ଚନ୍ଦ୍ରଶେଖରପୁର: ମାସେ କି ବର୍ଷେ ନୁହେଁ। ଲଗାତାର ୩ ବର୍ଷ ହେଲା ଡେଙ୍ଗୁର ହଟ୍ସ୍ପଟ୍ ପାଲଟିଛି ଶୈଳଶ୍ରୀ ବିହାର ଓ ନୀଳାଦ୍ରିବିହାର। ଅବ୍ୟବହୃତ ଘର, ପାର୍କ, ଆବର୍ଜନା ପାଣି କୁଣ୍ଡ ଆଦି ସାମଗ୍ରୀ ଡେଙ୍ଗୁ ସୃଷ୍ଟିକାରୀ ମଶାଙ୍କ ବାସସ୍ଥଳୀ ହୋଇଥିଲେ ମଧ୍ୟ ତାହାର ମୂଳତ୍ପାଟନ କରିବାରେ ବିଏମ୍ସି ସମ୍ପୂର୍ଣ୍ଣ ବିଫଳ। ବର୍ଷା ଆସିବା ପୂର୍ବରୁ ବିଏମ୍ସି ଯେଉଁ ପଦକ୍ଷେପ ନେବା କଥା, ତାହା ଏପର୍ଯ୍ୟନ୍ତ ମଧ୍ୟ ଠିକ୍ ଭାବେ ଦେଖିବାକୁ […]
ସ୍ୱାସ୍ଥ୍ୟ
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଲାଣି ସ୍କ୍ରବ ଟାଇଫ୍ସ। ଗତକାଲି ଗୋଟିଏ ଦିନରେ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୧୬୨ରେ ପହଞ୍ଚିଛି। ରାଜ୍ୟରେ ଏହା ସର୍ବାଧିକ ବୋଲି କୁହାଯାଉଛି। ଗତ ଜାନୁଆରି ୧ରୁ ସେପ୍ଟେମ୍ବର ୧୨ ତାରିଖ ମଧ୍ୟରେ ଜିଲ୍ଲାରେ ୧୩୨ ଜଣ ସ୍କ୍ରବ ଟାଇଫ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଗଷ୍ଟ ୨୩ରେ ବଡ଼ଗାଁ ତୁଡ଼ାଲଗାର ସହଦେବ ତେଲି ନାମକ […]
ବରଗଡ଼: ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ସ୍କ୍ରବ ଟାଇଫ୍ସ ସଂକ୍ରମଣ। ଜୀବନ ନେଉଛି ସ୍କ୍ରବ ଟାଇଫ୍ସ। ବରଗଡ଼ରେ ସ୍କ୍ରବ ଟାଇଫସ୍ କୀଟ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି। ବରଗଡ଼ର ଅତାବିରା, ଭେଡେନ, ବରପାଲିରୁ ଜଣେ ଲେଖାଏ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ସୋହେଲା ବ୍ଳକର ୨ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଆହୁରି ୪ […]
ପାର୍ବତୀପୁରମ୍: ଆନ୍ଧ୍ରପ୍ରଦେଶର କୁରୁପମ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରମାନଙ୍କୁ ମୋବାଇଲ୍ ଫୋନ୍ର ଫ୍ଲାସ୍ ଲାଇଟ୍ ବ୍ୟବହାର କରି ଦୁଇ ଜଣ ରୋଗୀଙ୍କ ଅସ୍ତ୍ରୋପଚାର କରିବାକୁ ପଡ଼ିଛି। ରିପୋର୍ଟରୁ ପ୍ରକାଶ, ଶନିବାର ସନ୍ଧ୍ୟାରେ ଏକ ଅଟୋ ବ୍ରେକ୍ ଫେଲ୍ ହୋଇ ଓଲଟି ପଡ଼ିବାରୁ ଘଟିଥିବା ଏକ ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିଲେ। ଅଟୋରେ ଥିବା ୮ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଏହି ଘଟଣା […]
ନୂଆଦିଲ୍ଲୀ: ବ୍ରିଟେନର ରାଷ୍ଟ୍ରାୟତ୍ତ ନ୍ୟାସନାଲ ହେଲଥ୍ ସର୍ଭିସ (ଏନ୍ଏଚ୍ଏସ୍) ବିଶ୍ୱର ପ୍ରଥମ ଏଜେନ୍ସି ହେବ ଯିଏ କି ଇଂଲଣ୍ଡର ଶତାଧିକ ରୋଗୀଙ୍କୁ କର୍କଟ ରୋଗର ଚିକିତ୍ସା ପାଇଁ ଏକ ଇଞ୍ଜେକସନ୍ ପ୍ରଦାନ କରିବ। ଏହା ଦ୍ୱାରା କର୍କଟ ରୋଗର ଚିକିତ୍ସା ପାଇଁ ଲାଗିଥିବା ସମୟକୁ ତିନି ଚତୁର୍ଥାଂଶ ପର୍ଯ୍ୟନ୍ତ ହ୍ରାସ କରାଯାଇପାରିବ। ମେଡିସିନ ଆଣ୍ଡ ହେଲଥକେୟାର ପ୍ରଡକ୍ଟସ ରେଗୁଲେଟରୀ ଏଜେନ୍ସି (ଏମଏଚଆରଏ)ର ଅନୁମୋଦନ ପରେ ଏନଏଚଏସ ଇଂଲଣ୍ଡ ମଙ୍ଗଳବାର କହିଛି […]
ମଇଳା ପାଣି ସାଙ୍ଗକୁ ଅଳିଆ ଗନ୍ଧରେ ଲୋକେ ହନ୍ତସନ୍ତ ଭୁବନେଶ୍ୱର: ରାଜ୍ୟବ୍ୟାପୀ ଏବେ ଡେଙ୍ଗୁକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବାବେଳେ ରାଜଧାନୀରେ ପ୍ରତ୍ୟହ ପାଖାପାଖି ୭୦ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ବିଏମ୍ସି ପକ୍ଷରୁ ସଚେତନତାଠାରୁ ଆରମ୍ଭ କରି ଡ୍ରାଏ ଡେ’ ଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନିଆ ଯାଉଥିଲେ ମଧ୍ୟ ତା’ର କାଣିଚାଏ ସଫଳତା ରାଜଧାନୀବାସୀ ଅନୁଭବ କରିପାରୁନାହାନ୍ତି। ଏଭଳି କ୍ଷେତ୍ରରେ ଡେଙ୍ଗୁ ମଶାଙ୍କ ପାଇଁ ଅନୁକୂଳ ପରିବେଶ […]
ରାଇରଙ୍ଗପୁର: ସ୍ୱାସ୍ଥ୍ୟ ସେଵା ଯେତେ ଆଗେଇଲେ ବି ପରିସ୍ଥିତି ସୁଧୁରୁନାହିଁ। ଗର୍ଭବତୀ ମହିଳାଙ୍କ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ କେଉଁଠି ନା କେଉଁଠି ଟିକେ ମଣିଷକୃତ ଦୋଷ ତ୍ରୁଟି ରହିଯାଉଛି ଯାହାଫଳରେ ଗର୍ଭବତୀ ମହିଳାଙ୍କ ଜୀବନ ପ୍ରଦୀପ ଲିଭି ଯାଉଛି। ଯଦିଓ ଗର୍ଭବତୀ ମହିଳା ମୃତ୍ୟୁ ସଂଖ୍ୟା ଓଡିଶାରେ ହ୍ରାସ ପାଇଛି। ଆଜି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଅଧିନସ୍ଥ ଗୋରୁମହିଷାଣୀ ଅଞ୍ଚଳରେ। ଗୋରୁମହିଷାଣୀ ଅଞ୍ଚଳର କୁନୁ […]
ପରୀକ୍ଷା ମେସିନ ଖରାପ, ୨୧ ନର୍ସ ପଦ ଖାଲି ଭୁବନେଶ୍ୱର: ରାଜଧାନୀ ସମେତ ଏହାର ଆଖପାଖ ଅଞ୍ଚଳରେ ଡେଙ୍ଗୁ ବଢ଼ିବାରେ ଲାଗିଛି। କିନ୍ତୁ ଏହାକୁ ସରକାର ଓ ପ୍ରଶାସନ ଯେତିକି ଗୁରୁତ୍ତ୍ବ ଦେବା କଥା, ତାହା ହେଉନାହିଁ। ଡେଙ୍ଗୁ ବିରୋଧରେ ଲଢ଼େଇର ବଡ଼ ବଡ଼ କଥା କୁହା ଯାଉଥିଲେ ହେଁ ଅସଲ ସ୍ଥାନରେ କର୍ତ୍ତୃପକ୍ଷ କେତେ ନିଷ୍ଠାପର, ତାହା କ୍ୟାପିଟାଲ ହସ୍ପିଟାଲକୁ ଦେଖିଲେ ବୁଝିହେବ। କ୍ୟାପିଟାଲ ହସ୍ପିଟାଲ ଉପରେ ଦୈନିକ […]
ଖଣ୍ଡଗିରି: ଡେଙ୍ଗୁ ପ୍ରଜନନ କେନ୍ଦ୍ର ପାଲଟିଛି ନୂଆପଲ୍ଲୀସ୍ଥିତ ପ୍ରିୟଦର୍ଶିନୀ ମାର୍କେଟ୍ କମ୍ପ୍ଲେକ୍ସ। ଏଠାରେ ମାତ୍ର ୧୦ ଦିନ ମଧ୍ୟରେ ଡେଙ୍ଗୁରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମାର୍କେଟ୍ କଂପ୍ଲେକ୍ସସ୍ଥିତ ଅଣ୍ଡା ଦୋକାନ କର୍ମଚାରୀ ମନୋରଞ୍ଜନ ସାହୁ(୨୪) ଏବଂ ବ୍ୟବସାୟୀ ବିଶ୍ୱନାଥ ସାହୁଙ୍କ ଜୀବନ ନେଇଛି ଡେଙ୍ଗୁ। ଏଥିସହିତ ସଞ୍ଜୟ ପାତ୍ର, ଶୁଭେନ୍ଦୁ ସାହୁ, ଅଜୟ ସାହୁ, ପ୍ରସନ୍ନ ସାହୁ, ସନାତନ ସାହୁ, ଆକ୍କା ସ୍ୱାଇଁ, ଟିକି ନାଏକ, କାହ୍ନା ନାଏକ […]
ଗଙ୍ଗାରାମ ବଦଳରେ ଫସିଗଲେ ଗଙ୍ଗା,ମାମଲା ରଫାଦଫା ପାଇଁ ୧୦,୦୦୦ ଟଙ୍କାର ଡିଲ୍ ଅଭିଯୋଗ ମାଲକାନଗିରି: ଜିଲ୍ଲାର ମାଥିଲି ବ୍ଲକ ମହୁପଦର ପଞ୍ଚାୟତ ଅନ୍ତର୍ଗତ ଆମ୍ବାଗୁଡା ଗାଁର ଦିବ୍ୟାଙ୍ଗ (ମୂକ) ଅବିବାହିତ ଯୁବକଙ୍କୁ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯିବା ଘଟଣା ନେଇ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଜଣଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଯୋଜନା ରହିଥିବା ବେଳେ ଆଉ ଜଣେ ବ୍ୟକ୍ତିର ଅସ୍ତ୍ରୋପଚାର କରାଯାଇଛି। ଏଥିରେ ଦିବ୍ୟାଙ୍ଗ ଯୁବକ […]