ବୁଗୁଡ଼ା: ଟିକା ଦେବା ପରେ ଜଣେ ୫ ମାସର ଶିଶୁପୁତ୍ରର ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି। ମୃତ ଶିଶୁ ଜଣକ ବୁଗୁଡ଼ା ଖଦାଳ ସାହିର ମାଗି ନାୟକଙ୍କ ପୁତ୍ର ସାଇ ନାୟକ। ସୂଚନା ପ୍ରକାରେ ଆଜି ସାପ୍ତାହିକ ଟିକାଦାନ ଦିବସ ଥିବାରୁ ଆଶାଦିଦିଙ୍କ ପରାମର୍ଶ କ୍ରମେ ସକାଳ ୧୧ଟା ବେଳେ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁଟିକୁ ପେଣ୍ଟା-ଥ୍ରି ଇଞ୍ଜେକ୍ସନ, ରୋଟା-ଥ୍ରି ଇଞ୍ଜେକ୍ସନ ସହିତ ଓରାଲ ଡୋଜ ପୋଲିଓ ଦିଆଯାଇଥିଲା। ଜ୍ୱର ଆସିଲେ […]

ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ତଥା ଅଭିନବ ପ୍ରୟାସ ସ୍ୱରୂପ ଏମ୍‌ସ ଭୁବନେଶ୍ୱରର ଶିଶୁ ବିଭାଗ ସଫଳତାର ସହିତ ୯ ବର୍ଷୀୟ ବାଳକର ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି। ଅସାବଧାନତାବଶତଃ ଗିଳିଦେଇଥିବା ଏକ ସିଲେଇ ଛୁଞ୍ଚିଟି ନାବାଳକଙ୍କର ବାମପାର୍ଶ୍ବ ଫୁସ୍‌ଫୁସ୍‌ର ନିମ୍ନଭାଗରେ ଲାଗିଯାଇଥିଲା। ଏପରି ପରିସ୍ଥିତିରେ ଉକ୍ତ ତୀକ୍ଷ୍‌ଣ ସାମଗ୍ରୀକୁ ବାହାରି କରିବାକୁ ଜଟିଳ ଅସ୍ତ୍ରୋପଚାରର ଆବଶ୍ୟକତା ଜରୁରୀ ଥିଲା। ମାତ୍ର ଏମ୍‌ସ ଶିଶୁ ବିଭାଗର ଏକ ଚିକିତ୍ସକ ଦଳ […]

ନୂଆଦିଲ୍ଳୀ: କରୋନା ଭୂତାଣୁ ପରେ ଯଦି କେଉଁଟି ବେଶି ମୁଣ୍ଡ ବିନ୍ଧାର କାରଣ ପାଲଟିଥାଏ ତ ତାହା ହେଉଛି ନିପା। ଏହି ନିପା ଭାଇରସ୍ ପାଇଁ ଟୀକା ପ୍ରସ୍ତୁତ କରିବାକୁ ଅକ୍ସଫୋର୍ଡ ୟୁନିଭରସିଟି କାର୍ଯ୍ୟ ଆରମ୍ଭ ବହୁ ପୂର୍ବରୁ କରି ଦେଇଥିବା ବେଳେ ଏବେ ଖୁସି ଖବର ହସ୍ତଗତ ହୋଇଛି। ସୂଚନା ରହିଛି ଯେ ଅକ୍ସଫୋର୍ଡ ୟୁନିଭରସିଟି ନିପା ଜୀବାଣୁ ବିରୋଧରେ ଏକ ଟୀକା ବାହାର କରିଛି, ଯାହାର ମାନବ […]

ନୂଆଦିଲ୍ଲୀ: ଲକ୍ଷ୍ମୌର ପିଜିଆଇ ହସ୍ପିଟାଲରେ ନିଆଁ ଲାଗିବା ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା, ନବଜାତ ଓ କିଶୋର ସାମିଲ ରହିଛନ୍ତି। ମୃତକଙ୍କ ପରିବାରଲୋକ ହସ୍ପିଟାଲ ପ୍ରଶାସନ ବିରୋଧରେ ଅବହେଳାର ଅଭିଯୋଗ ଆଣି କହିଛନ୍ତି, ‘ ନିଆଁ ଲାଗିବା ହେତୁ ଡାକ୍ତର ଓ ନର୍ସ ଅସ୍ତ୍ରୋପଚାର ବିଭାଗରୁ ଦୌଡ଼ାଦୌଡ଼ି ହୋଇ ପଳାଇଯାଇଥିଲେ। ଯଦି ସଠିକ ସମୟରେ ରୋଗୀଙ୍କୁ ଉଦ୍ଧାର କରାଯାଇଥାଆନ୍ତା ତେବେ ନିଶ୍ଚିତ ରୂପେ […]

ରାଉରକେଲା: ରାଉରକେଲାରେ ଏବେ ବି ସ୍ଥିତିରେ ବିଶେଷ ପରିବର୍ତ୍ତନ ଘଟିନି। ଇସ୍ପାତ ସହରରେ ଏବେବି ଜାରି ରହିଛି ଝାଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଆଉ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବନ୍ଧମୁଣ୍ଡା ତିଲକନଗରର ଅଞ୍ଜଳି ଶୁଣ୍ଢି (୮)। ଏବେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚଛି। ଏଣେ ଆରଜିଏଚରେ ଡାଇରିଆରେ ଭର୍ତ୍ତି ହେଲେଣି ୩୯୭ ରୋଗୀ। ଆଜି ୨୩ ଶିଶୁଙ୍କ ସମେତ ୧୪୯ ଜଣ ରୋଗୀ ଚିକିତ୍ସିତ […]

ଭୁବନେଶ୍ୱର : ବିନା ପ୍ରେସ୍‌କ୍ରିପ୍ସନ୍‌ ଯାଞ୍ଚ୍‌ରେ ହୋଇପାରିବନି ଏମଆରଆଇ କିମ୍ବା ସିଟି ସ୍କାନ୍‌। ଏନେଇ କ୍ୟାପିଟାଲ ହସ୍ପିଟାଲର ଉପ ନିର୍ଦ୍ଦେଶକ ଧନଞ୍ଜୟ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଣିକି ବିନା ପ୍ରେସକ୍ରିପ୍ସନ୍‌ ଯାଞ୍ଚରେ ରୋଗୀ କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟ କରାଇ ପାରିବେ ନାହିଁ। ମାଗଣାରେ ଟେଷ୍ଟ କରିବା ପାଇଁ ରୋଗୀ ନକଲି ପ୍ରେସକ୍ରିପ୍ସନ୍ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। କିଛି ଦଲାଲ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କଠୁ ଟଙ୍କା ନେଇ […]

ଭୁବନେଶ୍ୱର : ଆଜି ହେଉଛି ବିଶ୍ୱ ଏଡ୍‌ସଦିବସ। ଏଚ୍‌ଆଇଭି ଭୂତାଣୁର ସଂକ୍ରମଣ ଯୋଗୁଁ ହେଉଥିବା ଏଡ୍‌ସ ରୋଗର ଭୟାନକ ପରିଣତି ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ଉତ୍ସର୍ଗୀକୃତ। ଏଚ୍‌ଆଇଭି ସଂକ୍ରମିତ ଲୋକଙ୍କୁ ସମର୍ଥନ ଓ ସହାନୁଭୂତି ପ୍ରଦର୍ଶନ ସହ ଏଡ୍‌ସ ଜନିତ ରୋଗରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ସ୍ମରଣ କରିବା ଏବଂ ନୂତନ ସଂକ୍ରମଣକୁ ରୋକିବା ପାଇଁ ଅଧିକ ପ୍ରୟାସ କରିବା ଉଦ୍ଦେଶ୍ୟରେ ବିଶ୍ୱବ୍ୟାପୀ ଲୋକମାନଙ୍କ ପାଇଁ […]

ନୂଆଦିଲ୍ଲୀ: ଚୀନ୍‌ରେ ପିଲାମାନଙ୍କ ଶ୍ବାସପ୍ରଶ୍ବାସକ୍ରିୟା ସଙ୍କ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଅନ୍ୟୁନ ୬ଟି ରାଜ୍ୟ ପ୍ରତି ଭାରତ ସରକାର ସତର୍କତା ଜାରି କରିବା ସହିତ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସବୁ ରାଜ୍ୟଗୁଡ଼ିକ ହେଲେ, ରାଜସ୍ଥାନ, କର୍ଣ୍ଣାଟକ, ଗୁଜରାଟ, ଉତ୍ତରାଖଣ୍ଡ, ହରିୟାଣା ଓ ତାମିଲନାଡୁ। ସେ ରାଜ୍ୟରେ ଶ୍ବାସପ୍ରଶ୍ବାସଜନିତ ସମସ୍ୟାରେ ଆକ୍ରାନ୍ତମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ଡାକ୍ତରଖାନା ଓ ସ୍ବାସ୍ଥ୍ୟସେବା […]

ଚୀନ୍‌ରେ ବ୍ୟାପୁଥିବା ଶ୍ୱାସକ୍ରିୟାଜନିତ ରୋଗ ଚିନ୍ତାର କାରଣ ନୂଆଦିଲ୍ଲୀ: ଉତ୍ତର ଚୀନ୍‌ରେ ଏଚ୍୯ଏନ୍୨ ମାମଲା ବୃଦ୍ଧି ଏବଂ ଶିଶୁମାନଙ୍କଠାରେ ଶ୍ୱାସକ୍ରିୟାଜନିତ ରୋଗ ବ୍ୟାପିବା ଆରମ୍ଭ ହୋଇଛି। ଏନେଇ ସତର୍କ ହୋଇଛନ୍ତି ଭାରତ ସରକାର। ପୂର୍ବରୁ ରାମ ମନୋହର ଲୋହିଆ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଅଜୟ ଶୁକ୍ଳା ଲୋକମାନଙ୍କୁ ସତର୍କ ରହିବା ଓ ସ୍ୱଚ୍ଛତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିବା ବେଳେ ଏବେ ଭାରତ ସରକାର ସମସ୍ତ ରାଜ୍ୟ ସରକାର ଓ […]

ନୂଆଦିଲ୍ଳୀ: ଚୀନ୍‌ରେ ଏଭିୟନ ଇନ୍‌ଫ୍ଲୁଏଞ୍ଜା ଓ ନିମୋନିଆକୁ ନେଇ ଯେଉଁ ଅସ୍ବାଭାବିକ ସ୍ଥିତି ଦେଖାଦେଇଛି ତାହା ଉପରେ ଏବେ ପୂରା ବିଶ୍ବର ନଜର ରହିଛି। ଏହି ରହସ୍ୟମୟ ନିମୋନିଆ ସଂପର୍କରେ ଚୀନ୍‌ ସବିଶେଷ ତଥ୍ୟ ସାର୍ବଜନୀନ କରିନଥିଲେ ମଧ୍ୟ ମାମଲାର ଗମ୍ଭୀରତାକୁ ଦେଖି ଭାରତ ସରକାର ଏହା ଉପରେ ନଜର ରଖିଛନ୍ତି। ତେବେ ଆମ ପରି ସାଧାରଣ ଲୋକଙ୍କୁ ବି ଏହି ସମସ୍ୟାକୁ ନେଇ ସଚେତନତା ଅବଲମ୍ବନ କରିବା ଉଚିତ। […]

Breaking News

Most Read

Social media & sharing icons powered by UltimatelySocial