କ୍ୟାପିଟାଲ ହସ୍ପିଟାଲରେ କଠୋର ନିୟମ : ବିନା ପ୍ରେସ୍‌କ୍ରିପ୍ସନ୍‌ ଯାଞ୍ଚ୍‌ରେ ହୋଇପାରିବନି ଏମଆରଆଇ କିମ୍ବା ସିଟି ସ୍କାନ୍‌

ଭୁବନେଶ୍ୱର : ବିନା ପ୍ରେସ୍‌କ୍ରିପ୍ସନ୍‌ ଯାଞ୍ଚ୍‌ରେ ହୋଇପାରିବନି ଏମଆରଆଇ କିମ୍ବା ସିଟି ସ୍କାନ୍‌। ଏନେଇ କ୍ୟାପିଟାଲ ହସ୍ପିଟାଲର ଉପ ନିର୍ଦ୍ଦେଶକ ଧନଞ୍ଜୟ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଣିକି ବିନା ପ୍ରେସକ୍ରିପ୍ସନ୍‌ ଯାଞ୍ଚରେ ରୋଗୀ କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟ କରାଇ ପାରିବେ ନାହିଁ। ମାଗଣାରେ ଟେଷ୍ଟ କରିବା ପାଇଁ ରୋଗୀ ନକଲି ପ୍ରେସକ୍ରିପ୍ସନ୍ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। କିଛି ଦଲାଲ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କଠୁ ଟଙ୍କା ନେଇ ଆବଶ୍ୟକ ନଥିଲେ ବି ପ୍ରାଇଭେଟ ଡାକ୍ତରଙ୍କ ପ୍ରେସକ୍ରିପସନ ରେ କ୍ୟାପିଟାଲ ହସ୍ପିଟାଲ ଆସି ଏଠି ଟଙ୍କା ଦେଇ ଏମଆରଆଇ କିମ୍ବା ସିଟି ସ୍କାନ୍‌ କରାଇ ଦେଉଥିଲେ। ଦଲାଲଙ୍କୁ ସାବାଡ଼ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲ ଏହି ନୂଆ ନିୟମ କରିଛି।

Share Now:

Kalinga News Beuro

Next Post

ମୁହୂର୍ତ୍ତକରେ ମିଳାଇଗଲା ବଣଭୋଜିର ହସଖୁସି : ଅଟୋକୁ ଚାପିଦେଲା ହାଇୱା, ୫ଜଣଙ୍କ ମୃତ୍ୟୁ

Sun Dec 17 , 2023
ସୁନ୍ଦରଗଡ଼: ଆଜି ରବିବାର ଛୁଟି ଥିବାରୁ ପୂର୍ବାହ୍ନରେ ସାଙ୍ଗ ହୋଇ ହସଖୁସିରେ ବଣଭୋଜି କରିବାକୁ ଯାଇଥିଲେ। ସମସ୍ତେ ଖାଇପିଇ ସାରି ଅଟୋରେ ଘରକୁ ଫେରୁଥିଲେ। କିନ୍ତୁ ବାଟରେ ଛକି ବସିଥିବା ଯମ ୫ ଜଣଙ୍କୁ ଘରକୁ ପହଞ୍ଚାଇ ଦେଇନାହିଁ। ଗ୍ରାମାଞ୍ଚଳର ରାସ୍ତାରେ ଯାଉଥିବା ଅଟୋକୁ ଏକ ହାଇୱା ଚାପିଦେଇଛି। ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial