁଲିସ ଦୁଇଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରାପ୍ତ ସୂଚନା ଅନୁଯାଇ ରାମପାଲ ଛକ ନିକଟରେ ଢାବା କରିଥିବା ସୁରେଶ ପଣ୍ଡାଙ୍କ ନିର୍ମାଣାଧୀନ ଘରର ଝରକାକୁ କୌଣସି ଦୁର୍ବୃତ୍ତ ଚୋରିକରି ନେଇଯାଇଥିଲେ। ସେହି ଗ୍ରାମର ସାନିକା ଲାକ୍ରା (୩୫) କୌଣସି କାମରେ […]
ରେଳବାଇରେ ଚାକିରି କରାଇଦେବାକୁ କହି ୨ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକିଥିଲେ ସୁନ୍ଦରଗଡ଼: ଟାଉନ ପୁଲିସ ଦ୍ୱାରା ନକଲି ସିବିଆଇ ଅଧିକାରୀ ଗିରଫ ହୋଇଛନ୍ତି। ରେଳବାଇରେ ଚାକିରି କରାଇଦେବାକୁ କହି ୪ଜଣଙ୍କ ଠାରୁ ୨ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇଥିଲେ ସଂପୃକ୍ତ ଯୁବକ। ଅଭିଯୁକ୍ତ ଯୁବକର ଘର ଟାଉନ ଥାନା ପଣ୍ଡରିଢ଼ିପା ଅଞ୍ଚଳର ଓ ତାର ନାଁ ଉମେଶ ତନ୍ତୀ ବୋଲି ଜଣାପଡ଼ିଛି। ୨୦୨୧ ମସିହାରେ ରେଳବାଇ ବିଭାଗରେ ନର୍ସ, ଟିକେଟ […]
ସୋର: ବାଲେଶ୍ଵର ଜିଲ୍ଲା ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଜି ଅପରାହ୍ନରେ ଜଣେ ମହିଳା ତାଙ୍କର୧ ବର୍ଷର ଶିଶୁପୁତ୍ରକୁ ସାଙ୍ଗରେ ଆଣିଥିବା ବେଳେ ଡାକ୍ତରଖାନା ପରିସରରୁ ତାଙ୍କ ପୁଅକୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ସିମୁଳିଆ ଥାନା ବାଲିକଣା ଗ୍ରାମର ପ୍ରତିମା ମୁର୍ମୁ ସୋର ପୌରାଞ୍ଚଳ ଢିପାସାହି ସ୍ଥିତ ନିଜ ବାପା ଘରକୁ ଆସିଥିବା ବେଳେ ଆଜି ଅପରାହ୍ନରେ ତାଙ୍କର ୧ ବର୍ଷର ଶିଶୁପୁତ୍ର ଏବଂ […]
ଭୁବନେଶ୍ୱର: ରାଜଧାନୀର ପଟିଆ ରୟାଲିଟି ଛକର କିଲର କାର। ଦୁର୍ଘଟଣା ଘଟାଇ ଫିଲ୍ମ ଷ୍ଟାଇଲରେ ସ୍କୁଟିକୁ ଦୁଇ କିଲୋମିଟରରୁ ଅଧିକ ବାଟ ଯାଏଁ ଭିଡ଼ିନେଲା ଏହି କାର। ୟୁପି ନମ୍ବର ଥିବା ଏକ ହୋଣ୍ଡା କାର ଏକ ସ୍କୁଟିକୁ ଘୋଷାଡ଼ି ନେଉଥିବାର ଭିଡିଓ ଦେଖିବାକୁ ମିଳିଛି। କାରଟି ୨ଜଣ ବ୍ୟକ୍ତିଙ୍କୁ ଦୁର୍ଘଟଣା ଘଟାଇବା ପରେ ସ୍ପିଡରେ ଏକ ସ୍କୁଟିକୁ ଘୋଷାଡ଼ି ନେଇଥିଲା। ବାଟରେ ଉକ୍ତ କାରକୁ ଦେଖି ଲୋକମାନେ ଜୀବନ […]
ଭୁବନେଶ୍ୱର: ଅଟୋ ଡ୍ରାଇଭରକୁ ପିଟିଲା ପିକପଭ୍ୟାନ, ଘଟଣାସ୍ଥଳରେ ଅଟୋ ଡ୍ରାଇଭର ମୃତ। ରାଜଧାନୀରେ କଳିଙ୍ଗ ହସ୍ପିଟାଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ଜଣେ ଅଟୋ ଚାଳକ ଅଟୋରେ ବସି ମୁଁହ ଧୋଉଥିବା ବେଳେ ପଛପଟୁ ପିକଅପ ଭ୍ୟାନ ଧକ୍କା ଦେଇଥିଲା। ଏହାଫଳରେ ସେହି ସ୍ଥାନରେ ଟଳି ପଡ଼ିଥିଲେ ଅଟୋ ଚାଳକ। କିଛି ସମୟ ଧରି ରକ୍ତାକ୍ତ ଶରୀର ରାସ୍ତା ଉପରେ ପଡ଼ିରହିବା ପରେ ଖବର ପାଇ ଘଟଣାସ୍ଥଳରେ ମୈତ୍ରୀ ବିହାର […]
ଥିରୁବନ୍ତପୁରମ୍: କେରଳରେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦକଙ୍କୁ ହତ୍ୟା କରିଥିବା ଘଟଣାରେ ୧୫ଜଣ ପିଏଫଆଇ କର୍ମକର୍ତ୍ତା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ୧୫ଜଣଙ୍କୁ ଗତ ଶନିବାର କୋର୍ଟ ମୃତ୍ୟୁ ଦଣ୍ଡାଦେଶର ଶୁଣାଣି କରିଛନ୍ତି। ଏସମସ୍ତ ଦୋଷୀ ନିଷିଦ୍ଧ ସଂଗଠନ ପିଏଫଆଇ (ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ)ଏବଂ ଏହାର ରାଜନୈତିକ ୱିଙ୍ଗ୍ ଏସଡିପିଆଇର ସଦସ୍ୟ ଥିବା ଜଣାପଡ଼ିଛି। ୨୦୨୧ ଡିସେମ୍ବର ୧୯ ତାରିଖରେ ବିଜେପି ନେତା ରଞ୍ଜିତ ଶ୍ରୀନିବାସଙ୍କୁ ଆଠଜଣ […]